ଗଛ ସବୁଜ ଥାଏ କିନ୍ତୁ ଫୁଲ କାହିଁକି ଅଲଗା ରଙ୍ଗର ହୋଇଥାଏ, ଜାଣନ୍ତୁ ଏମିତି ହେବା ପଛର କାରଣ କଣ?

ଫୁଲ, ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସହିତ ତାଙ୍କର ସବୁ ଫଙ୍କସନ୍‌ କିମ୍ବା ପୂଜା ପାର୍ବଣ ହେଉ ଫୁଲ ସବୁଥିରେ ସାମିଲ ରହିଥାଏ। କୌଣସି ବଡ ପର୍ବ ହେଉ କିମ୍ବା ଘରର ପୂଜା ପାଠ ହେଉ, ଫୁଲର ବହୁତ ଖାସ୍‌ ମହତ୍ତ୍ୱ ରହିଛି। ଏଥିରେ ମଧ୍ୟ ଅଲଗା ଅଲଗା ଅବସରରେ ଅଲଗା ଅଲଗା ରଙ୍ଗର ଫୁଲର ଡିମାଣ୍ଡ ରହିଥାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଯେ ଅଧିକାଂଶ ଗଛ ତ ସବୁଜ ରଙ୍ଗର ହୋଇଥାଏ। ଖାଲି ଗଛ ନୁହେଁ ଏହାର ପତ୍ର ବି ସବୁଜ ରଙ୍ଗ ହୋଇଥାଏ। କିନ୍ତୁ ଫୁଲର ରଙ୍ଗ ଅଲଗା ରଙ୍ଗ କାହିଁକି ହୋଇଥାଏ ଆଉ କେମିତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ବତାଇବୁ। ଯାହାଦ୍ୱାରା ଆପଣ ବି ଜାଣିପାରିବେ ଯେ ଏହା ରାସାୟନିକ କ୍ରିୟା ଦ୍ୱାରା ହୋଇଥାଏ ନା ଫୁଲର ରଙ୍ଗ ଅଲଗା ଅଲଗା ହେବାର ଆଉ କିଛି ଅଲଗା କାରଣ ରହିଛି।

ପ୍ରଥମେ ଆସନ୍ତୁ ଜାଣିବେନା ଫୁଲର ରଙ୍ଗ ଅଲଗା କେମିତି ହୁଏ

ଯେକୌଣସି ଫୁଲ କେଉଁ ରଙ୍ଗର ହେବ ଏହା ସେହି ଗଛ ଏବଂ ସେହି ଫୁଲରେ ହେଉଥିବା କିଛି ରସାୟନ ଦ୍ୱାରା ଧାର୍ଯ୍ୟ ହୋଇଥାଏ। ଯେମିତିକି ଆନ୍ଥୋସାୟାନିନ୍‌ ଏକ ଏମିତି କେମିକାଲ ଯାହା ଅଧିକାଂଶ ଫୁଲରେ ମିଳିଥାଏ। ଏହି ଗୋଟିଏ କେମିକାଲ କାରଣରୁ ଅନେକ ପିଗମେଣ୍ଟର ଅଲଗା ଅଲଗା ସେଡ୍ସର ଫୁଲ ରହିଥାଏ। ଖାସ କରି ଧଳାରୁ ଲାଲ, ଲାଲରୁ ନୀଳ, ନୀଳରୁ ହଳଦିଆ, ହଳଦିଆରୁ ବାଇଗଣ, ବାଇଗଣରୁ କଳା ଏବଂ କଳାରୁ ଧୂସର ରଙ୍ଗର ଯେତେ ବି ଫୁଲ ରହିଥାଏ, ତାର କାରଣ ହେଉଛି ଆନ୍ଥୋସାୟନିନ ରସାୟନ।

roseକିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଯେ ଅନେକ ଫୁଲ ଯାହା କେବଳ ଗୋଟିଏ ରଙ୍ଗର ହୋଇଥାଏ। ଏବଂ ଏହା ଏକଦମ୍‌ ଉଜ୍ୱଳ ରଙ୍ଗର ହୋଇଥାଏ। ଯେମିତିକି ଲାଲ ଗୋଲାପର ଫୁଲ, ହଳଦିଆ ଗେଣ୍ଡୁ ଫୁଲ, ନାରଙ୍ଗୀ ଫୁଲ। ଏହି ପ୍ରକାରର ଫୁଲ ପାଇଁ ଏକ ଅଲଗା ପ୍ରକାର କେମିକାଲ ବା ରସାୟନ ଦାୟୀ ରହିଥାଏ, ଯାହାକୁ କରୋଟିନାଇଡ କୁହାଯାଏ। କରୋଟିନାଇଡ୍‌ କାଣରୁ ଯେଉଁ ଫୁଲ ହୋଇଥାଏ, ତାହା ମୁଖ୍ୟତଃ ଗୋଟିଏ ରଙ୍ଗର ହୋଇଥାଏ। ସେହିପରି କିଛି ଫୁଲ ଏମିତି ବି ହୋଇଥାଏ ଯେଉଁଥିରେ ଆନ୍ଥୋସାୟନିନ ଏବଂ କରୋଟିନାଇଡ ଉଭୟ ରସାୟନ ମିଳିଥାଏ ଏଭଳି ଫୁଲରେ। ଏହି ଫୁଲର ରଙ୍ଗ ବି ମିଶାମିଶି ଦେଖାଯାଇଥାଏ।

ଏବେ ଜାଣିବା ପତ୍ରର କାହାଣୀ କଣ?

ଆମେ ଯଦି ପତ୍ର ବିଷୟରେ ଆମେ କହିବା ତାହେଲେ ଅଧିକାଂଶ ଗଛଲତାର ପତ୍ର ସବୁଜ ହୋଇଥାଏ। ଏବଂ ଏହାପଛର କାରଣ ହେଉଛି ଏଥିରେ ମହଜୁଦ୍‌ ଥିବା କ୍ଲୋରୋଫିଲ। ଏହି କ୍ଲୋରୋଫିଲ ଏକ ଏମିତି ପିଗମେଣ୍ଟ, ଯାହା ଗଛକୁ ସବୁଜ ରଖିଥାଏ। ଯଦିଓ ଅନେକ ଗଛର ପତ୍ର ରଙ୍ଗ ମଧ୍ୟ ଅଲଗା ଅଲଗା ପ୍ରକାରର ରହିଥାଏ। କିନ୍ତୁ ଏହା ପଛର କାରଣ ହେଉଛି ସେଠାକାର ବାତାବରଣ, ସୂର୍ଯ୍ୟର କିରଣ ଏବଂ ଭୌଗୋଳିକ ସ୍ଥିତି। ଏହି ତିନୋଟି କାରଣ ମୁଖ୍ୟତଃ ଦାୟୀ ପତ୍ରର ରଙ୍ଗ ଅଲଗା ହେବାର।

ଆଶା କରୁଛୁ ଏବେ ଆଉ ଆପଣଙ୍କ ମନରେ କୌଣସି ସନ୍ଦେହ ନଥିବ ଯେ ଗଛ ପତ୍ରର ରଙ୍ଗ ଏକା ଥିବାବେଳେ ଫୁଲର ରଙ୍ଗ କାହିଁକି ଅଲଗା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.