Below header

କଳାଧନ ଠୁଳ କରିବା ଆର୍ଥିକ ଆତଙ୍କବାଦ: ହାଇକୋର୍ଟ

ନୂଆଦିଲ୍ଲୀ: କଳାଧନ ଠୁଳ କରିବା ଆର୍ଥିକ ଆତଙ୍କବାଦ । କଳାଧନ ଗୋପନ ରଖିବା ପାଇଁ ହେଉଥିବା ମନି ଲଣ୍ଡରିଂ ହେଉଛି ଆତଙ୍କବାଦୀ କାର୍ଯ୍ୟ । ଏହା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ । କଳାଧନ ପ୍ରସଙ୍ଗକୁ ନେଇ ରୁଜୁ ମାମଲାରେ ଦାୟର ଏକ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମହମ୍ମଦ ଆରିଫଙ୍କ ଜାମିନ୍‌ ଆବେଦନ ଖାରଜ କରିବା ସହ ଏଭଳି ଟିପ୍ପଣୀ ରଖିଛନ୍ତି। ଆଇଏମ୍‌ଏଫ ଆକଳନ ଅନୁଯାୟୀ, କଳାଧନର ପରିମାଣ ୫୯୦ ମିଲିୟନରୁ ୧.୫ ଟ୍ରିଲିୟନ ଡଲାର । ସାରା ବିଶ୍ୱର ଘରୋଇ ଉତ୍ପାଦର ଏହା ହେଉଛି ପ୍ରାୟ ୨ରୁ ୫ ପ୍ରତିଶତ । ଏପରି ଅପରାଧ ମଣିଷର ଚେତନା ଗ୍ରାସ ସହ ବିଶ୍ୱ ବାଣିଜ୍ୟର ନୈତିକ ଦିଗକୁ କ୍ଷତି ପହଞ୍ଚାଏ ବୋଲି କହିଛନ୍ତି ସଞ୍ଜୀବ କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.