ବୁଧବାର ଦିନ କେବେ କିଣନ୍ତୁ ନାହିଁ ଏହି ଜିନିଷ, ଆଣିପାରେ ବହୁ ଅସୁବିଧା

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ବୁଧବାର ଦିନ ପ୍ରଥମ ପୂଜ୍ୟ ଭଗବାନ ଗଣେଶଙ୍କୁ ସମର୍ପିତ ହୋଇଥାଏ । ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି ଶ୍ରଦ୍ଧା ମନରେ ବିଧି ବିଧାନ ପୂର୍ବକ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତି, ତାଙ୍କ ଜୀବନରେ ସବୁ ବିଘ୍ନ ଦୂର ହୋଇ ସୁଖ ସମୃଦ୍ଧି ବାସ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ କୁଣ୍ଡଳୀରେ ବୁଧ ଗ୍ରହଙ୍କୁ ବାଣୀ, ବୁଦ୍ଧି,ଧନ ଓ ବ୍ୟବସାୟ ଆଦିର କାରକ ମନାଯାଇଥାଏ । ତେଣୁ କୁଣ୍ଡଳୀରେ ବୁଧ ଗ୍ରହଙ୍କୁ ମଜବୁତ ଓ ଶୁଭ ରଖିବା ପାଇଁ ବୁଧବାର ଦିନ କେବେ ବି ଏହି ଜିନିଷ କିଣନ୍ତୁ ନାହିଁ ।

ବୁଧବାର ଏହି ଜିନିଷ ଘରକୁ ଆଣିବା ହୋଇଥାଏ ଅଶୁଭ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧବାର ଦିନ କଞ୍ଚା ଲଙ୍କା, ମୁଙ୍ଗ ଡାଲି, ସବୁଜ ଧନିଆ, ପାଳଙ୍ଗ ଶାଗ, ଶୋରିଶ ଶାଗ, ଅମୃତ ଭଣ୍ଡା, ପିଜୁଳି ଆଦି କିଣିବା କିମ୍ବା ଏହାକୁ ଘରକୁ ଆଣିବା ଶୁଭ ହୋଇନଥାଏ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁଜ ରଂଗକୁ ବୁଧ ଗ୍ରହ ସହ ସମ୍ପର୍କ ରହିଥିବା କୁହାଯାଏ । ତେଣୁ ବୁଧବାର ଏହି ଜିନିଷକୁ କିଣିବା ଦ୍ୱାରା କୁଣ୍ଡଳୀରେ ବୁଧ ଗ୍ରହ ସ୍ଥିତି ଦୁର୍ବଳ ହୋଇଥାଏ ।

ଏହି କାର୍ଯ୍ୟକୁ ବି କରିବା ମନା

–   ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧବାର ଦିନ ବାଳ ସହ ଜଡିତ କିଛି ବି ଜିନିଷ କିଣିବା କିମ୍ବା ବିକିବା ମନା । ଏଥିସହିତ ନୂଆ ଜୋତା କିମ୍ବା କପଡ଼ା କିଣି କରି ପିନ୍ଧିବା ଶୁଭ ହୋଇ ନଥାଏ ।

  ଏହାଛଡ଼ା ମାନ୍ୟତା ରହିଛି କି ବୁଧବାର ଦୁଧକୁ ଜଳାଇ ତିଆରି କରୁଥିବା ଜିନିଷ ଯେପରି ଖିର, ରାବିଡି ଆଦି ଘରେ ପ୍ରସ୍ତୁତି କରିବା ଅନୁଚିତ୍‌ ।

  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିବାହିତ ପୁରୁଷଙ୍କୁ ବୁଧବାର ଦିନ ନିଜ ଶଶୁର ଘର ଯିବା କିମ୍ବା ଭଉଣୀ, ଝିଅଙ୍କୁ ଘରକୁ ନିମନ୍ତ୍ରଣ କରିବା ଶୁଭ ହୋଇ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.