ହାତ ନୁହେଁ ଗୋଡରେ ଚକଟା ଚାଲିଛି ମଇଦା, ଭିଡିଓ ଦେଖିଲେ ଖାଇବା ଭୁଲିଯିବେ ପାଉଁରୁଟି

ଆପଣ ପାଉଁରୁଟି ଟୋଷ୍ଟ କରି ଖାଇବାକୁ ଭଲ ପାଆନ୍ତି? ଯଦି ହଁ, ତେବେ ଘଟରାଟି ଜାଣିବା ପରେ ହୁଏତ ପାଉଁରୁଟି ଖାଇବାର ପସନ୍ଦ ଆପଣଙ୍କର ବଦଳି ଯାଇପାରେ। ତେବେ ଆପଣ କେବେ ଭାବିଛନ୍ତି ଏହା କିପରି ପ୍ରସ୍ତୁତ ହେଉଛି। ତେବେ ଛାଡନ୍ତୁ ସେ ବିଷୟରେ ଅଧିକ ଚିନ୍ତା ନକରି ଜାଣନ୍ତୁ ଘଟଣା କଣ ?
ପ୍ରାୟତଃ ଆମେ ବିଭିନ୍ନ ଖାଦ୍ଯ ବାହାରେ କିଣି ଖାଇଥାଉ। ସେଗୁଡିକ ତିଆରି କରିବା ପାଇଁ ସ୍ୱଚ୍ଛତା ଉପରେ ଧ୍ଯାନ ଦିଆଯାଇଛି କି ନାହିଁ ସେଦିଗରେ ଆମର ସାଧାରଣତଃ କୌଣସି ଧାରଣା ନଥାଏ। ତେବେ ପାଉଁରୁଟି କଥା କହିଲେ ଏହା ଆମ ନିତିଦିନିଆ ଖାଦ୍ଯ ଭିତରୁ ଗୋଟିଏ। ଯାହାକୁ ତିଆରି କରିବା ପୂର୍ବରୁ ମଇଦାକୁ ଭଲ କରି ଚକଟିବାକୁ ପଡିଥାଏ।ଏହା ମେସିନ ଦ୍ୱାରା କିମ୍ବା ମାନୁଆଲ ଦ୍ୱାରା କରାଯାଇଥାଏ। କିନ୍ତୁ ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ଗୁପ୍ତ ଭାବେ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଜଣେ କର୍ମଚାରୀ, ନିଜ ଗୋଡ ବ୍ୟବହାର କରି ମଇଦାକୁ ଚକଟୁଥିବାର ଦେଖିବାକୁ ମିଳିଛି ।
ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ମିଲର କର୍ମଚାରୀ ରେଡ୍ ହ୍ଯାଣ୍ଡରେ ଧରାପଡିଥିଲେ। ଭିଡିଓଟି ବହୁ ଚତୁରତାର ସହ କରାଯାଇଥିଲା। ଶ୍ରମିକ ଗମାରୁ ଜାଣିପାରିନଥିଲେ ଯେ ଭିଡିଓ ପ୍ରସ୍ତୁତ ହେଉଛି ବୋଲି । ତେବେ ଯେତେବେଳେ ସେ ଜାଣିଥିଲେ ତୁରନ୍ତ ନିଜ ହାତରେ ମଇଦାକୁ ଚକଟିବା ଆରମ୍ଭ କରିଥିଲେ । ଆଉ ସବୁ ଘଟଣା ସମ୍ପର୍କରେ ପଚାରିବାକୁ ପ୍ରଥମେ ସେ ପାଦ ବ୍ୟବହାର କରିଥିବା କଥାକୁ ଅସ୍ୱୀକାର କରିଥିଲେ। ତା’ପରେ ଶେଷରେ ସେ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ।
View this post on Instagram
ଏହି ଭିଡିଓଟିକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବାବେଳେ ଅନେକ ଲୋକ ପାଉଁରୁଟିର ପ୍ରସ୍ତୁତି ପ୍ରଣାଳୀକୁ ଖୁବ୍ ଘୃଣା କରିଛନ୍ତି। ଅନେକେ କାରଖାନାଗୁଡ଼ିକରେ ଶ୍ରମିକମାନଙ୍କ ଖାଇବା ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ପ୍ରଣାଳୀ ବିଷୟରେ ଚିନ୍ତା କରୁଥିବାବେଳେ କେତେକ କହିଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ରୂପେ ପାଉଁରୁଟି ଖାଇବା ଛାଡ଼ିଦେବେ।