ମହାଦେବଙ୍କ ଏହି ମନ୍ଦିରରେ ଦୂର ହୋଇଥାଏ ଅନେକ ଅସାଧ୍ୟ ରୋଗ, ମଧ୍ୟରାତ୍ରିରେ ଆସିଥାନ୍ତି ହଜାର ହଜାର ସଂଖ୍ୟାରେ ସାପ

ଆମ ହିନ୍ଦୁ ଧର୍ମରେ ଥିବା ହଜାର ହଜାର ଶିବ ମନ୍ଦିର ବିଷୟରେ ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ। ଏହି ମନ୍ଦିରମାନଙ୍କ ମଧ୍ୟରୁ ଏମିତି କିଛି ମନ୍ଦିର ରହିଛି ଯାହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ଶିବ ମନ୍ଦିର ବିଷୟରେ କହିବୁ। ଉତ୍ତର ପ୍ରଦେଶର ଉନ୍ନାବ ଜିଲ୍ଲାର ବାଙ୍ଗରମଉଁ ପାଖରେ ସ୍ଥିତ ବୋଧେଶ୍ୱର ମହାଦେବଙ୍କ ମନ୍ଦିରକୁ ନେଇ ଲୋକଙ୍କର ଅନେକ ବିଶ୍ୱାସ ରହିଛି। କୁହାଯାଏ ଯେ ମନ୍ଦିରରେ ଥିବା ଶିବଲିଙ୍ଗକୁ ସ୍ପର୍ଶ କରିବା ମାତ୍ରେ ଅସାଧ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଭଲ ହୋଇଯାନ୍ତି। ଯେଉଁଥିପାଇଁ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ଓ ନିଜ ଅସାଧ୍ୟ ରୋଗରୁ ମୁକ୍ତି ମଧ୍ୟ ପାଇଥାନ୍ତି।

Untitled

ପ୍ରଚଳିତ କଥା ଅନୁସାରେ, ଥରେ ଭଗବାନ ଶିବ ନେଓ୍ଵଳର ରାଜାଙ୍କ ସ୍ୱପ୍ନରେ ଆସି ତାଙ୍କୁ ପଞ୍ଚମୁଖି ଶିବ ଲିଙ୍ଗ,ନଦୀ ଏବଂ ନବଗ୍ରହ ସ୍ଥାପନ କରିବାକୁ ଆଦେଶ ଦେଇଥିଲେ। ମହାଦେବଙ୍କ ଆଦେଶ ପାଳନ କରି ରାଜା ଏହି ସମସ୍ତ ଜିନିଷ ସ୍ଥାପନ କରିଥିଲେ। କାର୍ଯ୍ୟ ଶେଷ ହେବା ପରେ ନିଜ ରଥ ଉପରେ ବସି ସେ ନଗରକୁ ପ୍ରବେଶ କରୁଥିଲେ। ଏହି ସମୟରେ ହଠାତ୍ ରଥର ଚକ ଭୂମି ଭିତରକୁ ପଶି ଯାଇଥିଲା ଓ ବିଭିନ୍ନ ପ୍ରୟାସ ପରେ ମଧ୍ୟ ଚକକୁ ବାହାର କରାଯାଇ ପାରିନଥିଲା । ଏହା ପରେ ରାଜା ସେହି ସ୍ଥାନରେ ଶିବଲିଙ୍ଗ,ନଦୀ ଏବଂ ନବଗ୍ରହର ସ୍ଥାପନା କରିବା ସହିତ ଭବ୍ୟ ମନ୍ଦିରର ନିର୍ମାଣ କରାଇଥିଲେ। ଏଠାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରାଯାଇଥବବାରୁ ଏହି ମନ୍ଦିରର ନାମ ‘ବୋଧେଶ୍ୱର ମନ୍ଦିର’ କୁହାଯାଏ।

ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଖୁବ ସୁନ୍ଦର ହୋଇଥିବା ବେଳେ ଏହାକୁ ୧୫ ଶହ ଶତାବ୍ଦୀର କଳାକୃତ୍ତି ବୋଲି କୁହାଯାଏ। ସେହିପରି ଏଠାରେ ସ୍ଥାପିତ ହୋଇଥିବା ପଞ୍ଚମୁଖି ଶିବଲିଙ୍ଗର ପଥର ୪୦୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଛି । ପୃଥିବୀର କୌଣସି ସ୍ଥାନରେ ଏହି ପଥର ମିଳିବ ନାହିଁ ବୋଲି କୁହାଯାଏ । ସେହିପରି ନଦୀ ଏବଂ ନବଗ୍ରହ ତିଆରି ହୋଇଥିବା ପଥରରେ ପାଷାଣ କାଳର ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଧରାତିରେ ଏହି ମନ୍ଦିର ଭିତରକୁ ହଜାର ହଜାର ସଂଖ୍ୟାର ସାପ ଆସିଥାନ୍ତି। ଏହି ସାପମାନେ ସ୍ଥାନୀୟ ଲୋକଙ୍କର କୌଣସି କ୍ଷତି ନକରି ମନ୍ଦିର ଭିତରକୁ ପଶିଥାନ୍ତି ଓ ଶିବଲିଙ୍ଗକୁ ସ୍ପର୍ଶ କରି ପୁଣିଥରେ ଜଙ୍ଗଲ ଭିତରକୁ ଫେରି ଯାଇଥାନ୍ତି। ତେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ଅସାଧ୍ୟ ରୋଗ ନେଇ ଏଠାକୁ ଆସିଥାନ୍ତି ଓ ଶିବଲିଙ୍ଗକୁ ସ୍ପର୍ଶ କରି ଠିକ୍ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.