ରହସ୍ୟମୟ ପଥର ! ଯାହାକୁ କେବଳ ୧୧ ଜଣ ହିିଁ ଟେକି ପରିବେ, ୧୨ ଜଣ ହେଲେ ଉଠିବନି

ପଥର ଯାହାକୁ କେବଳ ୧୧ ଜଣ ଟେକି ପରିବେ, ୧୨ ଜଣ ହେଲେ ଉଠିବ ନାହିିଁ । ଏଭଳି ଏକ ରହସ୍ୟମୟ ପଥର ରହିଛି ମହାରାଷ୍ଟ୍ର ପୁଣେର ହଜରତ କମର ଅଲ୍ଲୀ ଦରବାରରେ । ଯଦି ୧୧ରୁ ଅଧିକ କିମ୍ବା କମ ଲୋକ ଏହି ପଥରକୁ ଉଠାଇବାକୁ ଚେଷ୍ଟା କରନ୍ତି ତେବେ ସେହି ପଥର ତିଳେ ମାତ୍ର ସେଠାରୁ ଉଠିନଥାଏ । ସବୁଠାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଉଛି ଯେତେବେଳେ ଏହି ପଥରକୁ ୧୧ ଲୋକ ଉଠାଇବାକୁ ଚେଷ୍ଟା କରନ୍ତି ସେତେବେଳେ ଏହି ପଥରର ଓଜନ ୧୧ ଜଣଙ୍କୁ ଅନୁଭବ ହୋଇନଥାଏ । ପଥରଟିକୁ ଉଠାଇବା ବେଳେ ସବୁ ଶ୍ରଦ୍ଧାଳୁମାନେ ହଜରତ ଅଲ୍ଳୀ ଦରବାରକୁ ମନରେ ସ୍ମରଣ କରିବାକୁ ପଡିଥାଏ । ସବୁଦିନ ଶହ ଶହ ଲୋକ ଏହାକୁ ପରୀକ୍ଷା କରିବାକୁ ଦରବାରକୁ ଆସିଥାନ୍ତି । ଏହା ବ୍ୟତୀତ ଏଠାରେ ଏମିତି ଏକ ବତୀ ଅଛି ଯାହା ବର୍ଷ ବର୍ଷ ଧରି ଜଳି ଆସୁଛି । ତେବେ ଏହି ବତୀ କେବେ ଠାରୁ ଏଠାରୁ ଜଳୁଛି ତାହାର ସଠିକ ତଥ୍ୟ କାହା ପାଖରେ ଏପର୍ଯ୍ୟନ୍ତ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.