ଆମେରିକାରେ ମେୟର ଭାବେ ନିଯୁକ୍ତ ହେଲା କୁକୁର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ବର୍ତ୍ତମାନ ସବୁ ଲୋକଙ୍କର ନଜର କିଏ ହେବ ଆମେରିକାର ରାଷ୍ଟ୍ରପତି । ଚାଲିଛି ବଳ କଷାକଷି । ତେବେ ଏହା ମଧ୍ୟରେ ଆମେରିକାରୁ ଏକ ଏପରି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାକାର ଏକ ଛୋଟ ସହରରେ ମେୟର ପଦରେ ନିଯୁକ୍ତ ହୋଇଛି ଏକ କୁକୁର ।

ସୂଚନା ଅନୁଯାୟୀ ୱିଲବର ବିଷ୍ଟ ନାମକ ଏକ କୁକୁର ଏଠାରେ ମେୟର ପଦରେ ନିଯୁକ୍ତ ହୋଇଛି । ମିଳିଥିବା ଖବର ମୁତାବକ କେଣ୍ଟୁକିରେ ରାବିଟ୍ ହେଶ୍ ନାମକ ଏକ ଛୋଟ ସମ୍ପ୍ରଦାୟ ରହିଛି । ବର୍ତ୍ତମାନ ଏହି ସମ୍ପ୍ରଦାୟ ଫ୍ରାନ୍ସିସ ବୁଲଡଗକୁ ନିଜର ନୂଆ ନେତା ଭାବେ ମନୋନୀତ କରିଛନ୍ତି । ରାବିଟ୍ ହେଶ୍ ହିଷ୍ଟୋରିକାଲ ସୋସାଇଟି ଅନୁଯାୟୀ ୱିଲବର ବିଷ୍ଟ 13,143 ଭୋଟରେ ଜିତିଛି । ଏପରିକି ରାବିଟ୍ ହେଶ୍ ହିଷ୍ଟୋରିକାଲ ସୋସାଇଟି ଏହାର ସୂଚନା ଫେସବୁକ ପୋଷ୍ଟ ଜରିଆରେ ଦେଇଥିଲେ । ଏହାସହିତ ସେମାନେ କ୍ୟାପ୍ସନରେ ଲେଖିଥିଲେ ରାବିଟ୍ ହେଶ୍ ରେ ମେୟର ଇଲେକ୍ସନ ସମ୍ପୂର୍ଣ୍ଣ ହେଲା ଏବଂ ଏଥିରେ ୱିଲବର ବିଷ୍ଟ 22,985 ଭୋଟରୁ 13,143 ଭୋଟ ପାଇ ଜିତିଛନ୍ତି ।

Posted by Rabbit Hash Historical Society on Tuesday, November 3, 2020

ସୂଚନା ଅନୁଯାୟୀ ରାବିଟ୍ ହେଶ୍ ହିଷ୍ଟୋରିକାଲ ସୋସାଇଟି ଓହିୟୋ ନଦୀ କୂଳରେ ବସବାସ କରୁଥିବା ଏକ ଅନଧିକୃତ ସମୁଦାୟ । 1990 ମସିହାରୁ ଏମାନେ କୁକୁରକୁ ନିଜର ମେୟର ଭାବେ ବାଛି ଆସୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.