Below header

ଘୋଷଣା ହେଲା ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର, ଅଚନ୍ତ ଶରତ କମଲଙ୍କୁ ମିଳିବ ଖେଳ ରତ୍ନ ଏବଂ ରୋହିତ ଶର୍ମାଙ୍କ କୋଚ୍‌ଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର

କେନ୍ୟୁଜ୍‌ ବ୍ୟୁରୋ:  ୨୦୨୨ ବର୍ଷ ପାଇଁ ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଯାଇଛି । ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ କ୍ରୀଡ଼ା ସମ୍ମାନ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରତ କମଲଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର । ୨୫ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ୩୦ ନଭେମ୍ବରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ ।

ଟେବୁଲ୍‌ ଟେନିସ ଖେଳାଳି ଅଚନ୍ତ ଶରତ କମଲଙ୍କୁ ଖେଳର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ । ୨୦୨୨ ଖେଳ ପୁରସ୍କାର ପାଇଁ ଖେଳ ମନ୍ତ୍ରାଳୟ ସୋମବାର ନଭେମ୍ବର ୧୪ ରେ ଜାରି କରିଥିବା ସୂଚୀରେ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହି ପୁରସ୍କାର ୩୦ ନଭେମ୍ବରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । ଏହି ସୂଚୀରେ ୭ ଜଣ କୋଚ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯିବର ସୂଚନା ମଧ୍ୟ ରହିଛି । ଏହି ଲିଷ୍ଟରେ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌ଏସ୍‌ ପ୍ରଣୟ ଏବଂ ଲକ୍ଷ୍ୟ ସେନ୍‌, ଆଥ୍‌ଲେଟ୍‌ରେ ଏଲ୍‌ଦୋସ ପଲ୍‌, ଅବିନାଶ ମୁକୁନ୍ଦ ସାବ୍‌ଲେ, ସୀମା ପୁନିଆ, ମୁଷ୍ଟିଯୁଦ୍ଧରେ ନିଖତ ଜରୀନଙ୍କ ପରି ଖେଳାଳି ସାମିଲ ଅଛନ୍ତି । ହକିରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପଗ୍ରେସ୍‌ ଏକ୍କା ମଧ୍ୟ ସାମିଲ ଅଛନ୍ତି ।

ରୋହିତ ଶର୍ମାଙ୍କ କୋଚ୍‌ ପାଇବେ ଦ୍ରୋଣାଚାର୍ଯ୍ୟ ପୁରସ୍କାର:

ସବୁଠାରୁ ବଡ଼ କଥା ହେଉଛି ଏଥର କୌଣସି କ୍ରିକେଟରଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇ ନାହିଁ । କେବଳ କ୍ରିକେଟ କୋଚ୍‌ ଦୀନେଶ ଲାଡ୍‌ଙ୍କୁ ଜୀବନ ବ୍ୟାପୀ ବର୍ଗରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଦୀନେଶ ହେଉଛନ୍ତି ଜଣେ ଜଣା ଶୁଣା କ୍ରିକେଟ କୋଚ୍‌ । ସେ ମଧ୍ୟ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ କୋଚ୍‌ ରହି ସାରିଛନ୍ତି ।

ପୁରସ୍କାର ବିଜେତା:

ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର– ଅଚନ୍ତ ଶରତ କମଲ (ଟେବୁଲ ଟେନିସ୍‌)

ଅର୍ଜୁନ ପୁରସ୍କାର: ସୀମା ପୁନିଆ (ଆଥଲେଟ୍‌), ଏଲଦୋସ୍‌ ପଲ (ଆଥଲେଟ୍‌), ଅବିନାଶ ମୁକୁନ୍ଦ ସାବ୍‌ଲେ (ଆଥଲେଟ୍‌), ଲକ୍ଷ୍ୟ ସେନ (ବ୍ୟାଡ ମିଣ୍ଟନ), ଏଚ୍‌ଏସ୍‌ ପ୍ରଣୟ (ବ୍ୟାଣ୍ଟ ମିଣ୍ଟନ), ଅମିତ(ମୁଷ୍ଟିଯୁଦ୍ଧ), ନିଖତ ଜରୀନ (ମୁଷ୍ଟିଯୁଦ୍ଧ), ଭକ୍ତି ପ୍ରଦୀପ କୁଲକର୍ଣ୍ଣି (ଚେସ୍‌), ଆର୍‌ ପ୍ରଜ୍ଞାନନ୍ଦ (ଚେସ୍‌), ଦୀପଗ୍ରେସ୍‌ ଏକ୍କା (ହକି), ଶୁଶୀଳା ଦେବୀ (ଜୁଡ଼ୋ), ସାକ୍ଷୀ କୁମାରୀ(କବାଡ଼ି), ନୟନମଣି ସାଇକିଆ (ଲନ୍‌ ବଲ୍‌), ସାଗର କୈଳାସ ଓଭାଲକର (ମାଲଖମ୍ବ), ଏଲାଭେନିଲ ଭାଲାରିଭାନ (ବନ୍ଧୁକ ଚାଳନା), ଓମ୍‌ ପ୍ରକାଶ ମିଥାରଭାଲ (ବନ୍ଧୁକ ଚାଳନା), ଶ୍ରୀଜା ଆକୁଲା (ଟିଟି), ବିକାଶ ଠାକୁର (ଭାରୋତ୍ତୋଳନ), ଅଂଶୁ ସରିତା (କୁସ୍ତି), ପ୍ରବୀଣ( ଉଷୁ), ମାନସୀ ଯୋଷୀ (ପାରା ବ୍ୟାଡ୍‌ମିଣ୍ଟନ), ତରୁଣ ଧିଲନ (ପାରା ବ୍ୟାଡ୍‌ମିଣ୍ଟନ), ସ୍ୱପ୍ନିଲ ସଞ୍ଜୟ ପାଟିଲ (ପାରା ସନ୍ତରଣ),ଜେରଲିନ ଅଙ୍କିତା ଜେ (ଡିଫ୍‌ ବ୍ୟାଡ୍‌ମିଣ୍ଟନ)

ଦ୍ରୋଣାଚାର୍ଯ୍ୟ ପୁରସ୍କାର (ନିୟମିତ ବର୍ଗ): ଜୀବନଜ୍ୟୋତ ସିଂ ତେଜା (ତୀରନ୍ଦାଜି), ମହମ୍ମଦ ଅଲ୍ଲୀ କାମର (ମୁଷ୍ଟିଯୁଦ୍ଧ), ସୁମା ସିଦ୍ଧାର୍ଥ ଶିରୁର (ପାରା ବନ୍ଧୁକଚାଳନା), ସୁଜିତ ମାନ (କୁସ୍ତି)

ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଜୀବନବ୍ୟାପୀ ବର୍ଗ): ନୀନେଶ ଜବାହାର ଲାଡ, (କ୍ରିକେଟ୍‌), ବିମଲ ପ୍ରଫୁଲ୍ଲ ଘୋଷ (ଫୁଟ୍‌ବଲ), ରାଜ ସିଂହ (କୁସ୍ତି) ।

ଧ୍ୟାନ୍‌ ଚାନ୍ଦ ପୁରସ୍କାର: ଅଶ୍ୱିନୀ ଅଙ୍କୁଜ ସି (ଦୌଡ଼କୁଦ), ଧରମବୀର ସିଂହ (ହକି), ବିସି ସୁରେଶ (କବାଡ଼ି), ନୀର ବାହାଦୁର ଗୁରୁଙ୍ଗ ( ପାରା ଆଥ୍‌ଲେଟିକ୍ସ) ।

ରାଷ୍ଟୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଟ୍ରାନ୍ସଷ୍ଟାଡିଆ ଏଣ୍ଟରପ୍ରାଇଜେସ ପ୍ରାଇଭେଟ୍‌ ଲିମିଟେଡ୍‌, କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌), ଲଦାଖ ସ୍କି ଓ ସ୍ନୋବୋର୍ଡ ସଂଘ ।

ମୌଲାନା ଅବୁଲ କଲାମ ଆଜାଦ (ମାକା) ଟ୍ରଫି: ଅମୃତସର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.