ସୀତାଙ୍କୁ ବଞ୍ଚାଇବା ପାଇଁ ପ୍ରଭୁ ଶ୍ରୀରାମ କରିଥିଲେ ସୂର୍ଯ୍ୟଦେବଙ୍କ ସାଧନା
ପୃଥିବୀପୃଷ୍ଠରୁ ସିଧାସଳଖ ଦେଖାଯାଉଥିବା ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ ଦେବତା। ଆଜି ହେଉଛି ଗ୍ରହରାଜ ସୂୂର୍ଯ୍ୟଙ୍କ ବାର ରବିବାର । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନଙ୍କର ବିଶେଷ ମହତ୍ୱ ରହିଛି । ପ୍ରାଚୀନ କାଳରୁ ଭଗବାନ ସୂର୍ଯ୍ୟଙ୍କ ଉପାସନା ଚାଲିଆସୁଛି। ସୂର୍ଯ୍ୟଙ୍କୁ ସମସ୍ତ ଜଗତରେ ଶକ୍ତିର କେନ୍ଦ୍ର ଭାବରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଭାସ୍କରଙ୍କୁ ପୂଜା କଲେ ରୋଗରୁ ମୁକ୍ତି ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହ ରାଜା ବୋଲି କୁହାଯାଏ।
ଯାହାଙ୍କ ସାଧନା ପ୍ରଭୁ ଶ୍ରୀ ରାମ ମଧ୍ୟ କରିଥିଲେ। କୁହାଯାଏ କି ପ୍ରଭୁ ଶ୍ରୀ ରାମଙ୍କ ପୂର୍ବପୁରୁଷମାନେ ମଧ୍ୟ ସୂର୍ଯ୍ୟବଂଶୀ ଥିଲେ।ଏମିତିରେ କୁହାଯାଏ ଲଙ୍କାପତି ରାବଣଠୁ ସୀତାଙ୍କୁ ବଞ୍ଚାଇବା ପାଇଁ ପ୍ରଭୁ ଶ୍ରୀରାମ ସୂର୍ଯ୍ୟଦେବଙ୍କ ସାଧନା କରିଥିଲେ। ସୂର୍ଯ୍ୟଙ୍କର ପ୍ରିୟ ଆଦିତ୍ୟ ହୃଦୟ ସ୍ତୋତ୍ର ପଠନ କରି ସେ ରାବଣ ସହ ଯୁଦ୍ଧ କରିବାକୁ ଯାଉଥିଲେ। ଏହା ଛଡା ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବା ମଧ୍ୟ କେବଳ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିଲେ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମର କାରକ ଗ୍ରହ ଭାବରେ ବିବେଚନା କରାଯାଏ। ଯଦି କୌଣସି ବ୍ୟକ୍ତିଙ୍କ ଜାତକ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଥାଏ ତେବେ ତାଙ୍କର ସମସ୍ତ ଖରାପ କାର୍ଯ୍ୟ ଶୀଘ୍ର ସମାପ୍ତ ହେବାକୁ ଲାଗେ। ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।
ସେ ସମସ୍ତ ପ୍ରାଣୀ,ଗଛଲତାଙ୍କ ଜୀବନର ଆଧାର। ସୂର୍ଯ୍ୟ ଦେବତାଙ୍କୁ ସମସ୍ତ ଗ୍ରହର ରାଜା ବୋଲି ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ରାଶିର ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥିବ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଆସିପାରେ। ତେଣୁ ସମସ୍ୟାର ସମାଧାନ ପାଇଁ ସୂର୍ଯ୍ୟଙ୍କୁ କିଛି ନିରାକରଣ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କଠୁ ହେବାକୁ ଥିବା ଅସୁବିଧା ଏବଂ ଏହାର ନିରାକରଣ।
କୌଣସି ବ୍ୟକ୍ତିଙ୍କ ସୂର୍ଯ୍ୟ ଦୁର୍ବଳ ହେଲେ ତାଙ୍କୁ ରାଜକୋପର ସମ୍ମୁଖୀନ ହେବାକୁ ପଡ଼ିପାରେ। ତାଙ୍କୁ ବିଭିନ୍ନ ଶାରିରୀକ ପୀଡ଼ା ହୋଇପାରେ ଯେପରିକି- ପିତ୍ତ,ଜ୍ବର,ବାତ,ପେଟ ଯନ୍ତ୍ରଣା,ଚକ୍ଷୁ ରୋଗ ଏବଂ ଚର୍ମରୋଗ ଆଦି।
-ସୂର୍ଯ୍ୟ ଭଗବାନଙ୍କ କୃପା ରହିଲେ ଆପଣଙ୍କ ଜାତକରେ ନକାରାତ୍ମକ ପ୍ରଭାବ ଦେଉଥିବା ଗ୍ରହମାନଙ୍କର ପ୍ରଭାବ ମଧ୍ୟ କମିଯାଏ ।
-ପ୍ରତିଦିନ ସୂର୍ଯ୍ୟ ପୂଜା କଲେ ଧନ ପ୍ରାପ୍ତିର ସମ୍ଭାବନା ରହିଥାଏ ଏବଂ ଘରେ ସବୁବେଳେ ସୁଖ ଓ ଶାନ୍ତିର ବାତାବରଣ ଦେଖାଯାଏ ।
-ଯଦି ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ପ୍ରାଧାନ୍ୟ ରହିଥାଏ, ତେବେ ମାନ ସମ୍ମାନ ,ନେତୃତ୍ୱ , ଦକ୍ଷତା ଏବଂ ସରକାରୀ ଚାକିରି ସୁଯୋଗ ପ୍ରାପ୍ତ ହୁଏ।
ସୃଷ୍ଟିର ପ୍ରତ୍ୟକ୍ଷ ଦେବତା ଭଗବାନ ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିଥାଏ। ଯାହାଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ । ଭଗବାନ ସୂର୍ଯ୍ୟଙ୍କ ରଥ ଏହି ପ୍ରେରଣା ଯୋଗାଏ ଯେ ଭଲ କାର୍ଯ୍ୟ କରିବାବେଳେ ଆମେ ସର୍ବଦା ଆଗକୁ ବଢିବା ଉଚିତ୍, କେବଳ ସେତେବେଳେ ହିଁ ଆମେ ଜୀବନରେ ସଫଳତା ପାଇଥାଉ ।
ରବିବାର ଭଗବାନ ସୂର୍ଯ୍ୟଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଭଗବାନ ସୂର୍ଯ୍ୟଙ୍କୁ ଉପାସନା କଲେ ତାଙ୍କର ଆଶୀର୍ବାଦ ଶୀଘ୍ର ପ୍ରାପ୍ତ ହୁଏ। ରବିବାର ଦିନ ଭକ୍ତି ଭାବରେ ପୂଜା କଲେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କ ଭକ୍ତମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରଦାନ କରନ୍ତି ।
ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରିବା ପାଇଁ, ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରନ୍ତୁ। ଏହା ପରେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଦେଖି ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଙ୍କୁ ଦିଆଯାଇଥିବା ପାଣିରେ କ୍ଷୀର, ମହୁ, ଘିଅ, ଗୁଡ଼, ଚନ୍ଦନ, ସିନ୍ଦୂର,ହଳଦୀ ଓ ନାଲି ଫୁଲ ମିଶାଇ ଏହାକୁ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ଏକ ନାଲି ଆସନରେ ବସନ୍ତୁ ଏବଂ ପୂର୍ବ ଦିଗକୁ ମୁହଁ କରି ଅତି କମରେ ୧୦୮ ଥର ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ। କେବଳ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ନୁହେଁ ବରଂ ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ପୂଜା କରିବା ଉଚିତ ।