ହିନ୍ଦୁ ଧର୍ମରେ ମୃତ୍ୟୁ ନୁହେଁ ଜୀବନର ଅନ୍ତ: ପଢନ୍ତୁ,କାହିଁକି ଦିଆଯାଏ ଅନ୍ତିମ ସଂସ୍କାରକୁ ଗୁରୁତ୍ବ

ହିନ୍ଦୁ ଧର୍ମରେ ଅନେକ ରୀତିନୀତି ଏବଂ ସଂସ୍କାର ରହିଛି । ଏହି ସବୁ ସଂସ୍କାର ମଣିଷର ଜନ୍ମରୁ ମୃତ୍ୟୁ ମଧ୍ୟରେ କରାଯାଇଥାଏ । ଯାହା ଜୀବନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଆଜି ଆମେ ଆପଣ ମଣିଷର ଅନ୍ତିମ ସଂସ୍କାର ବିଷୟରେ କହିବୁ । ଏହି ସଂସ୍କାର ବିଷୟରେ ଗରୁଡ ପୁରାଣରେ ଅନେକ କିଛି କୁହାଯାଇଛି ଯାହାର ପାଳନ କଲେ ମଣିଷର ଆତ୍ମାକୁ ଶାନ୍ତି ମିଳିଥାଏ । ଏହି ବିଧିକୁ ’କପାଲା ମୋକ୍ଷମ’ କୁହାଯାଏ ।

ଶାସ୍ତ୍ରରେ ଅନ୍ତିମ ସଂସ୍କାରକୁ ଖୁବ୍ ଗୁରୁତ୍ବ ଦିଆଯାଇଛି । କୁହାଯାଏ ଏହି ସଂସ୍କାରକୁ ଭଲ ଭାବରେ ପାଳନ କଲେ ପରଲୋକରେ ବ୍ୟକ୍ତିକୁ ଉତ୍ତମ ସ୍ଥାନ ମିଳିଥାଏ । ଏହା ସହ ପର ଜନ୍ମରେ ଉତ୍ତମ କୁଳରେ ଜନ୍ମ ହୋଇଥାନ୍ତି । ଗରୁଡ ପୁରାଣରେ କୁହାଯାଇଛି ଯେଉଁ ମଣିଷର ଅନ୍ତିମ ସଂସ୍କାର ଭଲ ଭାବରେ ହୋଇନଥାଏ ମୃତ୍ୟୁ ତାର ଆତ୍ମା ଶାନ୍ତି ପାଇନଥାଏ । ଏବଂ ବିଭିନ୍ନ ପ୍ରକାର କଷ୍ଟ ପାଇଥାଏ ।

ଗରୁଡ ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ ମୃତ୍ୟୁକୁ ଜୀବନର ଅନ୍ତ କୁହାଯାଇନଥାଏ । ମୃତ୍ୟୁ ହେବା ଦ୍ବାରା ବିଶ୍ବାସ କରାଯାଏ ଯେ ଆତ୍ମା ପୁରୁଣା ଶରୀରକୁ ଛାଡି ନୂଆ ଶରୀର ଧାରଣ କରିବ । କିମ୍ବା ମୋକ୍ଷ ପ୍ରାପ୍ତି ପାଇଁ ଅନ୍ତିମ ଯାତ୍ରା କରିବ । ତେବେ ବ୍ୟକ୍ତିର ମୃତ୍ୟୁ ପରେ ଶରୀରର ଦାହ ସଂସ୍କାର କରିବା ପଛରେ ଏହା ହିଁ ହେଉଛି କାରଣ ।

ଶାସ୍ତ୍ରକୁ ମାନିବା ଯଦି ଆତ୍ମା ହେଉଛି ଅଜର ଅମର । ଏବଂ ବ୍ୟକ୍ତିର ମୃତ୍ୟୁ ପରେ ତୁରନ୍ତ ଆଉ କାହାର ଗର୍ଭରେ ପ୍ରବେଶ କରିଥାଏ । ଅନ୍ତିମ ସଂସ୍କାର ସମୟରେ ମୃତ ବ୍ୟକ୍ତିର ମୁଣ୍ଡକୁ ବାଉଁଶ କିମ୍ବା କୌଣସି କାଠରେ ’କପାଲା ମୋକ୍ଷମ’ କ୍ରିୟା କରାଯାଇଥାଏ । ଯାହା ଦ୍ବାରା ଆତ୍ମାର ଦୁରୁପଯୋଗ ହେବାରୁ ରକ୍ଷା କରାଯାଇପାରେ । ଏହାସହ ଏହି ରୀତିକୁ ଏଥିପାଇଁ ମଧ୍ୟ ପାଳନ କରାଯାଏ ଯେ କୌଣସି ତନ୍ତ୍ର ମନ୍ତ୍ର ବିଦ୍ୟା ପାଇଁ ସେହି ଆତ୍ମାକୁ ଯେମିତି ଦୁରୁପଯୋଗ କରା ନଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.