ଏମାନେ କୁମ୍ଭମେଳାକୁ ଆସିଥିବା ବିଚିତ୍ର ବାବା, କିଏ ମାଗୁଛି ପେଟ୍ରୋଲ ତ କିଏ ନଉଛି ସେଲ୍ଫି

ପ୍ରୟାଗରାଜରେ ଏବେ ଆସ୍ଥାର ଜନସମାଗମ ଲାଗିଛି। ସାଧୁ-ସନ୍ଥଙ୍କୁ ନେଇ ଦେଶର କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ ପକା ଯାଉଛି। କୁମ୍ଭମେଳାକୁ ଆସିଥିବା କିଛି ଖାସ ବାବା ଏହି ସମୟରେ ବହୁତ ଚର୍ଚ୍ଚାରେ ରହୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ବାବାଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

rudrakhyaଇଏ ହେଉଛନ୍ତି ରୁଦ୍ରାକ୍ଷ ବାବା, ଯିଏକି ପୂରା କୁମ୍ଭରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବାବାଙ୍କର ଅସଲି ନାମ ଶିବଯୋଗୀ ମୌନୀ ମହାରାଜ ଅଟେ। ଏହି ବାବାଙ୍କ ସ୍ବତନ୍ତ୍ରତା ହେଉଛି ଏହି ବାବା ୧୧ ହଜାର ରୁଦ୍ରାକ୍ଷର ମାଳା ଧାରଣ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ହେଉଛି ଏହି ବାବା ଗୋଟିଏ ବି ରୁଦ୍ରାକ୍ଷକୁ କିଣି ନାହାନ୍ତି। ତାଙ୍କୁ ସବୁ ରୁଦ୍ରାକ୍ଷ ଉପହାର ସ୍ବରୂପ ମିଳିଛି। ତାଙ୍କୁ ନିକଟରେ ନେପାଳ ନରେଶ ୧୬ ମୁଖୀ ରୁଦ୍ରାକ୍ଷକୁ ଉପହାରରେ ଦେଇଛନ୍ତି।

goldenଏହି ବାବାକୁ କିଏ ଜାଣି ନାହାନ୍ତି, ଏ ହେଉଛନ୍ତି ଗୋଲ୍ଡେନ ବାବା। ସେ ସବୁବେଳେ ସୁନାର ଗହଣାରେ ଲଦି ହୋଇ ରହିଥାନ୍ତି। ଗତ ବର୍ଷ ପ୍ରାୟ ୨୦ କେଜି ସୁନାରେ ସେ କାଉଁଡା ଯାତ୍ରା କରିଥିଲେ। କେବଳ ଏତିକି ନୁହେଁ, ଗୋଲ୍ଡେନ ବାବା ହାତରେ ୨୭ ଲକ୍ଷର ହୀରାର ଘଣ୍ଟା ମଧ୍ୟ ପିନ୍ଧିଥାନ୍ତି।

selfieଏହି ବାବାଙ୍କୁ ଲୋକମାନେ ଟୋପି ବାଲା ବାବା ନାମରେ ଜାଣିଛନ୍ତି, କାରଣ ଇଏ ନିଜ ମୁଣ୍ଡରେ ଟୋପି ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରିଛନ୍ତି, ଯାହା ଲୋକଙ୍କୁ ବହୁତ ଆକର୍ଷିତ କରିଥାଏ। ଲୋକମାନେ ଏହି ବାବାଙ୍କ ସହିତ ବହୁତ ସେଲ୍ଫି ମଧ୍ୟ ନେଉଛନ୍ତି।

petrolଇଏ ହେଉଛନ୍ତି ପେଟ୍ରୋଲ ବାବା। ସେ ନିଜର ଏସୟୁବି କାର ଉପରେ ବସି କୁମ୍ଭରେ ଆସିଥିବା ଭକ୍ତଙ୍କୁ ଦକ୍ଷିଣାରେ ପେଟ୍ରୋଲ ମାଙ୍ଗୁଛନ୍ତି। ଏଥିପାଇଁ ତାଙ୍କ ନାମ ପେଟ୍ରୋଲ ବାବା ରଖାଯାଇଛି। ଅବଶ୍ୟ ଏହି ବାବାଙ୍କର ଅସଲି ନାମ ନାଗା ବାବା ସନ୍ୟାସୀ ସାଓନ ଗିରି ଅଟେ ଏବଂ ଗୁଜୁରାଟରୁ ପ୍ରୟାଗରାଜ କୁମ୍ଭରେ ପହଁଚିଛନ୍ତି।