ମହାମାରୀ କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ରୋଗୀମାନଙ୍କ ସେବା କରିବାରେ ଲାଗିପଡିନ୍ତି। ତେବେ ଏହି ସମୟରେ ଜଣେ କରୋନା ଯୋଦ୍ଧା ଆଉ ପାଦେ ଆଗକୁ ଆସି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜଣେ ୬ ମାସର ଶିଶୁଙ୍କୁ ମା’ ବାପା କରୋନା ପଜେଟିଭ ଜଣାପଡିବା ପରେ ସେ ଶିଶୁଟିକୁ ନିଜ ପାଖରେ ରଖି ତାର ସମସ୍ତ ଦାୟିତ୍ୱ ନେଇଛନ୍ତି। ଏହି ଡାକ୍ତର ଜଣକ ହେଲେ କେରଳର ମୈରୀ ଅନିତା।
ରିପୋର୍ଟ ମୁତାବକ, ଏଲଭିନଙ୍କ ମା’ ବାପା କେରଳର ଗୁରୁଗ୍ରାମର ଏକ ହେଲଥ କେୟାର ସେଣ୍ଟରରେ ନର୍ସଭାବେ କାର୍ଯ୍ୟ କରୁଥିଲେ। ଗତ ମାସରେ ଏଲଭିନଙ୍କ ବାପା କରୋନା ପଜିଟିଭ ବୋଲି ଜଣାପଡିଥିଲା। ଏହାପରେ ସେ ହସିପିଟାଲରେ ରହି ଚିକିତ୍ସିତ ହେଲେ। ଏହାର କିଛି ଦିନ ପରେ ଏଲଭିନଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଲା ପରେ ଏକ ଚାଇଲ୍ଡ େଓ୍ଵଲଫେୟାର କମିଟି ଏଲଭିନଙ୍କ ଦାୟିତ୍ୱ ନେଲା। କିନ୍ତୁ ଶିଶୁ କିଛି ଦିନ ମା’ଙ୍କ ସହ ରହିଥିବାରୁ ତାଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଚାଇଲ୍ଡ େଓ୍ଵଲଫେୟାର କମିଟି ଅନୁମତିରେ ଡା. ମୌରୀ ଜୁନ୍ ୧୫ ରୁ ଏଲଭିନଙ୍କୁ ନେଇ ନିଜର ଖାଲିଥିବା ଏକ ଫ୍ଲାଟରେ ରଖିଥିଲେ। ମୌରୀଙ୍କର ନିଜର ୩ଟି ପିଲା ଅଛନ୍ତି।
ମୌରୀ ଏଲଭିନଙ୍କ ଦେଖାଶୁଣା କରିବା ସହ ତାଙ୍କ ମା’ ବାପାଙ୍କ ସହ ପ୍ରତିଦିନ ଭିଡିଓ କଲରେ ମଧ୍ୟ କଥା କରାଉଛନ୍ତି। ବର୍ତ୍ତମାନ ଏଲଭିନଙ୍କର ମା ବାପା ଠିକ୍ ଅଛନ୍ତି।