କୁବେରଙ୍କ ଗର୍ବକୁ ଭାଙ୍ଗିଥିଲେ ଭଗବାନ ଗଣେଶ, ଜାଣନ୍ତୁ କ’ଣ ଥିଲା ପ୍ରକୃତ ଘଟଣା

ଆମେ ଅନେକ ଥର କୁବେର ଦେବଙ୍କ ପୂଜା ସମ୍ପର୍କରେ ଆପଣଙ୍କୁ କହିଛୁ। କିନ୍ତୁ ଆଜି କୁବେରଦେବଙ୍କ ବିଷୟରେ କହିବୁ। ସେ ପ୍ରକୃତରେ କିଏ ଏବଂ କାହିଁକି ତାଙ୍କ ଗର୍ବ ଭଗବାନ ଗଣେଶ ଭାଙ୍ଗିଥିଲେ।

ଶୁକ୍ରବାର ଦିନକୁ ବିଶେଷ କରି ଶୁକ୍ର ଦେବଙ୍କ ସହତି ମାତା ଲକ୍ଷ୍ମୀ ଓ କୁବେର ଦେବଙ୍କୁ ସମର୍ପିତ କରାଯାଇଛି। ଏହିଦିନ ବିଧି ବିଧାନରେ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ହୋଇଥାଏ। ଏହାସହ ଧନର ଅଭାବ ରହିନଥାଏ। ଧନବାନ ହେବା ପାଇଁ ଆମେ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଉ। ବିଶେଷ କରି ଗୁୁରୁବାର ଓ ଶୁକ୍ରବାର ମାତାଙ୍କର ପୂଜା ବେଶି ଶୁଭ ମନାଯାଏ। ତେବେ ଧନ, ସୁଖ ଓ ସମୃଦ୍ଧିି ପାଇଁ ଆପଣ ମାତା ଲକ୍ଷ୍ମୀଙ୍କ ସହିତ କୁବେର ଦେବଙ୍କ ପୂଜା ମଧ୍ୟ କରିପାରିବେ। ଆପଣ ଜାଣିରଖନ୍ତୁ ଯେ କୁବେର ଦେବଙ୍କ ବିନା ମାତା ଲକ୍ଷ୍ମୀଙ୍କ ପୂଜା ଅଧା ହୋଇଥାଏ। ମାତାଙ୍କ କୃପା ଲାଭ ହୋଇନଥାଏ।

ତେବେ ଆମେ ଅନେକ ଥର କୁବେର ଦେବଙ୍କ ପୂଜା ସମ୍ପର୍କରେ ଆପଣଙ୍କୁ କହିଛୁ। କିନ୍ତୁ ଆଜି କୁବେରଦେବଙ୍କ ବିଷୟରେ କହିବୁ। ସେ ପ୍ରକୃତରେ କିଏ ଏବଂ କାହିଁକି ତାଙ୍କ ଗର୍ବ ଭଗବାନ ଗଣେଶ ଭାଙ୍ଗିଥିଲେ।

କୁବେର ଦେବ, ଆଉ କେହି ନୁହଁନ୍ତି ବରଂ ସେ ରାବଣଙ୍କର ଭାଇ। ରାବଣଙ୍କ ସାବତ ଭାଇ ହେଉଛନ୍ତି କୁବେର ଦେବ। କୁବେର ମହାରାଜ ହିଁ ଦେବତାଙ୍କ ଧନର ରକ୍ଷଣାବେକ୍ଷଣ କରିଥାନ୍ତି। ଧନର ଦେବତା କୁବେର ଥରେ ନିଜ ପାଇଁ ଖୁବ୍ ଗର୍ବ ଅନୁଭବ କରୁଥିଲେ। କାରଣ ସେ ଭାବିଥିଲେ ସସମ୍ତ ଦେବତାଗଣଙ୍କ ମଧ୍ଯରେ ସେ ସବୁଠାରୁ ଧନୀ ଠାକୁର। ଏଥିପାଇଁ ସେ ନିଜ ଧନର ବୈଭବ ଦେଖାଇବା ପାଇଁ ଥରେ ଏକ ଭୋଜିର ଆୟୋଜନ କରିଥିଲେ। ଏଥିରେ କୁବେର ସମସ୍ତ ଦେବତାଙ୍କୁ ମଧ୍ଯ ଆମନ୍ତ୍ରିତ କରିଥିଲେ। ସମସ୍ତ ଦେବତାଗଣଙ୍କ ମଧ୍ଯରେ କୁବେର ଭଗବାନ ଶଙ୍କରଙ୍କୁ ମଧ୍ଯ ନିମନ୍ତ୍ରଣ କରିଥିଲେ। କିନ୍ତୁ କୌଣସି କାରଣରୁ ଭଗବାନ ଶିବ ଭୋଜିକୁ ଯାଇପାରିନଥିଲେ। ଏହିକାରଣରୁ ସେ ତାଙ୍କ ପୁତ୍ର ଗଣେଶଙ୍କୁ ଆୟୋଜନ କରାଯାଇଥିବା ଭୋଜିରେ ଯୋଗ ଦେବା ପାଇଁ କହିଥିଲେ।

ଏହାପରେ ଭଗବାନ ଗଣେଶ ଭୋଜିରେ ପହଞ୍ଚି ଖାଦ୍ଯ ଖାଇବା ଆରମ୍ଭ କରିଥିଲେ। ଆଉ ଦେଖୁ ଦେଖୁ ଭଗବାନ ଗଣେଶ ପ୍ରସ୍ତୁତ ହୋଇଥିବା ସମସ୍ତ ଖାଦ୍ଯ ଖାଇଦେଇଥିଲେ। ସସମ୍ତ ଖାଦ୍ଯ ଖାଇବା ପରେ ମଧ୍ଯ ଭଗବାଦନ ଗଣେଶଙ୍କ ପେଟ ପୁରି ନଥିବାରୁ ଗଜାନନ ବାସନକୁ ମଧ୍ଯ ଛାଡିନଥିଲେ। ଖାଲି ଏତିକି ନୁହେଁ ଅଳକାପୁରୀ ସହରରେ ଯାହା କିଛି ମିଳିଥିଲା ତାକୁ ମଧ୍ଯ ଭଗବାନ ଗଣେଶ ଖାଇଥିଲେ। ପରେ ଆଉ କିଛି ଖାଇବାକୁ ନମିଳିବାରୁ ଗଣେଶ କୁବେରଙ୍କୁ ଖାଇବା ପାଇଁ ତାଙ୍କ ଆଡକୁ ଯାଇଥିଲେ। ଏହା ଦେଖି କୁବରେ ନିଜ ଜୀବନ ରକ୍ଷା କରିବା ପାଇଁ ହିମାଳୟ ପର୍ବତରେ ବିରାଜମାନ କରିଥିବା ଭଗବାନ ଶଙ୍କରଙ୍କ ଶରଣ ନେବା ସହ ଭଗବାନ ଗଣେଶଙ୍କ ନିକଟରୁ ତାଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଳେ। ଏହାପରେ ଭଗବାନ ଶଙ୍କର ଏକ ପାତ୍ରରେ ଅଳ୍ପ ସିଝା ଯାଇଥିବା ଚାଉଳ ଗଣେଶ ମହାପ୍ରଭୁଙ୍କୁ ଦେଇଥିଲେ। ଏହାପରେ ଯାଇ ଭୋକ ମେଣ୍ଟିଥିଲା। ଭଗବାନ ଗଣେଶ ଏହି ସମସ୍ତଙ୍କ କାର୍ଯ୍ଯ କେବଳ କୁବରେଙ୍କୁ ଶିକ୍ଷା ଦେବା ପାଇଁ ହିଁ କରିଥିଲେ। ଏଥିରୁ ଆପଣମାନେ ମନେରଖିବା ଉଚିତ ନିଜ ପାଖରେ ଯେତେ ଧନ ଥିଲେ ମଧ୍ଯ ଗର୍ବ କରିବା ଅନୁଚିତ। ବରଂ ଏହାକୁ ଭଲ କର୍ମରେ ବ୍ଯବହାର କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.