ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଜିନିଷ, ଯାହା ତାଙ୍କୁ ମିଳିଥିଲା ଉପହାର

ଆଜି ପୁରା ଦେଶରେ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ । ପ୍ରଭୁଙ୍କର ଏହି ପର୍ବ ପ୍ରତିବର୍ଷ ପାଳନ କରାଯାଇଥାଏ । ଏହା କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଡ଼ିଥାଏ । ମଥୁରା ଓ ଦ୍ୱାରକା ଭଳି ପୌରାଣିକ ନଗରୀରେ ଏହି ଉତ୍ସବକୁ ଖବୁ ଧୁମଧାମରେ ପାଳନ କରାଯାଏ ।

ଏହି ପବିତ୍ର ଦିନରେ କୃଷ୍ଣଙ୍କ ମନ ପସନ୍ଦ ଜିନିଷ ତାଙ୍କୁ ସମର୍ପିତ କରାଯାଇଥାଏ । ତେବେ ଆଜି ଆମେ କୃଷ୍ଣଙ୍କ ମନ ପସନ୍ଦ ଜିନିଷ ସମ୍ପର୍କରେ ଆପଣଙ୍କୂୁ କହିବୁ । ଯାହା ତାଙ୍କ ଜୀବନର ପ୍ରମୁଖ ଅଂଶ । ଭଗବାନ ନିଜ ଶରୀରରେ ଧାରଣ କରିଥିବା ପ୍ରତ୍ୟେକ ଜିନିଷ ତାଙ୍କୁ ୁପହାର ସ୍ୱରୂପ ମିଳିଥିଲା ।

ଏହାମଧ୍ୟରୁ ବାଂଶୁରୀ ବା ବଇଁଶି ହେଉଛି ପ୍ରଭୁଙ୍କର ସବୁଠୂୁ ମନ ପସନ୍ଦ ଜିନିଷ । ପ୍ରତିଟି ସମୟରେ ସେ ଏହାକୁ ବଜେଇବାକୁ ପସନ୍ଦ କରିଥାନ୍ତି । ଏହା ମଧ୍ୟରୁ ସୁମଧୁର ସ୍ୱର ବାହାରିଥାଏ । ଯାହା ଆମକୁ ପ୍ରେରଣା ଦିଏ ସମସ୍ତଙ୍କ ସହ ଉଚିତ ବ୍ୟବହାର କରିବା ସହ ମନରେ କ୍ରୋଧ, ଅଂହକାର ଓ ଲୋଭ ଭାବରୁ ନିଜକୁ ଦୂରେଇ ରଖିବା । ଏହା ପ୍ର୍ରେମ ଓ ଶାନ୍ତିର ପ୍ରତୀକ ହୋଇଥାଏ ।

ଅନ୍ୟପକ୍ଷରେ ଆପଣ ସର୍ବଦା ପ୍ରଭୁଙ୍କ ମୁଣ୍ଡରେ ମରୟର ପଙ୍ଖ ରହିଥିବାର ଦେଖୁଥିବେ । କୂହାଯାଏ ଯେ, ରାଧା ଭଗବାନ କୃଷ୍ଣଙ୍କୁ ମରୟର ପଙ୍ଖ ଓ ବୈଜୟନ୍ତି ମାଳା ଉପହାର ସ୍ୱରୂପ ଦେଇଥିଲେ । ବୈଜୟନ୍ତି ମାଳାର ଅର୍ଥ ବିଜୟ ଏବଂ ସଫଳତା ହାସଲ କରିବା । ମୟୂର ପଙ୍ଖର ବ୍ୟବହାର ଦ୍ୱାରା ମସ୍ତିଷ୍କ ସର୍ବଦା ଥଣ୍ଡା ରହିବ । ଏବଂ ଏହା କରିବା ଦ୍ୱାରା ଜୀବ ଜନ୍ତୁଙ୍କୁ ସମ୍ମାନ କରାଯାଇପାରିବ ।

ଶେଷରେ ଶଙ୍ଖ ଓ ସୁଦର୍ଶନ ଚକ୍ର । ଭଗବାନ ନିଜ ଗୁରୁ ସନ୍ଦିପନୀଙ୍କୁ ଶଙ୍ଖାସୁର ନାମକ ରାକ୍ଷସରୁ ରକ୍ଷା କରିଥିଲେ । ଶେଷରେ ଗୁରୁ ତାଙ୍କୁ ଏହାକୁ ଉପହାର ଆକାରରେ ଦେଇଥିଲେ । ଏହାସହ ସୁଦର୍ଶନ ଚକ୍ର ପ୍ରଭୁଙ୍କୁ ଭଗବାନ ପର୍ଶୂୁରାମ ଦେଇଥିଲେ । ଖରାପ ବା ଅନ୍ୟାୟର ନାଶ କରିବା ପାଇଁ ସେ ଏହାକୁ ଉପହାର ସଦୃଶ୍ୟ ଦେଇଥିଲେ । ତେଣୁ ଏହା ପ୍ରଭୁଙ୍କର ସବୁଠୁ ପ୍ରିୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.