ଅଚାନକ ଲୋକଟି ଉପରକୁ ଡେଇଁପଡିଲା ସିଂହ, ରାଗରେ ନୁହେଁ ପ୍ରେମରେ

କେନ୍ୟୁଜ ଓଡିଶା : ବଣୁଆ ସିଂହ ଶିକାର କରିବାର ଚିତ୍ର ହୁଏତ ଆପଣମାନହ୍କ ଭିତରୁ କେହି କେହି ଦେଖିଥାଇପାରନ୍ତି । ଅବଶ୍ୟ ପ୍ରାଣୀ ଉଦ୍ୟାନରେ କିମ୍ବା ଗୃହପାଳିତ ଭାବରେ ରହୁଥିବା ପଶୁମାନଙ୍କୁ ଶୀକାର କରିବାକୁ ପଡେ ନାହିଁ । ଦେଖିଥିବେ ଅନେକ ହିଂସ୍ର ପଶୁ ବନ୍ଧୁତ୍ୱପୂର୍ଣ୍ଣ ରୁହନ୍ତି ଯେଉଁମାନେ ସେମାନଙ୍କ ଯତ୍ନ ନିଅନ୍ତି । ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି । ଯେଉଁଠି ଆପଣ ଜଣେ ପୁରୁଷ ଓ ସିଂହ ମଧ୍ୟରେ ସୁନ୍ଦର ବନ୍ଧୁତା ଦେଖିବାକୁ ପାଉଛନ୍ତି । କିନ୍ତୁ ଯେଉଁମାନେ ପୁରା ଭିଡିଓ ଦେଖିବେନି ସେମାନେ ହୁଏତ ପ୍ରଥମରୁ ଭାବିବେ କି ସିଂହଟି ଲୋକଟି ଉପରେ ଆକ୍ରମଣ କରୁଛି ।

ଭାଲ ଗ୍ରୁଏନର ନାମ୍ନୀ ଜଣେ ବ୍ୟକ୍ତି ଯିଏକି ଦକ୍ଷିଣ ଆଫ୍ରିକାର କାଲାହାରୀ ମରୁଭୂମୀରେ ଥିବା ଏକ ରିଜର୍ଭରେ ସିର୍ଗା ନାମକ ସିହିଂଙ୍କର ଯତ୍ନ ନିଅନ୍ତି । ଯେତେବେଳେ ତାକୁ ୨ବର୍ଷ ବୟସ ହୋଇଥିଲା ସେତେବେଳଠୁ ଏହି ସ୍ନେହପୂର୍ଣ୍ଣ ସମ୍ପର୍କ ଯୋଡି ହୋଇଥିଲା । ସେ ପ୍ରାୟତ ଇନଷ୍ଟାଗ୍ରାମରେ ତାଙ୍କର ଏବଂ ସିର୍ଗାଙ୍କର ଚମତ୍କାର ଚିତ୍ର ସେୟାର କରନ୍ତି । ସିର୍ଗା ପାଇଁ ତାଙ୍କର ଏକ ପୃଥକ ଆକାଉଣ୍ଟ ଅଛି ଯାହାକୁ ସିର୍ଗା ଦ ଲାଏନସ କୁହାଯାଏ । ଆଉ ଯାହାର ୭୮କେ ଫଲୋଅରସ ରହିଛନ୍ତି ।

ସେ କିଛି ସପ୍ତାହ ପୂର୍ବରୁ ଏକ ଭିଡିଓ ଅପଲୋଡ କରିଥିଲେ । ଯାହାର କ୍ୟାପସନ ଥିଲା କାଲାହାରୀ କ୍ୟାଟୱାକ । ଏହି ପୋଷ୍ଟ ପ୍ରାୟ ୨୭୦୦ ଲାଇକ ପାଇଛି । ଏହି ଭିଡିଓରେ କାଲାହାରୀ ରିଜର୍ଭରେ ସିର୍ଗାଙ୍କ ଜୀବନର ସ୍ନିପେଟ ଦେଖାଯାଇଛି । ଭିଡିଓ ହେବା ମାତ୍ରେ ଫାଟକ ଖୋଲିବାର ଦେଖାଯାଏ । ତାପରେ ସିର୍ଗା ଡେଇଁବାର ଦେଖିବାକୁ ପାଇବେ । ପରେ ପରେ ତାଙ୍କୁ କୁଣ୍ଢେଇବାର ଚିତ୍ର ସାମନାକୁ ଆସିବ । ଶେଷରେ ସେମାନେ ମରୁଭୂମିରେ ଏକାଠି ବସିବାର ନଜର ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.