ମଧ୍ୟରାତିରେ ଧରାବତରଣ କଲେ ପ୍ରଭୁ ଯୀଶୁ, ସ୍ୱାଗତ ପାଇଁ ଭୁବନେଶ୍ୱରର ସମସ୍ତ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି

କେନ୍ୟୁଜ୍(ବ୍ୟୁରୋ): ଆଜି ବଡ଼ଦିନ । ଜନ୍ମ ନେଲେ ପ୍ରଭୁ ଯୀଶୁ । ମଧ୍ୟରାତିରେ ଧରାବତରଣ କରିଛନ୍ତି । ଚର୍ଚ୍ଚର ଏନ୍ତୁଡ଼ିଶାଳରେ ନବଜାତ ଯୀଶୁଙ୍କ ପଦାର୍ପଣ ଖେଳାଇ ଦେଇଛି ଖୁସିର ଲହରି । ପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଖୁସିରେ ପରସ୍ପରକୁ କୋଳାଗ୍ରତ କରିଥିଲେ । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଥିଲା । ଶାନ୍ତି, ପ୍ରେମ, ମୈତ୍ରୀର ବାର୍ତ୍ତା ବହନ କରି ଆସିଛି କ୍ରିସମାସ୍‌ ପର୍ବ । ପ୍ରଭୁ ଯୀଶୁଙ୍କୁ ସ୍ୱାଗତ ପାଇଁ ଭୁବନେଶ୍ୱରର ସମସ୍ତ ଚର୍ଚ୍ଚରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା ।

ସତ୍ୟନଗର ସ୍ଥିତ ଭିନସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ ଏବଂ ୟୁନିଟ୍‌-୪ ସ୍ଥିତ ୟୁନିଅନ୍‌ ଚର୍ଚ୍ଚରେ ରାତି ୩ଟା ଯାଏ ସମସ୍ତେ ଉତ୍ସାହ ମନାଇଥିଲେ । ସେହିଭଳି କଟକରେ ପ୍ରଭୁ ଯୀଶୁଙ୍କୁ ବେସ୍‌ ଧୁମ୍‌ଧାମ୍‌ରେ ସ୍ୱାଗତ କରାଯାଇଥିଲା । ସହରରେ ଥିବା ରୋଜାରୀ କ୍ୟାଥେଲିକ୍‌ ଚର୍ଚ୍ଚ, ବାପଟିଷ୍ଟ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ୍ଚ ଗୁଡ଼ିକରେ ସକାଳୁ ସମସ୍ତେ ଏକାଠି ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.