ଦୁଇ ବର୍ଷ ପରେ ଦୁଲୁକିବ ବାରବାଟୀ : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌, ଆସନ୍ତା ୧ ତାରିଖରୁ ଅନଲାଇନରେ ଟିକେଟ ବିକ୍ରି

କଟକ (କେନ୍ୟୁଜ୍‌): ଦୁଇ ବର୍ଷ ପରେ ଦୁଲୁକିବ ବାରବାଟୀ। ପୂର୍ଣ୍ଣ କ୍ଷମତାରେ ଦର୍ଶକ ଦେଖିବେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌। ଷ୍ଟାଡିୟମରେ ୪୪ ହଜାର ଦର୍ଶକ ବସି ମ୍ୟାଚର ମଜା ନେଇପାରିବେ। ଦର୍ଶକଙ୍କ ପାଇଁ ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ହେବ। ବାରବାଟୀ ମ୍ୟାଚ ଶୃଙ୍ଖଳିତ ପରିଚାଳନା ନେଇ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Barabati

ଜୁନ୍‌ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଦର୍ଶକଙ୍କ ପାଇଁ ଅନଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଟିକେଟ ବ୍ୟବସ୍ଥା ରହିବ। ନକଲି ଟିକେଟ୍‌ ଉପରେ ରୋକ ଲାଗିବ। ଜୁନ ୧୦ ତାରିଖରେ ଉଭୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବେ। ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଛି। ସେହିପରି ଅଗ୍ନି ନିରାପତ୍ତା ପାଇଁ ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଆଜି ବୈଠକରେ ସୂଚନା ଦିଆଯାଇଛି।

ଟିକେଟ ଜାଲିଆତିକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ଏଥିପାଇଁ Paytmକୁ ଦାୟିତ୍ଵ ଦିଆଯାଇଛି। ଷ୍ଟାଡିୟମ ଭିତରର ପାଣି, ଶୌଚାଳୟ ବ୍ୟବସ୍ଥା ପାଇଁ ସମସ୍ତ ବିଭାଗ ସହ ଆଲୋଚନା ହୋଇଛି। ଆବଶ୍ୟକ ପଡିଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବ। ଶାନ୍ତି ଶୃଙ୍ଖଳା ସହ ମ୍ୟାଚ୍ କରିବା ହେଉଛି ଲକ୍ଷ୍ୟ। ପୂର୍ବରୁ ହୋଇଥିବା ପାର୍କିଂ ବ୍ୟବସ୍ଥା ଅନୁଯାୟୀ ପାର୍କିଂ କରାଯିବ। କଟକ ଓ ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା ହେବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି।

ଆସନ୍ତା ୧ ତାରିଖରୁ ଅନଲାଇନରେ ଟିକେଟ ବିକ୍ରି କରାଯିବ । ଭୁବନେଶ୍ୱର ଏବଂ କଟକରେ ଦୁଇ ଦୁଇଟି ଟିକେଟ ବିକ୍ରି କରାଯିବ। ଜୁନ ୯ ଏବଂ ୧୦ ତାରିଖରେ ଅଫଲାଇନରେ ଦର୍ଶକ ଟିକେଟ କିଣି ପାରିବେ । ୭ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୬୦୦ ଟଙ୍କା ରହିଛି। ଏସି ବକ୍ସ ୭ ହଜାର, ନିଉ ପାଭିଲିଅନ ୮ ହଜାର, କର୍ପୋରେଟ ବକ୍ସ ୧୨ ହଜାର ଟଙ୍କା ଏବଂ ସ୍ପେଶାଲ ଏନକ୍ଲୋଜର ଟିକେଟ୍‌ ଦାମ୍‌ ୫ ହଜାର ଟଙ୍କା ରଖାଯାଇଛି।

Also Read: ଘୁଞ୍ଚିଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ଜୁନ୍‌ ୪ରେ ହେବ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.