୧୪ ବର୍ଷରେ ବିବାହ, ୧୮ ବର୍ଷରେ ମା’ ହୋଇ ବି ପୂରଣ କଲେ ନିଜ ଆଇପିଏସ ସ୍ବପ୍ନ

ଯଦି କିଛି କରିଦେଖେଇବା ପାଇଁ ଠାଣି ନେଇଥାନ୍ତି | ତେବେ ହୁଏତ ବଡ଼ରୁ ବଡ ବାଧା ବିଘ୍ନକୁ ବି ଅତିକ୍ରମ କରିବା ସମ୍ଭବପର ହୁଏ ।ଏମିତିକି କେବେ ଭାବି ନ ଥିବା ସ୍ବପ୍ନ ବି ଦିନେ ସତ ହୋଇଯାଏ । ନିଜ ଦୃଢ଼ ଇଛାଶକ୍ତି, ମନୋବଳ ଓ ପରିଶ୍ରମ ବଳରେ ଦିନେ ଏମାନେ ନିଜ ଲକ୍ଷ ହାସଲ କରିଥାନ୍ତି | ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାନ୍ତି । ଯୁବ ସମାଜ ସେମାନଙ୍କ ପ୍ରେରଣାରେ ହିଁ ଆଗକୁ ବଢି଼ଥାନ୍ତି । ଜୀବନ ଯେ ସଂଘର୍ଷ ଭରା ଆଉ ତାହା ସାମ୍ନାରେ ମୁଣ୍ଡ ନ ନୁଆଇଁ ତାକୁ ବୀରତ୍ବର ସହ ସାମ୍ନା କରିବା ଉଚିତ ବୋଲି ଏମାନଙ୍କ ଜୀବନୀରୁ ହିଁ ଜଣାପଡେ । ତେବେ ଆସନ୍ତୁ ଏମିତି ଏକ ଅନନ୍ୟ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଜି ଜାଣିବା । ଆଜି ମୁମ୍ବଈର ଲେଡି ସିଂହମ ଭାବେ ଜଣାଯାଉଛନ୍ତି ସେ । ୨୦୦୮ ପୂର୍ବରୁ ଏହା ଯେମିତି ତାଙ୍କ ପାଇଁ ଅସମ୍ଭବ ଥିଲା ।

୧୪  ବର୍ଷ ବୟସରେ ଅମ୍ବିକାଙ୍କର ବିବାହ ହୋଇଥିଲା । ୧୮ ବର୍ଷ ବୟସ ସୁଦ୍ଧା ଦୁଇଟି ଛୁଆଙ୍କର ମା’ ହୋଇଯାଇଥିଲେ ଅମ୍ବିକା । ତାଙ୍କ ସ୍ୱାମୀ ବୃତ୍ତିରେ କନେଷ୍ଟେବଳ ଥିଲେ । ଥରେ ତାଙ୍କ ସ୍ୱାମୀ ଉପରିସ୍ଥ ଅଫିସରଙ୍କୁ ସାଲ୍ୟୁଟ କରୁଥିବାର ଦେଖି ଅମ୍ବିକା ତାଙ୍କୁ ଏବାବଦରେ ପଚାରିଥିଲେ । ସେ କିଏ ଆଉ କାହିଁକି ତାଙ୍କୁ ସାଲ୍ୟୁଟ ମାରିଲେ ବୋଲି ପଚାରିଥିଲେ । ଏହି ସମୟରେ ତାଙ୍କ ସ୍ୱାମୀ ପୋଲିସ ବିଭାଗ ବିଷୟରେ ସବିଶେଷ ତଥ୍ୟ ଦେବା ସହ ସିଭିଲ ସର୍ଭିସ ପରୀକ୍ଷା ବାବଦରେ କହିଥିଲେ । ଆଉ ଏହା ଶୁଣି ମନେ ମନେ ଅମ୍ବିକା ପ୍ରତିଜ୍ଞା କରିଥିଲେକି ସେ ଖାଲି ଏହି ପରୀକ୍ଷାରେ ବସିବେନି, ନିଶ୍ଚିନ୍ତ ରୂପେ ପାସ ବି କରିବେ । କିନ୍ତୁ ଅଳ୍ପ ବୟସରେ ବାହାଘର ହୋଇଥିବା କାରଣରୁ ଅଧାରୁ ଅମ୍ବିକାଙ୍କର ପାଠପଢ଼ା ବନ୍ଦ ହୋଇଥିଲା ।

ambika

ଏହା ପରେ ସେ ଏକ ପ୍ରାଇଭେଟ କୋଚିଂ ସେଣ୍ଟରରୁ ୧୦ ମ ଓ ପରେ ଡିଷ୍ଟାନ୍ସ ଲର୍ଣ୍ଣିଙ୍ଗରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ଏହା ପରେ ଆଇପିଏସ ପରୀକ୍ଷାରେ ବସିବା ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେସମୟରେ ଡିଂଡିଗୁଲ ଠାରେ କୌଣସି ବି କୋଚିଂଗ ସେଣ୍ଟର ନଥିଲା । ଏଣୁ ଚେନ୍ନାଇରେ ରହି ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ଆଉ ଏଥିରେ ତାଙ୍କ ପୂର୍ଣ୍ଣ ସହଯୋଗ କରିଥିଲେ ତାଙ୍କ ସ୍ୱାମୀ । ଅମ୍ବିକା ଚେନ୍ନାଇରେ ରହି ପଢାପଢି କରୁଥିବା ବେଳେ ତାଙ୍କ ସ୍ୱାମୀ ନିଜେ ଚାକିରୀ କରିବା ସହ ଦୁଇ ଛୁଆଙ୍କର ଦେଖାଶୁଣା କରୁଥିଲେ ।

କିନ୍ତୁ ଏସବୁ ଅମ୍ବିକାଙ୍କ ପାଇଁ ସେତେଟା ସହଜ ନଥିଲା । ତିନି ତିନି ଥର ପରୀକ୍ଷାରେ ଅସଫଳ ହୋଇଥିଲେ । କିନ୍ତୁ ଆଶା ହରାଇ ନଥିଲେ | ସ୍ୱାମୀ ରାଜି ନଥିଲେ ବି ଚେନ୍ନାଇରେ ରହି ଚତୁର୍ଥ ଥର ପରୀକ୍ଷାରେ ବସିଥିଲେ ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲେ । ୨୦୦୮ ରେ ପରୀକ୍ଷା ପାସ କରିଥିବା ବେଳେ ଆଇପିଏସ ଅଫିସର ହୋଇଥିଲେ । ଟ୍ରେନିଂପୁରା ହେବା ପରେ ମହାରାଷ୍ଟ୍ରରେ ତାଙ୍କ ପୋଷ୍ଟିଙ୍ଗ ହୋଇଥିଲା । ଏବେ ଅମ୍ବିକା ମୁମ୍ବାଇର ଜୋନ-4ର ଡିସିପି ଅଛନ୍ତି । ଆଉ ସେଠାରେ “ଲେଡି ସିଂହମ” ନାଁରେ ଲୋକପ୍ରିୟତା ହାସଲ କରିଛନ୍ତି ।

Leave A Reply

Your email address will not be published.