ବିଜେଡିରେ ୩ ନୂଆ ମୁହଁ , ମଇଦାନକୁ ଓହ୍ଲାଉଛନ୍ତି ସୁନୀଲ ମହାନ୍ତି, ଅବିନାଶ ସାମଲ, ରଞ୍ଜିତା ସାହୁ

ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥରକ ରୋଚକ ଲଢେଇ ଦେଖିବାକୁ ମିଳିବ । ବିଜେଡି ଜଣେ ନୂଆ ଚେହେରାଙ୍କୁ ଏଥର ପୁରୀ ଆସନ ପାଇଁ ଟିକେଟ ଦେଇଛି । ଦିବଙ୍ଗତ ବିଧାୟକ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ଏଥରକ ବିଜେଡି ତରଫରୁ ପୁରୀ ବିଧାନସଭାରେ ଲଢିବେ ।

ପୁରୀ (କେନ୍ୟୁଜ୍‌) : ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥରକ ରୋଚକ ଲଢେଇ ଦେଖିବାକୁ ମିଳିବ । ବିଜେଡି ଜଣେ ନୂଆ ଚେହେରାଙ୍କୁ ଏଥର ପୁରୀ ଆସନ ପାଇଁ ଟିକେଟ ଦେଇଛି । ଦିବଙ୍ଗତ ବିଧାୟକ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ଏଥରକ ବିଜେଡି ତରଫରୁ ପୁରୀ ବିଧାନସଭାରେ ଲଢିବେ । ୨୦୧୯ ନିର୍ବାଚନରେ ପୁରୀ ବିଧାନସଭା ଆସନରେ ବିଜେପିର ଜୟନ୍ତ ଷଡଙ୍ଗୀ ଓ ବିଜେଡିର ମହେଶ୍ବର ମହାନ୍ତିଙ୍କ ଭିତରେ ଲଢେଇ ହୋଇଥିଲା । ଯେଉଁଥିରେ ୭୬ହଜାରରୁ ଅଧିକ ଭୋଟ୍ ପାଇ ଜୟନ୍ତ ଷଡଙ୍ଗୀ ବାଜି ମାରିଥିଲେ ।

ସେପଟେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବି ଏଥର ଲଢେଇ ଜମିବ । ଏହି ଆସନରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ବିଧାୟକ ସୁଧିର ସାମଲଙ୍କ ପୁତୁରା ଡାକ୍ତର ଅବିନାଶ ସାମଲ । ଜଣେ ନୂଆ ଚେହେରା । ପୂର୍ବରୁ ବିଜେପି ରୁଦ୍ର ନାରାୟଣ ପାଣିଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଗତ ୨୦୧୯ ନିର୍ବାଚନରେ ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ଯିଏ ୫ଲକ୍ଷରୁ ଅଧିକ ଭୋଟ୍ ପାଇ ବାଜିମାରିଥିଲେ । ୪ଲକ୍ଷରୁ ଅଧିକ ଭୋଟ୍ ପାଇ ରୁଦ୍ର ନାରାୟଣ ପାଣି ଦ୍ବିତୀୟ ରେ ରହିଥିଲେ । ଏବେ ଅବିନାଶଙ୍କ ଉପରେ ବଡ଼ ଦାୟିତ୍ବ , ଗଡ଼କୁ ନିଜ କବଜାକୁ ଆଣିବାର । ସେହିପରି ଆସିକାରୁ ରଞ୍ଜିତା ସାହୁ ବିଜେଡିର ନୂଆ ଚେହେରା । ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.