ଛିଣ୍ଡି ଯାଇଥିବା କ୍ଷୀରର ପାଣିକୁ ନ ଫିଙ୍ଗି ସେଥିରୁ ବନାନ୍ତୁ ନାଇଟ୍‌ ସିରମ୍‌, ଏମିତି କରନ୍ତୁ ବ୍ୟବହାର

କ୍ଷୀରର ବ୍ୟବହାର ପ୍ରତି ଘରେ କରାଯାଇଥାଏ। କ୍ଷୀର ସ୍ୱାସ୍ଥ୍ୟ ବ୍ୟତୀତ ସ୍କିନ୍‌ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ। ଅନେକ ବାର କୌଣସି କାରଣବଶତଃ କ୍ଷୀର ଛିଣ୍ଡିଗଲେ ଲୋକେ ଏହାକୁ ଫିଙ୍ଗି ଦେଇଥାଆନ୍ତି। କିନ୍ତୁ ଆପଣ ଏମିତି କରନ୍ତୁ ନାହିଁ। ଆପଣ ଫଟା କ୍ଷୀରରୁ ଘରେ ପନିର ବନାଇ ପାରିବେ ଏବଂ ଏହାର ପାଣି ମଧ୍ୟ ଆପଣଙ୍କ ଅନେକ କାମରେ ଆସିପାରିବ। ଆପଣ ଛିଣ୍ଡି ଯାଇଥିବା କ୍ଷୀରର ପାଣିରୁ ନାଇଟ୍‌ ସିରମ୍‌ ବନାଇ ପାରିବେ। ଆସନ୍ତୁ ଜାଣିବା କେମିତି ବନାଇବେ।

-ପ୍ରଥମେ ଫଟା କ୍ଷୀରକୁ ଛାଣି ପାଣିକୁ ଅଲଗା କରି ଦିଅନ୍ତୁ। ଏହି ପାଣିରେ ୧ ଛୋଟ ଚାମଚ ଗ୍ଲିସରୀନ, ଅଳ୍ପ ହଳଦୀ ଏବଂ ଅଳ୍ପ ଲୁଣ ମିଶାନ୍ତୁ। ଏ ସମସ୍ତ ଜିନିଷକୁ ଭଲ ଭାବେ ମିଶାଇ କାଚ ବୋତଲରେ ଭର୍ତ୍ତି କରି ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏବେ ଆପଣଙ୍କ ନାଇଟ୍‌ ସିରମ୍‌ ପ୍ରସ୍ତୁତ ହୋଇଗଲା।

-ଫେସ୍‌ଓ୍ଵାଶରେ ଚେହେରା ଧୋଇ ସଫା କରି ନିଅନ୍ତୁ। କଟନ ସାହାଯ୍ୟରେ ସିରମ୍‌କୁ ଚେହେରାରେ ହାଲୁକା ହାତରେ ଲଗାନ୍ତୁ। ଏହାକୁ ମସାଜ କରିବା ସମୟରେ ପୂରା ଚେହେରାରେ ମିଶାନ୍ତୁ ଏବଂ ସମ୍ପୂର୍ଣ୍ଣ ଭାବେ ଶୁଖିବାକୁ ଦିଅନ୍ତୁ। ଆପଣ ଏହାକୁ ରାତିସାରା ଲଗାଇ ମଧ୍ୟ ଶୋଇ ପାରିବେ।

ଫଟା କ୍ଷୀରରୁ ପ୍ରସ୍ତୁତ ସିରମ୍‌ର ଫାଇଦା

-ଏହା ତ୍ୱଚାକୁ ଗଭୀରତାରୁ ପୋଷଣ ଦେଇଥାଏ।

-ଡେଡ୍‌ ସ୍କିନ୍‌ ସେଲ୍ସକୁ ହଟାଇ ତ୍ୱଚାର ରଙ୍ଗକୁ ଠିକ୍‌ କରିଥାଏ।

-ଦାଗ, ଚିହ୍ନ, କଳା ଘେର, ବ୍ରଣ ଆଦି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।

-ସ୍କିନ୍‌କୁ ମଇଶ୍ଚରାଇଜ କରିଥାଏ।

Leave A Reply

Your email address will not be published.