ରଣବୀରଙ୍କ ପଡୋଶୀ ହେଲେ ଆଲିଆ ଭଟ୍ଟ, ଏତେ କୋଟି ଟଙ୍କା ଦେଇ ଆକ୍ଟରଙ୍କ ବିଲଡିଙ୍ଗରେ କିଣିଲେ ଆପାର୍ଟମେଣ୍ଟ

ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରାୟତଃ ସେମାନଙ୍କ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଖବର ଆସିଥିଲା ​​ଯେ ଏହି ଯୋଡି ଲକଡାଉନ୍ ସମୟରେ ଏକତ୍ର ନିଜର କ୍ୱାଲିଟି ଟାଇମ ମଧ୍ୟ ସ୍ପେଣ୍ଡ କରିଥିଲେ। ତେବେ ବର୍ତ୍ତମାନ ଖବର ଆସୁଛି ଯେ ଆଲିଆ ରଣବୀରଙ୍କ ବିଲଡିଂରେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି ।

ସୂଚନା ଅନୁଯାୟୀ ଆଲିଆ ଭଟ୍ଟ ବାନ୍ଦ୍ରା ପାଲି ହିଲରେ ଥିବା ଏକ ବିଲଡିଂରେ ଆପାର୍ଟମେଣ୍ଟ କିଣିଛନ୍ତି ଯେଉଁଥିରେ ରଣବୀର କପୁରଙ୍କ ଆପାର୍ଟମେଣ୍ଟ ମଧ୍ୟ ରହିଛି । ଆଲିଆଙ୍କ ଏହି ନୂଆ ଆପାର୍ଟମେଣ୍ଟ 2460 ବର୍ଗଫୁଟ ଏବଂ ଏହାର ମୂଲ୍ୟ 32 କୋଟି ଟଙ୍କା ।

Alia Bhatt reacts to wedding rumours with Ranbir Kapoor, says 'Udti udti  khabar hai aur woh

ରଣବୀର କପୁର ଏହି ବିଲ୍ଡିଂର ସପ୍ତମ ମହଲାରେ ରହୁଥିବା ବେଳେ ଆଲିଆ ପଞ୍ଚମ ମହଲାରେ ନିଜର ଆପାର୍ଟମେଣ୍ଟ କିଣିଛନ୍ତି । ଆଲିଆ ଏବଂ ରଣବୀର ଏବେ ପରସ୍ପରର ପଡ଼ୋଶୀ ମଧ୍ୟ ହୋଇଛନ୍ତି। କୁହାଯାଉଛି ଯେ ଆଲିଆ ତାଙ୍କ ଭଉଣୀ ଶାହିନ୍ ଭଟ୍ଟଙ୍କ ସହ ରହୁଛନ୍ତି କିନ୍ତୁ ବର୍ତ୍ତମାନ ସେ ତାଙ୍କ ନୂଆ ଆପାର୍ଟମେଣ୍ଟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

ଆଲିଆଙ୍କ ନୂଆ ଘର କପୁର ପରିବାରର କୃଷ୍ଣାରାଜ ବଙ୍ଗଳା ନିକଟରେ ରହିଛି । କେବଳ ଏତିକି ନୁହେଁ ଆଲିଆଙ୍କ ନୂଆ ଘର ଭିତର ଡିଜାଇନ୍ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଦିଆଯାଇଛି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବେ । ଏହି ଚଳଚ୍ଚିତ୍ରଟି କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ଏବଂ ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀଙ୍କ ଦ୍ୱାରା ନିର୍ମିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.