ସିଜନର ପ୍ରଥମ ଆମ୍ବକୁ ମିଳିଲା ‘Z+’ ସିକ୍ୟୁରିଟି! ଟେକା ମାରିବାକୁ ବି ଥରୁଛନ୍ତି ଲୋକେ

ଖରାଦିନ ଆରମ୍ଭ ହେଉଣୁ ସେପଟେ ଆମ୍ବ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆମ୍ବ ବିନା ଗ୍ରୀଷ୍ମ ଋତୁ ସତେ ଯେପରି ଅଧୁରା। ଯେମିତି ଖରାଦିନ ଆରମ୍ଭ ହୁଏ, ସେମିତି ବଜାରରେ ଭଳିିକି ଭଳି ଆମ୍ବର ପସରା ମେଲେ। ଆମେ ସମସ୍ତେ ତ ଆମ୍ବ ଗଛ ଦେଖିଛେ, କିନ୍ତୁ ଯେଉଁମାନେ ଗାଁରେ ରୁହନ୍ତି, ସେମାନଙ୍କୁ ଭଲ ଭାବେ ଜଣା ଯେ ଖରାଦିନେ ଗଛରୁ ଆମ୍ବ ଝଡ଼େଇ ଖାଇବାରେ କେତେ ମଜା ଆସିଥାଏ।

ତେବେ ଏବେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି, ଯେଉଁଠି ଗୋଟିଏ ଆମ୍ବ ପାଇଁ ‘ଜେଡ୍‌ ପ୍ଲସ୍‌’ ସିକ୍ୟୁରିଟି ଲାଗିଥିବା ଦେଖାଯାଉଛି। ହଠାତ୍‌ଏମିତି କ’ଣ ହେଲା ଯେ ଆମ୍ବକୁ ‘ଜେଡ୍‌ ପ୍ଲସ୍‌’ ସିକ୍ୟୁରିଟି ମିଳିଗଲା। ଗୋଟିଏ ଆମ୍ବ ପାଇଁ ଏହି ସୁରକ୍ଷା ଅଧିକ ହୋଇଯାଉନି ତ?

ଆମ୍ବକୁ ଯେଉଁ ସିକ୍ୟୁରିଟି ଜଗିଛନ୍ତି, ସେମାନଙ୍କୁ ଭେଦ କରି ଯିବା ଅସମ୍ଭବ। କେହି ମଧ୍ୟ ଏହା କରି ପାରିବେ ନାହିଁ। ଏହି ଭାଇରାଇ ଫଟୋ ଦେଖି ଲୋକେ କହୁଛନ୍ତି, ଆମ୍ବ ଝଡ଼େଇବା ତ ଦୂରର କଥା, ଟେକାପଥର ମାରିବାକୁ ବି ଲୋକେ ଭୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା, ପ୍ରକୃତ କଥା କ’ଣ। ବାସ୍ତବରେ, ଆମ୍ବକୁ ମହୁମାଛିମାନେ ସୁରକ୍ଷା ଦେଉଛନ୍ତି। ଆମ୍ବଟି ମହୁଫେଣାରେ ଲଟକି ରହିଛି।

ଫଟୋଟିକୁ ipsvijrk ନାମକ ଟ୍ଵିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି, ଯାହାର କ୍ୟାପସନରେ ଲେଖା ହୋଇଛି, ‘ସିଜନର ପ୍ରଥମ ଆମ୍ବ, ଆଉ ତାହା ବି ଜେଡ୍‌’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.