ଲୋକଙ୍କ ସାମ୍ନାରେ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ, ଭିଡିଓ ଭାଇରଲ

ହାଇଭୋଲେଟେଜ ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା କଲେ ଯୁବକ । ଲୋକଙ୍କ ସାମ୍ନାରେ ଚାହୁଁଚାହୁଁ ଜଳିଗଲେ । ଯାହାର ଭିଡିଓ ଭାଇରଲ ହେଉଛି ।

ହାଇଭୋଲେଟେଜ ବିଦ୍ୟୁତ ଖୁଣ୍ଟରେ ଚଢି ଜଳିଗଲେ ଯୁବକ । ଆଉ ତଳେ ଠିଆ ଭିଡିଓ କରୁଥିଲେ ଲୋକେ । ଚାହୁଁଚାହୁଁ ଜଳିଗଲେ ଯୁବକ । କିଛି ସମୟ ଜଳିବା ପରେ ତଳକୁ ଖସି ପଡିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଯୁବକ ହାଇଭୋଲଟେଜ ବିଦ୍ୟୁତ ଖୁଣ୍ଟରେ ଚଢି ତାରକୁ ଧରିପକାଉଛନ୍ତି । ଆଉ ଦେଖୁ ଦେଖୁ ଯୁବକ ଜଣକ ଜଳି ଯାଉଛନ୍ତି । କିଛି ସମୟ ଜଳିବା ପରେ ଯୁବକ ଜଣକ ଝିଟକି ଯାଇ ତଳେ ପଡୁଛନ୍ତି । ଘଟଣା ସ୍ଥଳରେ ହିଁ ଯୁବକ ଜଣକର ମୃତ୍ୟୁ ହୋଇଛି । ଏହି ସମୟରେ ଅନେକ ଲୋକ ତଳେ ଠିଆ ହୋଇ ଭିଡିଓ କରୁଥିବା ବେଳେ କେହି ବି ବଞ୍ଚାଇବାକୁ ଯାଉନାହାନ୍ତି କିମ୍ବା ପୋଲିସକୁ ଖବର ଦେଉନାହାନ୍ତି ।

ଏହି ଭିଡିଓଟି BrutalCams ଟ୍ଵିଟର ଆକାଉଣ୍ଟରେ ସେୟାର ହୋଇଛି । ଭିଡିଓକୁ ଏପର୍ଯ୍ୟନ୍ତ ୨.୩ ମିଲିଅନ ଲୋକ ଦେଖିସାରିଲେଣି । ଭିଡିଓକୁ ଆପଣ ଦେଖିଲେ ମଧ୍ୟ ଭୟ କରିଯିବେ । କେମିତି ଜଣେ ଯୁବକ ବିଦ୍ୟୁତ ତାରକୁ ଛୁଇଁ ଜଳିଯାଉଛନ୍ତି । ଭିଡିଓଟି କେଉଁଠାରର ଜଣାପଡୁନି । ଏହା ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓକୁ ନେଇ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.