କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ମାମଲା: ଆଜି ହୋଇପାରେ ଡିଏନଏ ଟେଷ୍ଟ

କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା। ଆଜି ହୋଇପାରେ ଅଭିଯୋଗକାରୀ ପ୍ରାଣକୃଷ୍ଣ, ତାଙ୍କ ପତ୍ନୀ ଓ ଶିଶୁଙ୍କ DNA ଟେଷ୍ଟ। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

ଭୁବନେଶ୍ୱର (କେନ୍ୟୁଜ): କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା। ଆଜି ହୋଇପାରେ ଅଭିଯୋଗକାରୀ ପ୍ରାଣକୃଷ୍ଣ, ତାଙ୍କ ପତ୍ନୀ ଓ ଶିଶୁଙ୍କ DNA ଟେଷ୍ଟ। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏନେଇ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ କରାଯିବ ଆବେଦନ। କୋର୍ଟରୁ ଆଦେଶ ସହ ଏଫ୍ ଟିଏ କାର୍ଡ SFSLରୁ ଆସିବ। ଏହାପରେ DNA ଟେଷ୍ଟ କରାଯାଇ ILS କୁ ପଠାଯିବ। ଟେଷ୍ଟ ପରେ ଯାହା ଫଳାଫଳ ଆସିବ ତାକୁ ଗ୍ରହଣ କରିବେ ବୋଲି ଅଭିଯୋଗକାରୀ କହିଛନ୍ତି।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ୨୬ ତାରିଖ ମଙ୍ଗଳବା ହସ୍ପିଟାଲ୍ ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ନିର୍ଦ୍ଦେଶକ କହିଥିଲେ, ଏ ଘଟଣାର ତଦନ୍ତ ସହ DNA ଟେଷ୍ଟ କରାଯିବ । ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍ ଗଠନ କରାଯାଇଥିଲା। ଯାହାର ତଦନ୍ତ କରୁଥିଲେ ୩ ଜଣିଆ ଟିମ୍। ତଦନ୍ତ ପରେ ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ସସ୍‌ପେଣ୍ଡ ହୋଇଥିଲେ । ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.