ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲେ ଦୁଇ ଯୁବକ, ଜଣେ ମୃତ ଆଉ ଜଣେ ଗୁରୁତର

ବାସୁଦେବପୁର(କେନ୍ୟୁଜ):  ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ଦାରୀ ବଡପୋଲ ନିକଟରେ ଦୁଇ ଜଣ ବାଇକ୍ ଆରୋହୀ ପୋଲ ତଳକୁ ଖସିପଡି ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି। । ମୃତ ଯୁବକ ହେଲେ ସିମୁଳିଆ ଥାନା କହ୍ନେଇବିନ୍ଧା ରାମଚନ୍ଦ୍ରପୁର ଗ୍ରାମର ଭାଗୀରଥି ପଣ୍ଡା(୪୫) ଓ ଗୁରୁତର ଯୁବକ ହେଲେ ଅସ୍ତିଆ ଅଂଚଳର ସୂର୍ଯ୍ୟକାନ୍ତ ବେହେରାଙ୍କ ପୁଅ ସୁଶାନ୍ତ (୨୫) ।

ଏହି ଦୁଇ ଜଣ ଯୁବକ ଧାମରାରେ ଆଦାନି କମ୍ପାନିରେ କାର୍ଯ୍ୟ କରୁଥିବାବେଳେ ଆସନ୍ତା କାଲି ତାଙ୍କ ଅଂଚଳରେ ଭୋଟ ପାଇଁ ଧାମରାରୁ ଘରକୁ ଫେରୁଥିଲେ । ହେଲେ ମନ୍ଦାରୀ ବଡ ପୋଲ ନିକଟରେ ଭାରସାମ୍ୟ ହରାଇ ଉଭୟ ପୋଲର ପ୍ରାୟ ୬୦ ଫୁଟ ତଳକୁ ବାଇକ୍ ସହିତ ଖସି ପଡିଥିଲେ । ଭାଗୀରଥିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସୁଶାନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ହେଲେ ଡାକ୍ତର ଭାଗୀରଥିକୁ ମୃତ୍ୟୁ ଘୋଷଣା କରିଥିାବବେଳେ ସୁଶାନ୍ତକୁ ପ୍ରାଥମିକ ଚିକିତ୍ସା କରି ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରିଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.