ଏହି ସମୁଦ୍ରରେ ବୁଡିପାରେ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ, ଗଭୀରତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିଶ୍ବର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ବିଷୟରେ ତ ସମସ୍ତେ ଜାଣନ୍ତି। କିନ୍ତୁ ବିଶ୍ବର ସବୁଠାରୁ ଗଭୀର ସ୍ଥାନ ବିଷୟରେ ବହୁତ କମ୍ ଲୋକ ଜାଣିଥିଲେ। ଏହି ସ୍ଥାନ ଏତେ ଗଭୀର ଯେ, ଯଦି ମାଉଣ୍ଡ ଏଭରେଷ୍ଟ ରଖିଦେବା ତେବେ ଏହା ମଧ୍ୟ ବୁଡି ଯିବ। ଏହାପରେ ବି ସମୁଦ୍ରର ପାଣି ତା ଉପରେ ଚାଲିପାରିବ। ଆସନ୍ତୁ ଜାଣିବା ଏହି ସ୍ଥାନ କେଉଁଠି ଅଛି ଓ କେ​‌ତେ ଗଭୀର। ଆକାରରେ ବିଶ୍ୱର ବୃହତ୍ତମ ମହାସାଗର ଭାବେ ଜଣାଶୁଣା ପ୍ରଶାନ୍ତ ମହାସାଗରରେ ରହିଛି ଏପରି ସ୍ଥାନ ରହିଛି। ଏହା ବିଶ୍ୱର ସବୁଠାରୁ ଗଭୀର ସ୍ଥାନ ଭାବେ ଜଣାଶୁଣା। ଏହି ସ୍ଥାନ ମାରିୟାନା ଟ୍ରେଞ୍ଚ ନାମରେ ଜଣାଶୁଣା। ସମୁଦ୍ର ପତ୍ତନରୁ ଏହାର ଗଭୀରତା ହେଉଛି ୧୧ ହଜାର ୩୪ ମିଟର।

ଏହା କୁହାଯାଏ ଯଦି ଏଠାରେ ବିଶ୍ୱରୁ ସବୁଠାରୁ ଉଚ୍ଚତମ ପର୍ବତ ଭାବେ ଜଣାଶୁଣା ହିମାଳୟ ପର୍ବତଶ୍ରେଣୀର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟକୁ ରଖି ଦିଆଯାଏ ତାହଲେ ଏହା ସମ୍ପୂର୍ଣ୍ଣ ବୁଡିଯିବ। ଅର୍ଥାତ ଏହି ପର୍ବତ ଶୃଙ୍ଗ ସମ୍ପୂର୍ଣ୍ଣ ବୁଡି଼ଯିବା ପରେ ଏହା ଉପରେ ସମୁଦ୍ର ପାଣି ପ୍ରବାହିତ ହେବ। ସମୁଦ୍ର ପତ୍ତନରୁ ଏହି ପର୍ବତ ଶୃଙ୍ଗର ଉଚ୍ଚତା ହେଉଛି ୮୮୪୮.୮୬ ମିଟର। ଉଭୟ ମାରିୟାନା ଟ୍ରେଞ୍ଚ ଏବଂ ମାଉଣ୍ଟ ଏଭରେଷ୍ଟ ଉଚ୍ଚତା ମଧ୍ୟରେ ରହିଥିବା ବ୍ୟବଧାନ ହେଉଛି ୨୧୮୫.୧୪ ମିଟର। ଯଦି ମାରିୟାନା ଟ୍ରେଞ୍ଚ ଠାରେ ମାଉଣ୍ଟ ଏଭରେଷ୍ଟକୁ ରଖାଯାଏ ତାହେଲେ ଏହା ଉପରେ ୨ କିମି ଉଚ୍ଚତାରେ ସମୁଦ୍ର ପାଣି ପ୍ରବାହିତ ହେବ।

ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ ପୂର୍ବ ଉପକୂଳରେ, ପ୍ରଶାନ୍ତ ମହାସାଗରର ପଶ୍ଚିମ ଏବଂ ମାରିଆନା ଦ୍ୱୀପପୁଞ୍ଜ ଠାରୁ ହାରାହାରି ୧୨୪ ମାଇଲ ପାଖାପାଖି ୨୦୦ କିମି ପୂର୍ବରେ ଅବସ୍ଥିତ ମାରିଆନା ଟ୍ରେଞ୍ଚ। ଯାହାର ଲମ୍ବ ହେଉଛି ୧୫୦୦ ମାଇଲ ଅର୍ଥାତ ୨୫୫୦ କିମି ଏବଂ ଏହାର ଚଉଡା ହେଉଛି ହାରାହାରି ୪୩ ମାଇଲ୍ ଅର୍ଥାତ ୬୯ କିମି। ମାଉଣ୍ଟ ଏଭରେଷ୍ଟ ଉପରେ ଚଢିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର। ଏପର୍ଯ୍ୟନ୍ତ ଏହି କାର୍ଯ୍ୟ କରିବାକୁ ପ୍ରୟାସ କରିଥିବା ଅନେକ ଲୋକ ପ୍ରାଣ ହରାଇଛନ୍ତି। ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ଦୁନିଆର ସର୍ବୋଚ୍ଚ ଶିଖରରେ ପହଞ୍ଚି ପାରିଛନ୍ତି।

ସେହିପରି ସମଗ୍ର ବିଶ୍ୱରେ କେବଳ ଏପରି ଦୁଇ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଶ୍ୱର ସବୁଠାରୁ ଗଭୀରତମ ସ୍ଥାନ ମାରିଆନା ଟ୍ରେଞ୍ଚର ଗଭୀରତାରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟ ୧୯୬୦ ମସିହାର କରାଯାଇଥିଲା ଯେତେବେଳେ ଅବସରପ୍ରାପ୍ତ ଆମେରିକୀୟ ଲେଫ୍ଟନାଣ୍ଟ ଡନ୍ ୱାଲ୍ ଏବଂ ତାଙ୍କ ସ୍ୱିସ୍ ସହକର୍ମୀ ଜ୍ୟାକ୍ ପିକାର୍ଡ ପ୍ରାୟ ସମୁଦ୍ର ପତ୍ତନରୁ ୧୦ ହଜାର ୭୯୦ ମିଟର ଗଭୀରତା ପର୍ଯ୍ୟନ୍ତ ଏକ ବୁଡ଼ାଜାହାଜ ଯୋଗେ ଯାଇଥିଲେ। ସେବେଠାରୁ ଏହି ମହାସାଗରର ସବୁଠାରୁ ଗଭୀରତମ ସ୍ଥାନରେ କେହି ପହଞ୍ଚି ପାରିନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.