IPS ଟ୍ରେନିଂରୁ ୧୫ ଦିନ ପାଇଁ ଛୁଟି ନେଇ IAS ପାଇଲେ ଏହି ଯୁବକ, ଜାଣନ୍ତୁ ତାଙ୍କ ସଫଳତାର କାହାଣୀ ବିଷୟରେ

କେନ୍ଦ୍ରୀୟ ଲୋକ ସେବା ଆୟୋଗ କିମ୍ବା ୟୁପିଏସସି ପରୀକ୍ଷାକୁ ଦେଶର ସବୁଠାରୁ କଠିନ ପରୀକ୍ଷା ଭାବେ ଧରାଯାଏ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥାନ୍ତି । ମାତ୍ର କିଛି ଜଣଙ୍କୁ ହିଁ ସଫଳତା ମିଳିପାରିଥାଏ । କିନ୍ତୁ ଏମିତି ବି କିଛି ଛାତ୍ର ଅଛନ୍ତି ଯେଉଁ ମାନଙ୍କୁ ଥରେ ନୁହେଁ ଦୁଇ ଦୁଇ ଥର ସଫଳତା ମିଳିଛି । ଏମିତି ହିଁ ଏକ କାହାଣୀ ହେଉଛି ଗୁଜୁରାଟ ବାସିନ୍ଦା କାର୍ତ୍ତିକ ଜୀଵାଣୀଙ୍କର । ଯିଏ ଆଇପିଏସ ଟ୍ରେନିଂରୁ ୧୫ ଦିନ ପାଇଁ ଛୁଟି ନେଇ ୟୁପିଏସସି ପରୀକ୍ଷା ଦେଇଥିଲେ । ଆଉ ସେଥିରେ ଅଷ୍ଟମ ସ୍ଥାନ ଅଧିକାର କରି ଜଣେ ଆଇପିଏସ ଅଧିକାରୀ ହୋଇଥିଲେ ।

କାର୍ତ୍ତିକ ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଜେଇଇ ପରିକ୍ଷା ଦେଇ ପାସ କରି ମୁମ୍ବାଇ ସ୍ଥିତ ଆଇଆଇଟିରେ ମେକାନିକାଲ ଇଂଜିନିୟରିଂ କୋର୍ସରେ ଆଡମିସନ ନେଇଥିଲେ । ଇଂଜିନିୟରିଙ୍ଗ କରିବା ସମୟରେ କାର୍ତ୍ତିକ ଜଣେ ସିଭିଲ ସେବକ ଭାବେ ନିଜ କ ୟିରିୟର ଗଢିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ୨୦୧୬ରେ କାର୍ତ୍ତିକ ୨୦୧୬ରେ ୟୁପିଏସସି ପରୀକ୍ଷା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ୨୦୧୭ ରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିବାବେଳେ ସେଥିରେ ସଫଳତା ପାଇନଥିଲେ । ଏହା ପରେ ବି ହାର ମାନିନଥିଲେ କାର୍ତ୍ତିକ । ୨ ବର୍ଷ ଯାଏଁ କଠିନ ପରିଶ୍ରମ ମଧ୍ୟ କରିଥିଲେ । ୨୦୧୯ରେ ଦ୍ଵିତୀୟ ଥର ପାଇଁ ପରୀକ୍ଷା ଦେଇଥିଲେ ଆଉ ସେଥିରେ ସଫଳତା ମଧ୍ୟ ପାଇଥିଲେ । ସର୍ବଭାରତୀୟ ସ୍ତରରେ ୯୪ ରାଙ୍କ ହାସଲ କରିଥିଲେ ମଧ୍ୟ ଜଣେ ଆଇଏଏସ ଭାବେ ତାଙ୍କ ଚୟନ ହୋଇନଥିଲା । ମାତ୍ର ଦୁଇଟି ରାଙ୍କ ପାଇଁ ଆଇଏଏସ ହୋଇପାରିନଥିଲେ କାର୍ତ୍ତିକ । ଜଣେ ଆଇପିଏସ ଅଧିକାରୀ ଭାବେ ତାଙ୍କ ଚୟନ ହୋଇଥିବାବେଳେ ତାଙ୍କ ଟ୍ରେନିଙ୍ଗ ବି ଆରମ୍ଭ ହୋଇଯାଇଥିଲା ।

ସୁରତ ନିବାସୀ କାତ୍ତିକ ଜୀଵାଣୀ ଆଇପିଏସ ଟ୍ରେନିଂ ସହିତ ପରୀକ୍ଷା ନେଇ ପ୍ରସ୍ତୁତି ଜାରି ରଖିଥିଲେ । ଆଉ ତୃତୀୟ ଥର ପାଇଁ ପରୀକ୍ଷା ଦେବାକୁ ମନସ୍ତ କରିଥିଲେ । ତୃତୀୟ ଚେଷ୍ଟାରେ କାର୍ତ୍ତିକଙ୍କୁ ମିଳିଥିଲା ସଫଳତା । ଆଉ ସେ ପରୀକ୍ଷାରେ ୮୪ ତମ ରାଙ୍କ ଅଧିକାର କରିଥିଲେ । କାର୍ତ୍ତିକ ହାଇଦରାବାଦରେ ଆଇପିଏସ ଟ୍ରେନିଙ୍ଗ ନେବା ସହିତ ପରୀକ୍ଷା ନେଇ ପ୍ରସ୍ତୁତି ଜାରି ରଖିଥିଲେ । ଚତୁର୍ଥ ପ୍ରୟାସରେ ୮ମ ସ୍ଥାନ ପାଇବା ସହିତ ଜଣେ ଆଇଏଏସ ଅଧିକାରୀ ହୋଇଥିଲେ କାର୍ତ୍ତିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.