ମିନିଏଚର ରାଇଟିଙ୍ଗରେ ମାହିର, ଗୋଟିଏ ଦାନା ଚାଉଳ ଉପରେ ଲେଖିପାରନ୍ତି ୧୭୪୯ ଅକ୍ଷର

ଆପଣମାନେ ଗୋଟିଏ ପେଜ୍‌ରେ କେତୋଟି ଅକ୍ଷର ଲେଖିପାରିବେ । ୪୦୦… ୫୦୦ ନହେଲେ ଅଧିକରୁ ଅଧିକ ୧୦୦୦ ପର୍ଯ୍ୟନ୍ତ ଧରିନିଅନ୍ତୁ । କିନ୍ତୁ ରାଜସ୍ତାନର ଜଣେ ବ୍ୟକ୍ତି ଅଛନ୍ତି ଯିଏ ଚାଉଳର ଗୋଟିଏ ଦାନା ଉପରେ, ୧୭୪୯ଟି ଅକ୍ଷର ଲେଖିପାରୁଛନ୍ତି । ଆଉ ନିଜ ରେକର୍ଡ ନିଜେ ଭାଙ୍ଗି , ଥରେ କି ଦୁଇ ଥର ନୁହେଁ ୭ ଥର ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।
ଧର୍ଯ୍ୟ, କଠିନ୍‌ ପରିଶ୍ରମ ଓ ଏକାଗ୍ରତା ଜଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରେ । ଜୀବନକୁ ଏକ ଏଭଳି ମୋଡ଼ରେ ପହଞ୍ଚାଇପାରେ , ଯେଉଁ ଜାଗାକୁ ପହଞ୍ଚିବା ଅନେକଙ୍କ ପାଇଁ ସ୍ୱପ୍ନ । ଇଏ ହେଉଛନ୍ତି ଜୟପୁର ରାଜସ୍ତାନର ସୁରେନ୍ଦ୍ର କୁମାର ଅପାର୍ୟା ।

rice 1

ସୁରେନ୍ଦ୍ରଙ୍କ ଖାସିୟତ ହେଉଛି ସେ ମିନିଏଚର ରାଇଟିଙ୍ଗ୍‌ ମାନେ ସୂକ୍ଷ୍ମ ଲେଖାରେ ମାହିର । ଚାଉଳର କେବଳ ଗୋଟିଏ ଦାନା ଉପରେ ଲେଖିପାରନ୍ତି ସୁରେନ୍ଦ୍ର । ଅଭ୍ୟାସ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ସୁରେନ୍ଦ୍ର ଗୋଟିଏ ଚାଉଳରେ ୧୭୪୯ ଅକ୍ଷର ଲେଖି ଗୀନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ନିଜ ନାଁ କରିଛନ୍ତି । ବଡ କଥା ତାଙ୍କ ୱାର୍ଲଡ ରେକର୍ଡ଼କୁ ୨୫ ବର୍ଷ ହେବ କେହି ବି ଭାଙ୍ଗି ପାରିନାହାନ୍ତି । ନିଜ ରେକର୍ଡ ନିଜେ ଭାଙ୍ଗି ସୁରେନ୍ଦ୍ର ଗୋଟିଏ କି ଦୁଇଟା ନୁହେଁ ୭ଥର ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡ ନିଜ ନାଁ ପକ୍କା କରିଛନ୍ତି ।
ଖାଲି ଏତିକିରେ ଅଟକିନି ସୁରେନ୍ଦ୍ରଙ୍କ ରେକର୍ଡ ନିଶା । ମଣିଷ ବାଳର ଗୋଟିଏ ଖଣ୍ଡରେ ,ସେ ୨୪୯ ଅକ୍ଷର ଲେଖିବାର ରେକର୍ଡ କରିଛନ୍ତି । ଏହାଛଡା ଡାକ ଟିକେଟ ଉପରେ ବି ନିିଜ ରାଇଟିଂ ସ୍କିଲର କରିସ୍ମା ଦେଖାଇଛନ୍ତି ସୁରେନ୍ଦ୍ର । ନେହେରୁଙ୍କର ୩ଟି speech ଓ ତାଙ୍କ ଚିନ୍ତାଧାରାକୁ ସୁରେନ୍ଦ୍ର 19.6 mm X 17.8mmର ଏକ ଡାକ ଟିକେଟ୍‌ ଉପରେ ଲେଖିପାରିଛନ୍ତି । ଯାହାକୁ ଏକ ଆଭରେଜ ସାଇଜର ନୋଟ ବୁକରେ ଲେଖିଲେ ଅଠର ପୃଷ୍ଠା ହେବ ।

rice 2

ସୁରେନ୍ଦ୍ର କୁମାର ପ୍ରଥମରୁ ହିଁ କିଛି ନୂଆ କରିବାକୁ ଚାହୁଁଥିଲେ । ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକଡର ଏକ ସଂସ୍କରଣ ପଢିବା ପରେ ସୁରେନ୍ଦ୍ର କିଛି ଅସାଧାରଣ କରିବାକୁ ସ୍ଥିର କଲେ । ସୁରେନ୍ଦ୍ର ପ୍ରଥମେ ଚାଉଳ ଦାନା ଭଳି ଛୋଟିଆ ଜିନିଷରେ ଲେଖିବା ଆରମ୍ଭ କଲେ । ମିନିଏଚର ରାଇଟିଂ କରିବା ବେଳେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଏଥିପାଇଁ ସୁରେନ୍ଦ୍ରଙ୍କୁ ପରିବାର ତରଫରୁ କୌଣସି ବି ସପୋର୍ଟ ମିଳିନଥିଲା । ଅସଫଳ ହୋଇ ବି ସୁରେନ୍ଦ୍ର ଭାଙ୍ଗିପଡିନଥିଲେ । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଲେ । ସୁରେନ୍ଦ୍ର ଆଜି ସଫଳତାର ଶୀର୍ଷରେ ।

rice 3

ଲେନ୍‌ସର ସଠିକ୍‌ ଉପଯୋଗ ସହ ବ୍ରସର ସବୁଠାରୁ ପତଳା ଲେଖନୀରେ ଲେଖିବା କଳାରେ ସୁରେନ୍ଦ୍ର ପାରଙ୍ଗମ । ଏଭଳି ସୂକ୍ଷ୍ମ ଲେଖା ବେଳେ ସୁରେନ୍ଦ୍ରଙ୍କୁ ନିଜ ନିଶ୍ୱାସପ୍ରଶ୍ୱାସ ଉପରେ ନିୟନ୍ତ୍ରଣ ରଖିବାକୁ ପଡେ । ଲେଖିବା ସମୟରେ ହାତକୁ ସ୍ଥିର ରଖିବା ପାଇଁ ସୁରେନ୍ଦ୍ର ଯୋଗ ଅଭ୍ୟାସ କରନ୍ତି । ଲେଖିବା ବେଳେ ଯେପରି ହାତ ନ ଥରିବ ସେଥିପାଇଁ ସେ ୨ ମିନିଟ ପର୍ଯ୍ୟନ୍ତ ନିଶ୍ୱାସ ବି ରୋକିପାରନ୍ତିି । ସୁରେନ୍ଦ୍ରଙ୍କ ପ୍ରଥମ ରେକର୍ଡ ଚାଉଳ ଦାନା ଉପରେ ଥିଲା । ଯେଉଁଥିରେ ସେ ୬୩୮ ଅକ୍ଷର ଲେଖିଥିଲେ । ଏହାପରେ ତାଙ୍କର ପୁରସ୍କାରର ଯାତ୍ରା ଆରମ୍ଭ ହେଲା । ନିଜ ପ୍ରତିଭା ପାଇଁ ସୁରେନ୍ଦ୍ରଙ୍କୁ ସରକାରଙ୍କ ତରଫରୁ ଏକ ପରିଚୟ ମିଳିଛି । ଆଗକୁ ତାଙ୍କ ଲକ୍ଷ ଗୋଟେ ମିଲିମିଟରରୁ ବି ଛୋଟ କ୍ଷେତ୍ରଫଳରେ ଭାଗବତ ଗୀତା ବା କୁରାନ ଲେଖିବା ।

ଚାଉଳ ଦାନା, ଚୁଟି, ଆଉ ଡାକ ଟିକେଟ୍‌ ଉପରେ ଛୋଟ ୱାର୍ଡ ଲେଖି ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୁରେନ୍ଦ୍ର । ସମସ୍ତଙ୍କ ପାଇଁ ଆଜି ସେ ଏକ ପ୍ରେରଣା । ସୁରେନ୍ଦ୍ରଙ୍କ ଏହି ଆଉଟ ଷ୍ଟାଣ୍ଡିଙ୍ଗ ଟ୍ୟାଲେଣ୍ଟକୁ ସାଲ୍ୟୁଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.