ଶ୍ରାବଣ ସୋମବାରରେ ଏହି ଭୁଲ କଲେ ହେବନାହିଁ ଇଚ୍ଛା ପୂର୍ଣ୍ଣ, ମାନନ୍ତୁ ନିୟମ

ଭୋଳାଶଙ୍କର ଙ୍କ ବ୍ରତ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହାଛଡା ସୋମବାର ବ୍ରତ ଏବଂ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସମସ୍ତ ଦୁଃଖ, ରୋଗ, କଳି, ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଭଗବାନ ଶିବଙ୍କ ବ୍ରତ କୁଆଁରୀ କନ୍ୟାଙ୍କ ପାଇଁ ଫଳଦାୟୀ ହୋଇଥାଏ। ତେବେ ଆପଣ ଭୁଲ୍‌ରେ ମଧ୍ୟ ସୋମବାର ଦିନ ଏମିତି ସବୁ ଭୁଲ୍‌ କରିବା ଉଚିତ ନୁହେଁ ।

ଆଜି ସୋମବାର । ଧାର୍ମିକ ମାନ୍ୟତା ଅନୁସାରେ, ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ । ଅନେକ ଲୋକ ସୋମବାର ଦିନ ଭଗବାନ ଶିବଙ୍କ ପୂଜା ଏବଂ ବ୍ରତ ମଧ୍ୟ କରିଥାନ୍ତି। କୁହାଯାଏ, ଯେଉଁ ବ୍ୟକ୍ତି ସୋମବାର ଦିନ ଭଗବାନ ଶିବ ଏବଂ ତାଙ୍କ ପରିବାରକୁ ପୂଜା କରିଥାନ୍ତି, ତା’ ଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି। ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି ।

ଭୋଳାଶଙ୍କର ଙ୍କ ବ୍ରତ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହାଛଡା ସୋମବାର ବ୍ରତ ଏବଂ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସମସ୍ତ ଦୁଃଖ, ରୋଗ, କଳି, ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଭଗବାନ ଶିବଙ୍କ ବ୍ରତ କୁଆଁରୀ କନ୍ୟାଙ୍କ ପାଇଁ ଫଳଦାୟୀ ହୋଇଥାଏ। ତେବେ ଆପଣ ଭୁଲ୍‌ରେ ମଧ୍ୟ ସୋମବାର ଦିନ ଏମିତି ସବୁ ଭୁଲ୍‌ କରିବା ଉଚିତ ନୁହେଁ ।

ସୋମବାର ଦିନ କ’ଣ କରିବା ଏବଂ ନ କରିବା ଉଚିତ :

– ସୋମବାର ଦିନ ପୂଜା କରିବା ସମୟରେ କେବେ ବି କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ ।

– ସୋମବାର ଦିନ କୌଣସି ଭୁଲ କାମ କିମ୍ବା ଅନୈତିକ କାମ କରିବା ଉଚିତ ନୁହେଁ ।

– ଏହିଦିନ ଜୁଆ ଖେଳିବାରୁ ନିବୃତ୍ତ ରୁହନ୍ତୁ, ଚୋରି କରନ୍ତୁ ନାହିଁ, ପର ସ୍ତ୍ରୀ ଉପରେ ନଜର ପକାନ୍ତୁ ନାହିଁ ।

– ଭଗବାନ ଶିବଙ୍କ ପୂଜାରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ ।

– ଶିବଙ୍କୁ ନଡିଆ ଚଢାଇବା ବହୁତ ଶୁଭ। କିନ୍ତୁ କେବେ ବି ଶିବଙ୍କ ନଡିଆ ପାଣି ଅର୍ପଣ କରିବା ଉଚିତ ନୁହେଁ ।

– ଶିବଙ୍କୁ ପୂଜାରେ ହଳଦୀ ଓ କୁଙ୍କୁମ କେବେ ବି ଚଢ଼ାନ୍ତୁ ନାହିଁ ।

– ଶିବଙ୍କୁ ପୁରୁଣା ବା ବାସୀ ଫୁଲ କେବେ ବି ଚଢ଼ାନ୍ତୁ ନାହିଁ ।

ସୋମବାର ପୂଜା ବିଧି :

ନାରଦ ପୁରାଣ ଅନୁସାରେ, ସୋମବାର ବ୍ରତରେ ବ୍ୟକ୍ତିଙ୍କୁ ସକାଳୁ ସ୍ନାନ କରି ଶିବଙ୍କୁ ଜଳ ଏବଂ ବେଲ ପତ୍ର ଅର୍ପଣ କରନ୍ତୁ । ଶିବ ଗୌରୀଙ୍କ ପୂଜା କରିବା ଜରୁରୀ । ଶିବ ପୂଜା କରିବା ଦିନ ସୋମବାର ବ୍ରତ କଥା ଜାଣିବା ଜରୁରୀ। ଏହା ପରେ ଗୋଟେ ସମୟରେ ଭୋଜନ କରିବା ଜରୁରୀ। ସାଧାରଣ ଭାବେ ସୋମବାର ବ୍ରତ ସନ୍ଧ୍ୟା ଯାଏଁ ରଖାଯାଏ ।

ସୋମବାର ଉପାୟ :

କୌଣସି ମନୋକାମନା ପୂର୍ଣ୍ଣ କରିବା ପାଇଁ ସୋମବର ଦିନ ସ୍ନାନ କରିବା ପରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।

ସୋମବାର ଦିନ କରାଯାଉଥିବା ପୂଜାରେ ବେଲ ପତ୍ର, ଅକ୍ଷତ, ଚନ୍ଦନ, ଦୁର୍ଦ୍ଦରା ଫୁଲ ଇତ୍ୟାଦି ଦେବା ଜରୁରୀ। ଏହା ଦ୍ୱାରା ଭଗବାନ ଶିବ ଜଲଦି ପ୍ରସନ୍ନ ହୋଇ ଇଚ୍ଛା ପୂର୍ଣ୍ଣ କରନ୍ତି।

ଯେଉଁମାନଙ୍କର ବିବାହ ହୋଇପାରୁନାହିଁ, ବିବାହ ପାଇଁ ସମସ୍ୟା ଦେଖାଯାଉଛି। ସେମାନେ ସୋମବାର ଦିନ ସକାଳୁ ଜଲଦି ଉଠି ସ୍ନାନ କରିବା ପରେ ଭଗବାନ ଶିବଙ୍କ ପୂଜା କରିବା ଜରୁରୀ। ଏହା ପରେ ଅଭିଷେକ କରିବା ଉଚିତ। ଏହାଦ୍ୱାରା ସବୁ ସମସ୍ୟା ଖୁବଶୀଘ୍ର ଦୂର ହେବ ।