ସରକାରଙ୍କ ବଡ଼ ଘୋଷଣା, ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ମିଳିବ ପେନ୍ସନ
କେନ୍ୟୁଜ୍: ସରକାରଙ୍କ ବଡ଼ ଘୋଷଣା। ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ପେନ୍ସନ। ସେମାନଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ସାମିଲ କରାଯିବ। ଏଥିପାଇଁ ହିତାଧିକାରୀଙ୍କୁ କେସ୍ ବିଚାରାଧୀନ ଥିବା ଘୋଷଣାପତ୍ର ଦେବାକୁ ପଡିବ। ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ପେନ୍ସନ ମିଳିବ। ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି।