ଫୁଲବାଣୀ : ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ

ଫୁଲବାଣୀ (କେନ୍ୟୁଜ୍‌) : ନାବାଳିକା ଦୁଷ୍କର୍ମକାରୀକୁ ଦଶ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ । ମାମଲାର ଶୁଣାଣି କରି ଅଭିଯୁକ୍ତ ସିପୁ ଦିଗାଲକୁ ଏହି ଦଣ୍ଡ ଶୁଣାଇଛନ୍ତି ସ୍ଵତନ୍ତ୍ର ପୋକସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ।

ଗତ ୧୯.୫.୨୦୧୫ରେ ପୀଡିତା ନିଜ ଘରେ ଏକୁଟିଆ ଥିବା ବେଳେ ସିପୁ ଦିଗାଲ ଫୋନ କରି ନାବାଳିକାକୁ ନିଜ ଘରୁ ଡାକିଥିଲା । ପରେ ଏକ ଟାଟା ମ୍ୟାଜିକ ଗାଡିରେ ତାକୁ ନେଇ ଫୁଲବାଣୀରେ ଏକ ଘରଭଡା କରି ରଖି ଥିଲା । ନାବାଳିକାକୁ ବିବାହର ପ୍ରୋଲାଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ୨୫.୫.୧୫ରେ ଅଭିଯୁକ୍ତ ଝିଅଟିକୁ ନିଜ ଗାଁକୁ ନେଇ ଘରେ ରଖିଥିଲା।

ଏପଟେ ଘରେ ଝିଅକୁ ନପାଇ ବାପା ଖଜୁରୀପଡା ଥାନାରେ ଅଭିଯୋଗ କରିଥିଲେ । ନାବାଳିକା ଫୋନ ଯୋଗେ ଭାଇକୁ ସବୁ କଥା ଜଣାଇଥିଲା । ତେଣୁ ପୋଲିସ ସେହି ଦିନ ଅଭିଯୁକ୍ତ ଘରୁ ନାବାଳିକାକୁ ଉଦ୍ଧାର କରିଥିଲା । ପୋଲିସ୍‌ ସିପୁକୁ ଗିରଫ କରିଥିଲା । ତାର ଦୋଷ ପ୍ରମାଣିତ ହେବା ପରେ ବିଚାରପତି ଆଜି ରାୟ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.