ପ୍ଲାଟଫର୍ମ ଓ ମେଟ୍ରୋ ଟ୍ରେନ ମଝିରେ ଫସିଲେ ଯୁବକ, ଭିଡିଓ ହେଉଛି ଭାଇରାଲ

ନିକଟରେ ଜଣେ ବ୍ୟକ୍ତି ମେଟ୍ରୋ ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରେ ଫସିରହିଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଦିଲ୍ଲୀ ମେଟ୍ରୋ ରେଲୱେ କର୍ପୋରେସନ ଅର୍ଥାତ DMRC ର ଏକ ବୟାନ ଆସିଛି । କୌଣସି ପ୍ରକାରେ ତାଙ୍କୁ ବାହାରକୁ ଅଣାଯାଇ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ  ସେଠାରେ ସେ ମୃତ୍ୟୁବରଣ କରିଥିଲେ ।

ଦିଲ୍ଲୀ ମେଟ୍ରୋ କିମ୍ବା ଷ୍ଟେସନର ସବୁବେଳେ କିଛି ନା କିଛି ଅଜବ ଭିଡିଓ ଭାଇରାଲ ହୁଏ । କିନ୍ତୁ ଏଥର ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଖୁବ ଭୟଙ୍କର । ନିକଟରେ ଜଣେ ବ୍ୟକ୍ତି ମେଟ୍ରୋ ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରେ ଫସିରହିଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଦିଲ୍ଲୀ ମେଟ୍ରୋ ରେଲୱେ କର୍ପୋରେସନ ଅର୍ଥାତ DMRC ର ଏକ ବୟାନ ଆସିଛି । ସାଉଥ ଦିଲ୍ଲୀର କୁତବମିନାର ଷ୍ଟେସନ ଟ୍ରାକ ପାର କରୁଥିବା ସମୟରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ମେଟ୍ରୋ ଟ୍ରେନରେ କଟି ମୃତ୍ୟୁ ଘଟିଛି ।

ଏବେ ଇଣ୍ଟରନେଟରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ଭାଇରାଲ ହେବା ପରେ ଡିଏମଆରସି ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛି । ଯାଞ୍ଚ କରିବାରୁ ଜଣାପଡିଛି ଯେ ଏହି ଘଟଣା ୧୨ ନଭେମ୍ବର ଦିନ କୁତବମିନାର ମେଟ୍ରୋ ଷ୍ଟେସନରେ ଘଟିଛି । ପ୍ରାଥମିକ ଯାଞ୍ଚ ସମୟରେ ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣଙ୍କ ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ନିବାସୀ ଭୁରା ସିଂ ବୋଲି ଜଣାପଡିଛି । ସେ ନିଜ ପୁଅ ଅଶ୍ୱିନୀ ସହିତ ମାନେସର ପାଖ କସାନ ଗ୍ରାମରେ ରହୁଥିଲେ ।

ଭୁରା ସିଂ କିଛିଦିନ ପୂର୍ବରୁ ନିଜ ଗାଁକୁ ଯାଇଥିଲେ ଏବଂ ୧୨ ନଭେମ୍ବର ଦିନ ଫେରୁଥିଲେ । ଦିଲ୍ଲୀ ମେଟ୍ରୋରେ ଚଢି ସେ କୁତବମିନାର ଷ୍ଟେସନରେ ଓଲ୍ହାଇଲେ । ସୂଚନା ମୁତାବକ ସେ ମେଟ୍ରୋ ଷ୍ଟେସନରୁ ଶୀଘ୍ର ବାହାରିବା ପାଇଁ ସିଡ଼ି କିମ୍ବା ଏସ୍କାଲେଟରର ବ୍ୟବହାର ନ କରି ପ୍ଲାଟଫର୍ମ ନମ୍ବର ଏକରୁ ଦୁଇକୁ ଯିବା ପାଇଁ ରେଲୱେ ଟ୍ରାକ ପାର କରିବା ସମୟରେ ସେ ଫସିଯାଇଥିଲେ ଏବଂ ଏହି ସମୟରେ ମେଟ୍ରୋ ଟ୍ରେନ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା ।

କୌଣସି ପ୍ରକାରେ ତାଙ୍କୁ ବାହାରକୁ ଅଣାଯାଇ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ  ସେଠାରେ ସେ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ଏହି ଘଟଣାର ଭଡ଼ିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ରେଳବାଇର ନିୟମ ଭାଙ୍ଗି ଏପରି ଟ୍ରାକ ପାର କରୁଥିବା ସମୟରେ ଏହି ବ୍ୟକ୍ତି ଜଣଙ୍କ ଟ୍ରେନ ଏବଂ ପ୍ଲାଟଫର୍ମ ମଝିରେ ଫସିଯାଇଥିଲେ । ଏହା ପରେ ଟ୍ରେନ ଅପରେଟର ତୁରନ୍ତ ଏମର୍ଜେନ୍ସି ବ୍ରେକ ଲଗାଇଥିଲେ ।

ତାପରେ ଯାତ୍ରୀଜଣଙ୍କୁ ଷ୍ଟେସନ କର୍ମଚାରୀଙ୍କ ଦ୍ୱାରା ଏମ୍ସର ଟ୍ରମା ସେଣ୍ଟର ପଠାଯାଇଥିଲା ତଥାପି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ରେଳବାଇ ପକ୍ଷରୁ ବାରମ୍ବାର ଏଭଳି ନ କରିବା ପାଇଁ ସତର୍କ କରାଯାଉଥିଲେ ମଧ୍ୟ ଲୋକମାନେ ନିୟମକୁ ନ ମାନି ନିଜ ମୃତ୍ୟୁକୁ ଡାକି ଆଣୁଛନ୍ତି । ଯଦି ଆପଣ ବି ଏଭଳି ରେଳଟ୍ରାକ ପାର କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ ନଚେତ ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.