ଜୋତା ଯୋଗୁଁ ନିଜ ଜୀବନକୁ ପାଣି ଛଡାଇ ଦେଇଥିଲେ ବ୍ୟକ୍ତି, ଟ୍ରେନ ଟ୍ରାକରୁ ଭିଡି ଆଣିଲେ ଯବାନ

ସମଗ୍ର ବିଶ୍ୱରେ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧିପାଇବାରେ ଲାଗିଛି। ସାମାନ୍ୟ ଅସାବଧାନତା ଯୋଗୁଁ ଅନେକ ଥର ଜୀବନ ଚାଲିଯାଇଛି । ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଉଥିବା ଦେଖିବାକୁ ମିଳିଛି । ଆଉ ସିଆରପିଏଫ ଯବାନଙ୍କ ଯୋଗୁଁ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଯାଇଥିଲା।

ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ରେଲେଓ୍ଵ ଟ୍ରାକ କ୍ରସ କରୁଥିବା ବେଳେ ତାଙ୍କର ଏକ ଜୋତା ଟ୍ରାକ୍‌ ମଝିରେ ରହିଯାଉଛି। ଆଉ ବ୍ୟକ୍ତି ଜଣକ ଜୋତାକୁ ନେଇ ପୁଣି ଟ୍ରାକ ସେପଟକୁ ଚାଲିଯାଉଛନ୍ତି। ଏହି ସମୟରେ ଟ୍ରେନ ଆସୁଥିବା ବେଳେ ବ୍ୟକ୍ତି ଜଣକ ନ ରହି ପୁଣି ଥରେ ଟ୍ରାକ୍‌ କ୍ରସ୍‌ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ଏହି ସମୟରେ ଟ୍ରାକ୍‌ ମଝିରେ ତାଙ୍କ ଜୋତା ପୁଣି ଥରେ ରହିଯାଉଛି। ଆଉ ଏହାକୁ ନେବା ଚକ୍କରରେ ନିଜ ଜୀବନକୁ ବାଜି ଲାଗିଦେଇଥିଲେ। ହେଲେ ଏହି ସମୟରେ ଦେବଦୂତ ହୋଇ ଆସିଲେ ଜଣେ ଯବାନ। ଆଉ ମରଣ ମୁହଁରୁ ବ୍ୟକ୍ତିଙ୍କୁ ରକ୍ଷା କରିଥିଲେ। ଅବଶ୍ୟ ଟ୍ରେନ ଡ୍ରାଇଭର ବ୍ୟକ୍ତିଙ୍କ ଏପରି ଅସାବଧାନତା ଦେଖି ଟ୍ରେନର ଗତିକୁ କମାଇଦେଇଥିଲେ। ହେଲେ ବି ଅଳ୍ପକେ ବର୍ତ୍ତିଯାଇଥିଲେ ବ୍ୟକ୍ତି।

ଦେଖନ୍ତୁ ଭିଡିଓ :

ଏହି ଭିଡିଓକୁ ସୋସିଆଲ ମିଡିଆରେ ଜିନ୍ଦେଗୀ ଗୁଲଜାର ନାମକ ଏକ ଟ୍ଵିଟରରେ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ବ୍ୟକ୍ତିଙ୍କ ଉପରେ ନିଶ୍ଚିତ ରାଗିଯିବେ । ବ୍ୟକ୍ତି ଜଣକ ଜୋତା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି। ଟ୍ରେନ ଯାଇସାରିଥିଲେ ହୁଏତ ବ୍ୟକ୍ତି ଜଣକ ଜୋତାକୁ ଆଣିପାରିଥାନ୍ତେ। କିନ୍ତୁ ଟ୍ରେନ ଆସିବା ସମୟରେ ଏମିତି ମୁର୍ଖାମୀ କରିବା ତାଙ୍କ ଜୀବନ ପ୍ରତି ବିପଦ ଆଣିଦେଇପାରେ ।

ତେବେ ଲୋକଙ୍କ ଜୀବନକୁ ଜଣେ ସିଆରପିଏଫ ଯବାନ ବଞ୍ଚାଇଦେଇଥିଲେ। ଆଉ ରାଗରେ ବ୍ୟକ୍ତିକୁ ଚାପୁଡା ମଧ୍ୟ ମାରିଥିଲେ ଯବାନ। ଯାହା ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.