ଜାଣନ୍ତୁ ଶ୍ରାବଣ ଶିବରାତ୍ରୀ ଭକ୍ତଙ୍କ ପାଇଁ କାହିଁକି ହୋଇଥାଏ ମହତ୍ତ୍ୱପୂର୍ଣ୍ଣ ?

ହିନ୍ଦୁ ଗଣନା ଅନୁସାରେ ପ୍ରତି ବର୍ଷର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ମାସରେ ଶିବରାତ୍ରି ପଡିଥାଏ । ଏହି ଦିନରେ ଶିବଲିଙ୍ଗର ବିଶେଷ ପୂଜାର୍ଚ୍ଚନା କରିବା ସହ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖିଥାନ୍ତି । ସେହିପରି ଶ୍ରାବଣ ମାସରେ ପଡୁଥିବା ଶିବରାତ୍ରିକୁ ଶ୍ରାବଣ ଶିବରାତ୍ରି ମଧ୍ୟ କୁହାଯାଏ । ତେବେ ଶ୍ରାବଣର ସମ୍ପୂର୍ଣ୍ଣ ମାସଟି ଶୁଭ ହୋଇଥାଏ କିନ୍ତୁ ଏହି ମାସର ଶିବରାତ୍ରିଟି ଅତ୍ୟନ୍ତ ଶୁଭପ୍ରଦ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ଶିବରାତ୍ରିର ମହତ୍ତ୍ୱ:

ଏହି ଦିନରେ ଭକ୍ତମାନେ ଶିବଙ୍କର ପ୍ରସିଦ୍ଧ ତୀର୍ଥ ସ୍ଥଳୀକୁ ଦର୍ଶନ ନିମନ୍ତେ ଯାଇଥାନ୍ତି । ପ୍ରତ୍ୟେକ ମନ୍ଦିରରେ ଭୋଲେନାଥଙ୍କର ବିଶେଷ ପୂଜାର୍ଚ୍ଚନାର ଆୟୋଜନ ହୋଇଥାଏ । ଶିବଲିଙ୍ଗରେ ଗଙ୍ଗାଜଳ ଅଭିଷେକ କରି ବାବାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି ଶ୍ରଦ୍ଧାଳୁ । ଯେଉଁ ଭକ୍ତ ଶ୍ରାବଣ ଶିବରାତ୍ରି ଦିନ ନିର୍ମଳ ହୃଦୟର ସହିତ ଭଗବାନ ଶିବଙ୍କର ଆରାଧନା କରିଥାନ୍ତି, ତାଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

siva

ଶିବରାତ୍ରି ବ୍ରତ ବିଧି:

ଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ଭକ୍ତଙ୍କୁ କେବଳ ଗୋଟିଏ ବେଳା ଭୋଜନ କରିବା ଉଚିତ । ଶିବରାତ୍ରି ଦିନ ନିତ୍ୟକର୍ମ ସାରି ବ୍ରତ ଆରମ୍ଭ କରାଯାଏ । ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳ ଅର୍ପଣ ପରେ ବାବାଙ୍କ ପୂଜା ସମ୍ପନ୍ନ କରି ପୁଣି ସନ୍ଧ୍ୟା ସମୟରେ ସ୍ନାନ ସାରି ମନ୍ଦିର ଯାଇ ପୂଜା କରାଯାଏ । ବ୍ରତ ସମାପ୍ତି ପରେ ତା ପର ଦିନ ବ୍ରତ ଭଙ୍ଗାଯାଏ ।ତେବେ ବର୍ତ୍ତମାନ କରୋନା ସ୍ଥିତିରେ ଏସବୁ ସମ୍ଭବ ହେଉ ନଥିବାରୁ ଘରେ ଯଥାସାଧ୍ୟ ଜପତପ କରି ଦେବ ଦେବ ମହାଦେବଙ୍କ ଆରାଧନା କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.