ଜିନିଷ ଡେଲିଭର କରିବାକୁ ଆସିଥିବା ଆମାଜନ ବୟଙ୍କୁ ମହିଳା କଲେ ଅଜବ ଅନୁରୋଧ, ଘର ଭିତରେ ପଶି ଯୁବକ କଲେ ଏଭଳି କାର୍ଯ୍ୟ

କରୋନା କାଳରେ ଏବେ ସମସ୍ତେ ଅନଲାଇନ ଶପିଂ ଅଭ୍ୟାସରେ ପଡ଼ି ଯାଇଛନ୍ତି। ସବୁ ଛୋଟ ବଡ଼ ଜିନିଷ ପାଇଁ ଅନଲାଇନ ଶପିଂ ଉପରେ ନିର୍ଭର କରୁଛନ୍ତି। ଆମାଜନ ଭଳି ସାଇଟ୍‌ସ ଜିନିଷ ଡେଲିଭରୀ ଉପରେ କଷ୍ଟମର ଖାସ୍‌ ଇନ୍‌ଷ୍ଟ୍ରକ୍ସନ ଦେଇପାରିବାର ବ୍ୟବସ୍ଥା ରଖିଛି। କମ୍ପାନୀର ଏହି ପଲିସିର ଫାଇଦା ଉଠାଇ ଜଣେ ମହିଳା ଆମାଜନକୁ ଏକ ଅଜବ ରିକ୍ୱେଷ୍ଟ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଟିକ୍‌ଟକରେ ମହିଳା ଜଣକ ନିଜର ଅଜବ କାହାଣୀ ସେୟାର କରିଛନ୍ତି। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବୁଢ଼ିଆଣୀ ନାଁ ଶୁଣିଲେ ହିଁ ଡରି ଯାଇଥାଆନ୍ତି। ଏହି ମହିଳାଙ୍କ ସହିତ ବି ଏମିତି କିଛି ହୋଇଥିଲା। ମହିଳାଙ୍କ ଘରର ଫ୍ରଣ୍ଟ ଡୋରରେ ଏକ ବଡ଼ ବୁଢ଼ିଆଣୀ ରହିଥିଲା, ଯେଉଁ କାରଣରୁ ତାକୁ ବାହାର କରିବାରେ ସମସ୍ୟା ହେଉଥିଲା। ଏମିତିରେ ଜିେଓ୍ଵନ୍‌ ସାନଚେଜ୍‌ ନାମ୍ନୀ ମହିଳା ଏକ ନିଆରା ତରିକା ବାହାର କରିଥିଲେ।

ଆମାଜନ କିମ୍ବା ଅନ୍ୟ କୌଣସି ବି ଅନଲାଇନ ସାଇଟ୍‌ରୁ ଜିନିଷ ମଗାଇବା ଉପରେ ଡେଲିଭରୀ ବୟଙ୍କୁ ଖାସ୍‌ ଇନ୍‌ଷ୍ଟ୍ରକ୍ସନ ଦିଆଯାଇ ପାରିବ। ଆପଣ ତାଙ୍କୁ କହିପାରିବେ କି, ଜିନିଷ କେତେବେଳେ ଆଣିବାର ଅଛି କିମ୍ବା ତାକୁ କେଉଁଠି ରଖିବାର ଅଛି। ଏହି ମହିଳା ରିକ୍ୱେଷ୍ଟ ବକ୍ସରେ କିନ୍ତୁ ଅଜବ କଥା ଲେଖିଥିଲେ। ସେଥିରେ ଲେଖା ହୋଇଥିଲା କି, ‘ପ୍ୟାକେଜ୍‌କୁ ଗ୍ୟାରେଜର ଡଷ୍ଟବିନ୍‌ ପାଖରେ ରଖି ଦେବେ। ମୋ ଫ୍ରଣ୍ଟ ଡୋର୍‌ରେ ଏକ ବଡ଼ ବୁଢ଼ିଆଣୀ ରହିଛି। ଯଦି ଆପଣ ତାକୁ ମାରିଦେବେ, ତ ବହୁତ ଭଲ ହେବ। ଏହାରି ଭୟରେ ମୁଁ ବାହାରକୁ ବାହାରି ପାରୁନାହିଁ। ଥ୍ୟାଙ୍କ୍‌ ୟୁ’।

ଡେଲିଭରୀ ବୟ ମହିଳାଙ୍କ ସମସ୍ୟାକୁ ନଜରରେ ରଖି ନିଜ ଜୋତା ସାହାଯ୍ୟରେ ସେହି ବିଶାଳ ବୁଢ଼ିଆଣୀକୁ ମାରି ଦେଇଥିଲେ। ତେବେ କିଛି ଲୋକ ଏହା ଉପରେ କମେଣ୍ଟ କରି କହିଥିଲେ କି, ମହିଳା ଆମାଜନର ପ୍ରାଇମ୍‌ ନୁହେଁ, ବରଂ ପ୍ରିମିୟମ ମେମ୍ବରଶିପ୍‌ ନେଇ ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.