ଆମକୁ ଛାଡ଼ ଆମେ ବି ୟୁ ଟ୍ୟୁବ ଦେଖିବୁ, ଦେଖନ୍ତୁ ତ ଭିଡିଓଟିରେ ଏମିତି କିଏ କହୁଛି

କେବେ ଭାବିଛନ୍ତିକି ଯଦି ମାଙ୍କଡ ମାନେ ୟୁଟ୍ୟୁବ ଦେଖିବେ ତେବେ କଣ କରିବେ ? ଯଦି କେବେ ବି ଏବିଷୟରେ ଭାବିନାହାନ୍ତି ଅଥବା ଆପଣଙ୍କ ମନକୁ ଏମିତି ଏକ ଧାରଣା ଆସିନାହିଁ । ତେବେ ଥରେ ଏହି ଭିଡିଓ ଟିକୁ ଦେଖନ୍ତୁ । ଏବେ ଖୁବ ଜୋରରେ ଭାଇରଲ ହେଉଥିବା ଏହି ଭିଡିଓଟିରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ୪ ରୁ ୫ ଜଣିଆ ଏକ ମାଙ୍କଡ ଦଳକୁ ନିଜ ଫୋନରେ ୟୁ ଟ୍ୟୁବ ଭିଡିଓ ଦେଖାଉଛନ୍ତି । ମାଙ୍କଡ ମାନେ ବି ଖୁବ ଆଗ୍ରହର ସହ ଭିଡିଓଟିକୁ ଦେଖୁଛନ୍ତି । ଏମିତିକି ଫୋନ ପାଖକୁ ନଦେଲେ ଟାଣି ଓଟାରିକି ଦେଖୁଛନ୍ତି । ପ୍ରଥମେ ପ୍ରଥମେ ତ ଏହି ମାଙ୍କଡ଼ ମାନେ ମୋବାଇଲ ଠାରୁ ଦୁରେଇ ରହିବା ପାଇଁ ଚେସ୍ଟା କରୁଥିବା ବେଳେ ପରେ କିନ୍ତୁ ଏପ୍ରତି ଆକୃଷ୍ଟ ହେଉଛନ୍ତି । ମାତ୍ର କିଛି ସେକେଣ୍ଡ ଭିତରେ ହିଁ ସେମାନଙ୍କ ମନ ବଦଳିଯାଉଛି । ଆଉ ସ୍କ୍ରିନ ଉପରେ ନିଜ ଆଙ୍ଗୁଠି ମାରି ମାରି ଭିଡିଓ ଦେଖିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ଭିଡିଓରେ କଣ ଘଟୁଛି ତାହାକୁ ଉତ୍ସୁକତାର ସହ ଜାଣିବାକୁ ଚେଷ୍ଟା କରୁଛନ୍ତି । ମାଙ୍କଡ଼ ମାନଙ୍କର ଏହି ହରକତରୁ ଜଣା ପଡିଯାଉଛିକି ମୋବାଇଲର ଆଦତ କେତେ ଶୀଘ୍ର ପଡ଼ିଯାଏ । ଭିଡିଓଟିକୁ ଏକ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଥିବା ବେଳେ ଏହାର କ୍ୟାପ୍ସନରେ ମାଙ୍କଡ “ମାନଙ୍କର ଭିଡିଓ ଦେଖିବାର ଦୃଶ୍ୟ” ବୋଲି ଲେଖାଯାଇଛି । ୧୫ ସେକେଣ୍ଡର ଏହି ଭିଡିଓଟିକୁ ଷ୍ଟୋରୀ କରି ପୋଷ୍ଟ କରାଯିବା ଭିତରେ ୫୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଯେବେକି ୧ ଲକ୍ଷ ୧୨
ହଜାରରୁ ଅଧିକ ସଂଖ୍ୟକ ଲୋକ ପସନ୍ଦ କରିଛନ୍ତି ।

ଏହି ଭିଡିଓ କ୍ଲିପ ଟିକୁ ରୁପିନ ଶର୍ମା ନାମକ ଜଣେ ଆଇପିଏସ ଅଫିସର ସେୟାର କରିଛନ୍ତି । ଆଉ ସେ ଏହାର କ୍ୟାପ୍ସନରେ, ” ଗୋଟେ ହାତରେ ଦିଅ, ଗୋଟେ ହାତରେ ନିଅ” ବୋଲି ଲେଖିଛନ୍ତି । ଆଉ ଏକ ଭିଡିଓରେ ଆପଣ ଦେଖିପାରିବେ ଆଉ ମାଙ୍କଡ ଗୋଟେ ହାତରେ ଜୁସକୁ ନେଉଥିବା ବେଳେ ଅନ୍ୟ ହାତରେ ଚଷମାକୁ ଦେଇଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.