ବଢ଼ୁଛି ସମୀର ଓ୍ଵାଙ୍ଖଡ଼େଙ୍କ ସମସ୍ୟା, ବୟସ ଲୁଚାଇ ଲାଇସେନ୍ସ କରିଥିବା ନେଇ ମାମଲା ରୁଜୁ

ବଲିଉଡ୍‌ ଡ୍ରଗ୍ସ କନେକ୍ସନ୍‌ ମାମଲାର ଯାଞ୍ଚକୁ ନେଇ ଚର୍ଚ୍ଚାକୁ ଆସିଥିବା ଏନ୍‌ସିବିର ପୂର୍ବ ଡାଇରେକ୍ଟର ସମୀର ଓ୍ଵାଙ୍ଖଡ଼େଙ୍କ ସମସ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ତାଙ୍କ ବିରୋଧରେ ଭୁଲ ବୟସ ଦେଖାଇ ବାର୍‌ ଲାଇସେନ୍ସ କରିଥିବା ନେଇ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ରର ଥାନେ ଜିଲ୍ଲାର କୋପରୀ ପୋଲିସ ଥାନାରେ ଓ୍ଵାଙ୍ଖଡ଼େଙ୍କ ବିରୋଧରେ ଜାଲିଆତି ଓ ଧୋକା ସମେତ ଏକାଧିକ ଧାରାରେ ମାମଲା ରୁଜୁ ହୋଇଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଓ୍ଵାଙ୍ଖଡ଼େ ୧୯୯୭ରେ ଏକ ରୋସ୍ତୋରାଁ ଓ ବାରର ଲାଇସେନ୍ସ ହାସଲ କରିଥିଲେ। ସେ ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ଲାଇସେନ୍ସ ପ୍ରାପ୍ତ କରିବା ବୟସ ପ୍ରକୃତରେ ୨୧ ବର୍ଷ। ଏଣୁ ସେ ମିଛ କହି ଜାଲିଆତି କରି ଏହି ଲାଇସେନ୍ସ ହାତେଇଥିବା ନେଇ ଅଭିଯୋଗ ହୋଇଛି।


ରାଜ୍ୟ ଅବକାରୀ ବିଭାଗର ଅଧିକାରୀ ଶଙ୍କର ଗୋଗାବଲେଙ୍କ ଅଭିଯୋଗ ଆଧାରରେ ଶନିବାର ରାତିରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ମୁତାବକ, ୧୯୯୬-୯୭ରେ ଓ୍ଵାଙ୍ଖଡ଼େଙ୍କ ବୟସ ୧୮ ବର୍ଷରୁ କମ୍‌ ଥିଲା। ସେତେବେଳେ ସେ ସଦ୍‌ଗୁରୁ ବାର୍‌ ପାଇଁ ଲାଇସେନ୍ସ ନେଇଥିଲେ। ଥାନେର ଜିଲ୍ଲାପାଳ ଏହି ବାର୍‌ ଲାଇସେନ୍ସକୁ କ୍ୟାନ୍ସଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ ସଦ୍‌ଗୁରୁ ବାର ଆଣ୍ଡ୍‌ ରେସ୍ତୋରାଁର ମାଲିକାନା ଓ୍ଵାଙ୍ଖଡ଼େ ପରିବାର ନିକଟରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.