ସିଦ୍ଧୁଙ୍କୁ ମିଳିଲା ଏକ ବର୍ଷର ସଶ୍ରମ କାରାଦଣ୍ଡ, ଜାଣନ୍ତୁ ଏହା କଣ ଓ କିପରି ଦଣ୍ଡ ଭୋଗିଥାନ୍ତି ଦୋଷୀ

ଭାରତୀର ପୂର୍ବ କ୍ରିକେଟର ଓ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ରୋଡ ରେଜ ମାମଲାରେ ଦେଶର ସବୁଠୁ ବଡ ଅଦାଲତ ଗୋଟେ ବର୍ଷ ପାଇଁ କାରାଦଣ୍ଡ ଶୁଣାଇଛନ୍ତି । ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ସଶ୍ରମ ତଥା କଠୋର କାରାବାସର ଦଣ୍ଡ ଦେଇଛନ୍ତି । ତେବେ ଆପଣ ମାନେ ହୁଏତ ଜାଣିନଥିବେ ସଶ୍ରମ କାରାବାସ ବା କଠୋର କାରାବାସ କଣ ହୋଇଥାଏ । ଆଇନ ଅନୁଯାୟୀ ଏହାର ମାନେ କଣ ହୋଇଥାଏ ?

ଏହାର ଅର୍ଥଯେ କୌଣସି ମାମଲାରେ ଦୋଷୀ ବ୍ୟକ୍ତିଙ୍କୁ ଦଣ୍ଡ ସମୟରେ କଠିନ ପରିଶ୍ରମର କାମ ଦିଆଯାଇଥାଏ । ଜେଲରେ ରହୁଥିବା ବିଚାରାଧୀନ କଏଦୀଙ୍କୁ ନିଜର ଛୋଟ ମୋଟ କାମ ନିଜକୁ ହିଁ କରିବାକୁ ପଡିଥାଏ । କିନ୍ତୁ ସଜା କାଟୁଥିବା କଏଦୀଙ୍କୁ ଅଦାଲତଙ୍କ ଦିଶା ନିର୍ଦ୍ଦେଶ ଅନୁଯାୟୀ ଭିନ୍ନ ଭିନ୍ନ କାମ ଜେଲ କତ୍ତୃପକ୍ଷଙ୍କ ତରଫରୁ ଦିଆଯାଇଥାଏ । ଯେଉଁଥିରେ ସଫାସଫି କାମ, ମାଳି କାମ , ରଙ୍ଗ ଦେବା କାମ, ବଢ଼ାଇ କାମ, ପଥର କାଟିବା କାମ, ରୋଷେଇ ଘର କାମ, ୱେଲଡିଂ ଓ ପେଟିଙ୍ଗ ପରି କାମ ସାମିଲ ଅଛି । ସଶ୍ରମ ତଥା କଠୋର କାରାଦଣ୍ଡ ଭୋଗୁଥିବା କଏଦୀ ଜେଲରେ କଠିନ ପରିଶ୍ରମ କରିଥାନ୍ତି । ସେମାନଙ୍କୁ କଠିନରୁ କଠିନ କାମ ଦିଆଯାଇଥାଏ । ଯାହାକୁ ଏକ ଧାର୍ଯ୍ୟ ସମୟରେ କଏଦୀଙ୍କୁ ପୁରା କରିବାକୁ ହୋଇଥାଏ । ପ୍ରକୃତରେ ଆଇପିସି ଧାରା-୬୦ ରେ ଏହା ଦର୍ଶାଯାଇଛିକି ଦଣ୍ଡାଦିଷ୍ଟ କାରାବାସର କିଛି ମାମଲା ସମ୍ପୂର୍ଣ୍ଣ କାରାବାସ କିମ୍ବା ତାର କୌଣସି ଭାଗ ହୋଇଥିବ ।

ଆଇପିସି ୧୮୬୦ ଧାରା ୭୩ ଅନୁଯାୟୀ, ନ୍ୟାୟାଳୟ ଦ୍ୱାରା କୌଣସି ଅପରାଧୀଙ୍କୁ କଠୋର କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ । ଏମିତିରେ ଆରୋପିଙ୍କୁ ସାଧାରଣ କାରାବାସ ସହିତ ନିମ୍ନ ପରିସୀମା ପାଇଁ ଏକାନ୍ତରେ କାରାବାସରେ ରହିବାକୁ ହେବ । ତେବେ ଯାଇ ଏହାକୁ କଠୋର କାରାବାସ ବୋଲି କୁହାଯିବ ।

 

imprisonment
image credit: Deccan chronicle

 

୧. ଯଦି ଅରରଧୀଙ୍କୁ ୬ ମାସ ପାଇଁ କଠୋର କାରାବାସର ସଜା ଦିଆଯାଇଥାଏ ତେବେ ତାଙ୍କୁ ଏକ ମାସ ପାଇଁ ଏକାନ୍ତ କାରାବାସରେ ରଖାଯିବ । ଏହା ଠାରୁ ଅଧିକ ନୁହେଁ ।

୨. ଯଦି କୌଣସି ଅପରାଧୀଙ୍କୁ ଏକ ବର୍ଷର କଠୋର କାରାବାସର ଦଣ୍ଡ ଦିଆଯାଇଥାଏ, ତେବେ ତାଙ୍କୁ ଦୁଇ ମାସରୁ ଅଧିକ ଏକାନ୍ତରେ କାରାବାସରେ ରଖାଯିବ ନାହିଁ ।

୩. ଯଦି କୌଣସି ଅପରାଧୀଙ୍କୁ ଏକ ବର୍ଷରୁ ଅଧିକ କଠୋର କାରାବାସ ଦିଆଯାଏ ତେବେ ତାଙ୍କୁ ଏକାନ୍ତରେ ୩ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରଖାଯିବ ନାହିଁ ।

କହିରଖିବା ଉଚିତ ହେବକି ଏକାନ୍ତ କାରାବାସ ଶେଷ ହେବା ପରେ ବାକି କାରାବାସ କଠିନ ଶ୍ରମ ସହିତ ପୁରା କରିବାକୁ ହେବ । ଜେଲ ପ୍ରଶାସନ ପକ୍ଷରୁ ଦିଆଯାଇଥିବା କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ହେବ | ଏହି ପ୍ରକ୍ରିୟା ଦଣ୍ଡ ଶେଷ ହେବା ଯାଏଁ ଚାଲୁରହିବ । ସଜା ଶେଷ ହେବା ପରେ ତାଙ୍କୁ ଛାଡି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.