Below header

ଜମିଲାଣି ପାର୍ବଣର ମାହୋଲ, ଶରତ ଋତୁର ଆଗମନରେ ସବୁଠି ଶୋଭାପାଇଲାଣି ଶୁଭ୍ର କାଶତଣ୍ଡି

ସବୁଠି ଖିଲି ଖିଲି ହୋଇ ହସିଲାଣି କାଶତଣ୍ଡି। ଧରଣିକୋଳରେ ମଳୟ ପବନ ସ୍ପର୍ଶରେ ଦୋଳି ଖେଳିଲାଣି ଶୁଭ୍ର କାଶତଣ୍ଡି । ଏହି ଫୁଲ ଏହା ପ୍ରକୃତି ଓ ପାର୍ବଣର ସହ ଜଡିତ ।

କଣ୍ଟାମାଳ(କେନ୍ୟୁଜ୍) : ଶରତ ଋତୁରେ ବେଶ ଶୋଭା ପାଉଛି ଶୁଭ୍ର କାଶତଣ୍ଡି ଫୁଲ । ଧରଣିକୋଳରେ ମଳୟ ପବନ ସ୍ପର୍ଶରେ ଦୋଳି ଖେଳୁଛି ଶୁଭ୍ର କାଶତଣ୍ଡି । ଏହା ପ୍ରକୃତି ଓ ପାର୍ବଣର ସହ ଜଡିତ । ଏ କାଶତଣ୍ଡି ଫୁଲ ସବୁଜିମା କୋଳରେ ଭରିଦେଇଛି ଅପୁର୍ବ ସୌନ୍ଦର୍ଯ୍ୟର ଦୃଶ୍ୟ । ସକାଳ ସୁରୁଜର କିରଣରେ ସୁନାପରି ଝଟକୁଛି ଏହି ଶୁଭ୍ରବର୍ଣି କlଶତାଣ୍ଡି । କାଶତଣ୍ଡି ବୌଦ୍ଧ ଜିଲ୍ଲାର ନଦନଦୀ, ନାଳ, ବିଲ ଗୁଡିକରେ ଦେଖିକୁ ମିଳୁଛି ଅପୁର୍ବ ସମ୍ଭାର । ପ୍ରକୃତିର ଏପରି ସୌନ୍ଦର୍ଯ୍ୟକୁ ଦେଖି କବି ଓ ଭାବୁକ ହେଉଛନ୍ତି ଆନମନା ।
ଶରତ ଋତୁରେ ଚାରିଅଡେ ଜମିଲାଣି ପାର୍ବଣର ମାହୋଲ । ମାଙ୍କ ଆଗମନରେ ପୁଲକିତ ହେବ ଧରଣି । ନଦୀ, ନାଳ, ବିଲ ଆଦି ସବୁଜିମା କୋଳରେ କାଶତଣ୍ଡିର ଖିଲିଖିଲି ହସ । ମଳୟ ପବନ ସ୍ପର୍ଶରେ ଉତ୍‌ଫୁଲି ହୋଇ ଦୋଳି ଖେଳୁଛି କାଶତଣ୍ଡି ଫୁଲ । ବାସ ନାହିଁ ସିନା ମାଁଙ୍କ ଆଗମନକୁ ଭରପୁର ସ୍ୱାଗତ କରୁଛି ଧବଳ ରାଣୀ । ଏବେ ପାର୍ବଣରେ ଖୁସିର ଆସରା । ମାଁଙ୍କ ଆଗମନରେ ନିଜକୁ ଉତ୍ସର୍ଗ କରି ଧବଳ ଶାଢିରେ ସଜେଇ ହୋଇଛି ଧରଣିରାଣୀ । ଚାଷ ଜମି ହେଉକି ମହାନଦୀ ପଠା ସବୁଆଡେ କାଶତଣ୍ଡି ର ପସରା ।
kasatandi
ଶରତର ଶୁଭ୍ର ପରିବେଶକୁ ବିମୋହିତ କରିଦେଇଛି ଏ କାଶତଣ୍ଡି ଫୁଲ । ସୁପ୍ରଭାତର ସୁନେଲି କିରଣରେ ଖଣ୍ଡ ଖଣ୍ଡ ଭସା ବାଦଲ ଓ ଧରା ପୃଷ୍ଠର ଧବଳ ରାଣୀ ପରସ୍ପରକୁ ଚାହିଁ ରହିଛନ୍ତି । କାଶତଣ୍ଡିର ସ୍ପର୍ଶରେ କବି ଲେଖକ କଲମକୁ ଚଳଚଂଚଳ କରିଦେଇଛି । ସେହିପରି ଶିଳ୍ପିକୁ ତୁଳି ଧରିବାକୁ ବାଧ୍ୟ କରିଛି କାଶତଣ୍ଡି । ସମସ୍ତଙ୍କୁ ଆନମନା କରି ଖିଲିଖିଲି ହୋଇ ହସୁଛି ଧବଳ ରାଣୀ । କାଶତଣ୍ଡି କୁ ନେଇ ଓଡିଆ ସାହିତ୍ୟ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କବି ଓ ଭାବୁକ । ଆଉକିଛି ଦିନ ଗଲେ ମାଙ୍କ ଆଗମନ ସୂଚନା ଦେଇଛି କାଶତଣ୍ଡି ଫୁଲ । ଶରତ ଋତୁର ଶୁଭ୍ର କାଶତଣ୍ଡିରେ ପୁଲକିତ ଧରଣୀ । ବିଶ୍ଵଜନନୀଙ୍କ ଆଗମନ ପାଇଁ ସଜେଇ ହେଲାଣି ଧରଣୀ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.