ଖୁନି ଟେଲିଫୋନ, ନେଇଛି ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ଜୀବନ

ସାମାନ୍ୟ ଟେଲିଫୋନ ଟିଏ ଯେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇପାରେ । ଏକଥା ଶୁଣି ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ | କିନ୍ତୁ ଏହା ପଛର ପ୍ରକୃତ କାରଣ ଓ ପୂରା ଘଟଣା ବିଷୟରେ ଯେବେ ଆପଣ ଜାଣିବେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ଏହି ଟେଲିଫୋନଟି ହେଉଛି ୧୯୪୫ ମସିହାର । ୨୦୧୭ ମସିହାରେ ଦୁଇ କୋଟି ଟଙ୍କାରେ ଏହାର ନିଲାମୀ କରାଯାଇଥିଲା । ଅବଶ୍ୟ ଏହି ଫୋନ ଟିକୁ କିଏ କିଣିଛନ୍ତି ସେ ସମ୍ବନ୍ଧୀୟ କୌଣସି ତଥ୍ୟ ଏଯାବତ ପଦାକୁ ଆସିନାହିଁ ।

telephone

ପ୍ରକୃତରେ ଏହି ଫୋନଟି ସୁଦୂର ଜର୍ମାନର କୃର ଶାସକ ହିଟଲର ଙ୍କର ଥିଲା । ପ୍ରଥମରୁ ଏହାର ରଙ୍ଗ କଳା ଥିବା ବେଳେ ପରେ ଏହାକୁ ଲାଲ ରଙ୍ଗ ଦିଆ ଯାଇଥିଲା । ଏହା ଉପରେ ହିଟଲରଙ୍କ ନାଁ ଲେଖାଥିବା ବେଳେ ତାଙ୍କ ସମୟର ଶାସନର ଚିହ୍ନ ବି ରହିଛି । ରିପୋର୍ଟ ମୁତାବକ, ଦ୍ଵିତୀୟ ବିଶ୍ୱଯୁଦ୍ଦ ଶେଷ ପରେ ୧୯୪୫ ମସିହାରେ ବର୍ଲିନରୁ ଏହାକୁ ଠାବ କରାଯାଇଥିଲା । ସେବେଠାରୁ ହିଁ ନିଲାମ ପର୍ଯ୍ୟନ୍ତ ଏକ ବାକ୍ସ ଭିତରେ ବନ୍ଦ କରାଯାଇ ରଖାଯାଇଥିଲା ।

telephone

କୁହାଯାଏ କି, ୪୦ ଦଶକରେ ଏହି ଫୋନ ଜରିଆରେ ହିଁ ହିଟଲର ନାଜି ସୈନିକ ମାନଙ୍କୁ ହତ୍ୟାର ଆଦେଶ ଦେଉଥିଲେ । ଏହା ପରେ ନାଜି ମାନେ ହିଟଲରଙ୍କ ଆଦେଶ ପାଳନ କରିବାକୁ ଯାଇ ବନ୍ଧକ ଥିବା ସୈନିକ ମାନଙ୍କୁ ଗୁଳି କରି ହତ୍ୟା କରୁଥିଲେ ନଚେତ ଗ୍ୟାସ ଚାମ୍ବରରେ ଭର୍ତ୍ତି କରି ଜାଳି ଦେଉଥିଲେ । ହିଟଲର ଇହୁଦୀ ମାନଙ୍କର ଘୋର ବିରୋଧୀ ଥିଲେ । ତାଙ୍କରି କଠୋର ଶାସନ କାଳରେ ପ୍ରାୟ ୧୦ ଲକ୍ଷ ଇହୁଦୀ ସୈନିକଙ୍କୁ ପ୍ରାଣ ହାରିବାକୁ ପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.