ବାପ ଜୁଇରେ ପୁଅ ଢାଳିଲା ମଦ, କହିଲା ବାପାଙ୍କର କୌଣସି ଇଚ୍ଛା ଅଧୁରା ରହିବନି

ଶବଦାହ ସମୟରେ ଏକ ଉତ୍ସବର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ତିମ ସଂସ୍କାର ସମୟରେ ପୁଅ ବାପାଙ୍କୁ ଅନ୍ତିମ ଭେଟିରେ ମଦ, ସହ ପାନ, ବିଡ଼ି ଦେଉଥିବାର ଦେଖିବାକୁ ମିଳିଛି । ତାଙ୍କର ଏଭଳି ଆଚରଣ ଦେଖି ନିକଟରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଶ୍ମଶାନରେ ହୁତୁହୁତୁ ହୋଇ ଜଳୁଥିଲା ବାପର ଚିତା । ଚିତା ପାଖରେ ଠିଆ ହୋଇଥିଲା ପୁଅ । ସେହି ସମୟରେ ଏପରି କିଛି ଘଟିଥିଲା ଯେଉଁ ଦୃଶ୍ୟ ଦେଖିଲେ ଆପଣ ହତ୍‌ବାକ୍‌ ହୋଇ ରହିଯିବେ । ଅନ୍ତିମ ସଂସ୍କାର ସମୟରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କିଛି ନା କିଛି ଅର୍ପଣ କରାଯାଇଥାଏ । ଏହି ଶ୍ମଶାନରେ ଜଣେ ପୁଅ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଯାହା ଅର୍ପଣ କରିଛନ୍ତି ଆପଣ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ ।

ଆମେ ସମସ୍ତେ ଜାଣନ୍ତି ମୃତ ବ୍ୟକ୍ତିଙ୍କର ଶେଷ ଇଚ୍ଛା କିଛି ନା କିଛି ରହିଥାଏ । ଯେଉଁ ଇଚ୍ଛାକୁ ପୂରଣ କରିବା ପାଇଁ ପରିବାର ଲୋକେ ଚେଷ୍ଟା କରିଥାଆନ୍ତି । କିଏ ଭଲ ଭଲ ଖାଦ୍ୟ ଦେଉଥିବା ବେଳେ କିଏ ପୋଷାକ ଅର୍ପଣ କରିଥାଆନ୍ତି । ନିକଟରେ ଶଶ୍ମାନ ଘାଟରେ ଜଣେ ମୃତ ବ୍ୟକ୍ତିଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଯାଇ ତାଙ୍କ ପୂଅ ଜୁଇରେ ମଦ ଢାଳିଥିବା ବେଳେ ବନାରସ ପାନ ଆଉ ବିଡ଼ି ରଖିଥିଲେ ।

ତେବେ ଏହି ଦୃଶ୍ୟ ହେଉଛି ବାରଣାସୀର ମଣିକର୍ଣ୍ଣିକା ଶ୍ଶଶାନ ଘାଟର । ଯେଉଁଠାରେ ଶବଦାହ ସମୟରେ ଏକ ଉତ୍ସବର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ତିମ ସଂସ୍କାର ସମୟରେ ପୁଅ ବାପାଙ୍କୁ ଅନ୍ତିମ ଭେଟିରେ ମଦ, ସହ ପାନ, ବିଡ଼ି ଦେଉଥିବାର ଦେଖିବାକୁ ମିଳିଛି । ତାଙ୍କର ଏଭଳି ଆଚରଣ ଦେଖି ନିକଟରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେବେ ପ୍ରତିଦିନ ବାରଣାସୀ ମର୍ଣ୍ଣିକର୍ଣ୍ଣିକା ଘାଟରେ ଦୁଇ ରୁ ଅଧିକା ଶବଦାହ କରାଯାଏ । ଆଉ ପରିବାର ସଦସ୍ୟ ବାଜା ବଜାଇ ନାଚି ନାଚି ଶ୍ମଶାନ ଘାଟରେ ଜୁଇ ଜାଳନ୍ତି । ଏବଂ ଆତ୍ମାର ସଦ୍‌ଗତି ପାଇଁ ଭୋଗ୍ୟ ସାମଗ୍ରୀକୁ ଜୁଇ ଉପରେ ରଖାଯାଏ । ପରିବାର ଲୋକେ ମଧ୍ୟ ମୃତକଙ୍କର ଏହା ଶେଷ ଇଚ୍ଛା ବୋଲି ଭାବି ଅର୍ପଣ କରିଥାଆନ୍ତି ।

ପୁଅର କହିବା ଅନୁଯାୟୀ, ବାପାଙ୍କର ଶେଷ ଇଚ୍ଛା ଥିଲା ଯେ ମୃତ୍ୟୁ ପରେ ତାଙ୍କ ଜଳନ୍ତା ଜୁଇରେ ମଦ, ବିଡ଼ି ଏବଂ ବନାରସ ପାନ ଅର୍ପଣ କରାଯିବ। ସେଥାପଇଁ ବାପାଙ୍କ ଶେଷ ଇଚ୍‌ଛାକୁ ପୂରଣ କରିବାକୁ ଯାଇ ଶଶ୍ମାନ ଘାଟରେ ଏପରି କରିଥିଲେ । ତେବେ ଏହି ସମସ୍ତ ଦୃଶ୍ୟକୁ ନିକଟରେ ଉପସ୍ଥିତ ଥିବା ବ୍ୟକ୍ତି ଭିଡିଓ କରିଥିଲେ ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ତେବେ ଏହି ଭିଡିଓଟିକୁ ଅନେକ ଲୋକ ପସନ୍ଦ କରିଥିବାବେଳେ କିଛି ଲୋକ ଏପରି ଆଚରଣକୁ ବାପାଙ୍କ ପ୍ରତି ଅସମ୍ନାନ ବୋଲି କହିବା ସହ ଏହା ଏକ ଲଜ୍ଜାଜନକ ବିଷୟ ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.