ଗତ ୪୫ ବର୍ଷ ହେଲା କାଚ ଖାଉଛନ୍ତି ଏହି ଆଇନଜିବୀ, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶର ଡିଣ୍ଡୋରୀରୁ ଏକ ଆଶ୍ଚଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଗତ ୪୫ ବର୍ଷ ହେଲା କାଚ ଖାଉଛନ୍ତି। ଏହି ବ୍ୟକ୍ତିଙ୍କ ବିଷୟରେ ଯେ କେହି ବି ଶୁଣୁଛନ୍ତି ସେ ନିଜର ଦାନ୍ତ କାମୁଡି ପକଉଛନ୍ତି। ସେହିପରି ନିଜେ ବ୍ୟକ୍ତି ଅନ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଏମିତି ନ କରିବା ପାଇଁ କାରଣ ଏହା ବହୁତ କ୍ଷତିକାରକ।

କାଚ ଖାଉଥିବା ଏହି ବ୍ୟକ୍ତିଙ୍କ ନାମ ଦୟାରାମ ସାହୁ। ସେ ପେଶାରେ ଜଣେ ଓକିଲ। ଦୟାରାମ କହିଛନ୍ତି ସେ ଗତ ୪୫ ବର୍ଷ ହେଲା କାଚ ଖାଉଛନ୍ତି। ଏହା ତାଙ୍କର ଅଭ୍ୟାସରେ ପଡିଗଲାଣି। ଏହି ଅଭ୍ୟାସ କାରଣରୁ ମୋ ଦାନ୍ତକୁ ବହୁତ କ୍ଷତି ପହଁଚୁଛି। ମୁଁ କହିବାକୁ ଚାହୁଁଛି ଯେ କେହି ବି କାଚ ଖାଇବାର ଚେଷ୍ଟା ନ କରନ୍ତୁ। ଏହା ବହୁତ କ୍ଷତିକାରକ।

glassସେ କହିଛନ୍ତି ବର୍ତ୍ତମାନ ସେ କାଚ ଖାଇବା ଧୀରେ ଧୀରେ କମ୍‌ କରୁଛନ୍ତି। ସେ ପିଲାଦିନରୁ କାଚ ଖାଇବାର ସୌକିନ ଥିଲେ। ପୂର୍ବରୁ ସେ ସୌକିନ ଭାବରେ କାଚ ଖାଉଥିଲେ କିନ୍ତୁ ଧୀରେ ଧୀରେ ଏହା ଅଭ୍ୟାସରେ ପଡିଗଲା

ଏହାସହ ପଢନ୍ତୁ : ଯଦି ଆପଣଙ୍କ ଆଖପାଖରେ ଏହି ମନ୍ଦିର ରହିଛି ତେବେ ଭୁଲରେ ମଧ୍ୟ କରନ୍ତୁ ନାହଁ ଅଧିକ ପରିକ୍ରମା, ନଚେତ

ଭିଡିଓରେ ଆପଣ ଦେଖିପାରିବେ ଯେ ସେ କେମିତି ଅରାମରେ କାଚ ଚୋବାଇ ଖାଉଛନ୍ତି। ଆଶ୍ଚଯ୍ୟର୍କର କଥା ଏହା ଯେ ଦୟାରାମଙ୍କୁ ତାଙ୍କ ସ୍ତ୍ରୀ କାଚ ଆଣି ଦେଇଥାନ୍ତି। ତାଙ୍କ କହିବାନୁଯାୟୀ ସେ ଗୋଟିଏ ଦିନରେ ଏକ କିଲୋ ପର୍ଯ୍ୟନ୍ତ କାଚ ଖାଉଥିଲେ କିନ୍ତୁ ଦାନ୍ତ ଦୁୂର୍ବଳ ହେବା କାରଣରୁ ଏବେ ସେ ଏହି ଅଭ୍ୟାସକୁ କମ୍‌ କରଦେଇଛନ୍ତି ଏବଂ ଏବେ ସେ ଏହି ଅଭ୍ୟାସକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.