ରିଲିଜ୍‌ ହୋଇଛି ଫିଲ୍ମ ‘ଆନିମଲ’, ଜାଣନ୍ତୁ ଫାଷ୍ଟ ଡେ ରେ କଲା କେତେ ଇନ୍‌କମ୍‌

ରିଲିଜ ହୋଇଛି ଫିଲ୍ମ ‘ଆନିମଲ’ ଏହା ସହ ଫିଲ୍ମକୁ ନେଇ ସମସ୍ତ ଲୋକମାନେ ପଜେଟିଭ ରିଭ୍ୟୁ ଦେଉଛନ୍ତି । ଫିଲ୍ମ ପ୍ରଥମ ଦିନରେ ସାରା ଦେଶରେ ୬୦ କୋଟି ଟଙ୍କା ରୋଜଗାର କରିଛି ।

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଜି ସିନେମା ହଲରେ ରିଲିଜ ହୋଇଛି । ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପରେ ଦର୍ଶକ ଏହାକୁ ନେଇ ପଜେଟିବ୍‌ ରିଭ୍ୟୁ ସେୟାର କରିଛନ୍ତି । ବିଶେଷ ଭାବେ ଦିଲ୍ଲୀ ଓ ମୁମ୍ବାଇରେ ଫିଲ୍ମ ଦେଖିବା ପାଇଁ ହାଉସ୍ଫୁଲ୍‌ ହୋଇଯାଉଛି । ସବୁ ଠାରୁ ବଡ କଥା ଏହା ଯେ ଫିଲ୍ମ ଆଡ୍‌ଭାନ୍ସ୍‌ ବୁକିଂରେ ହିଁ ୨୦ କୋଟିରୁ ଅଧିକ ଇନ୍‌କମ୍‌ କରିଛି । ଏହା ସହ ଫିଲ୍ମକୁ ନେଇ ସମସ୍ତ ଲୋକମାନେ ପଜେଟିଭ ରିଭ୍ୟୁ ଦେଉଛନ୍ତି ।

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ରିଲିଜ ହେବାର ପ୍ରଥମ ଦିନରେ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିଛି । ଫିଲ୍ମରେ ରଣବୀର କପୁର ଓ ରଶ୍ମୀକା ମନ୍ଦନାଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମକୁ ନେଇ ରଣବୀର ଓ ରଶ୍ମୀକାଙ୍କ ସବୁ ଫ୍ୟାନ୍ସ ନିଜର ଉତ୍ସାହ ଦେଖାଇଛନ୍ତି । ନେଟେନିଜେନ୍ସ ରଣବୀରଙ୍କର ଅଧିକ ପ୍ରଶଂସା କରିଛନ୍ତି ଏବଂ ଫିଲ୍ମକୁ “ମେଗା ବ୍ଲକବଷ୍ଟର” ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ପ୍ରଥମ ଦିନର ରୋଜଗାର ମଧ୍ୟ ସାମ୍ନାକୁ ଆସିଛି । ଏପରି ଭାବେ ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମକୁ ନେଇ ଅନେକ ପ୍ରଶଂସା ମିଳିଛି ।

ସୂଚନା ମୁତାବକ, ଅନୁମାନ କରାଯାଉଛି ଯେ ଏହି ଫିଲ୍ମ ପ୍ରଥମ ଦିନରେ ସାରା ଦେଶରେ ୬୦ କୋଟି ଟଙ୍କା ରୋଜଗାର କରିଛି । ଏହା ସହ ପୂରା ବିଶ୍ୱରେ ଫିଲ୍ମର ଫାଷ୍ଟ ଡେ ରେ କଲେକ୍ସନ୍‌ ୧୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ ।

ଫିଲ୍ମ ‘ଆନିମଲ’କୁ କବୀର ସିଂ ର ରାଇଟର୍‌ ସନ୍ଦୀପ ରେଡ୍ଡୀ ଭଙ୍ଗା ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମୀକା ମନ୍ଦନା, ଅନିଲ କପୁର, ବବି ଦେଓଲ ଏବଂ ଟ୍ରୁପ୍ଟି ଡିମ୍ରି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଫିଲ୍ମ ‘ଆନିମଲ’କୁ ‘ଏ’ ସାର୍ଟିଫିକେଟ୍ ଦେଇଛି ଏବଂ ଏହାର ଚାଲିବା ସମୟ ହେଉଛି ପ୍ରାୟ ୩ ଘଣ୍ଟା ୩୫ ମିନିଟ୍ ରହିଛି । ଲୋକମାନେ ଏହି ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.