ଅନାଥ ବତକଙ୍କ ମୁରବୀ ସାଜିଛି କୁକୁର , ସ୍ନେହଁ-ମମତାର ଡୋରିରେ ବତକ ଛୁଆ ଭୁଲି ଗଲେ ମା’କୁ ହରାଇବାର ଦୁଃଖ

ଭଗବାନଙ୍କ ସୃଷ୍ଟି ବଡ଼ ବୈଚିତ୍ୟମୟ । ଏଠି ବହୁତ କିଛି ଅସମ୍ଭବ କଥା ଦେଖିବାକୁ ମିଳିଥାଏ । ଖାଦ୍ୟ ଖାଦକରେ ମଧ୍ୟ ଦେଖିବାକୁ ମିଳେ ଅନାବିଳ ପ୍ରେମ । ଯେଉଁଠି ଏକ କୁକୁର ପାଲଟିଛି କିଛି ବତକ ଛୁଆଙ୍କ ପାଇଁ ବାପ ଓ ମା’ । ଏହି ବତକ ଛୁଆଙ୍କର ମା’ ଚାଲିଗଲା ପରେ ସେଗୁଡିକ ମା’ ଛେଉଣ୍ଡ ହୋଇଯାଇଥିଲେ । ଫଳରେ ଏହି କୁକୁରଟି ସେ ଛୁଆଗୁଡିକୁ ଆଦରି ନେଇଥିଲା ।

ବତକଛୁଆ ବି ମା’ ହରାଇବାର ଦୁଃଖକୁ ଭୁଲିଯାଇଛନ୍ତି ଏହି କୁକୁରର ସ୍ନେହଁ ମମତାରେ । ଏହି ଅନାଥ ବତକଗୁଡିକ ଫ୍ରିଡ ନାମକ ଏହି କୁକୁରର ଶରଣରେ ଆସିବା ପରେ ତାକୁ ହିଁ ନିଜର ଅଭିଭାବକ ମାନିନେଇଛନ୍ତି ।

ଏହି ଛୁଆମାନେ କେତେବେଳେ କୁକୁରର ପିଠି ତ କେତେବେଳେ କୁକୁରର ମୁଣ୍ଡ ଉପରେ ଚଢ଼ି ମସ୍ତି କରୁଛନ୍ତି । ୟୁକେରେ ରହୁଥିବା ୧୫ ବର୍ଷିୟ ଏହି କୁକୁର ୨୦୧୮ ଓ ୨୦୧୯ ରେ ଦୁଇ ଅଲଗା ଅଲଗା ଅନାଥ ପରିବାରକୁ ସାହାରା ଦେଇ ଜୀବନ ଜିଇଁବାରେ ସହାୟତା କରିଛି ।

ୟୁକେର ଏସେସ୍କରେ ମାଲିକ ଜେରିମ ସ୍ମିଥ ସହ ରହୁଥିବା କୁକୁର ଫ୍ରିଡ ଏହି ବତକ ଛୁଆଙ୍କର ଦାୟିତ୍ୱ ନେଇଥିଲା,ଯେତେବେଳେ ଏହି ବତକଛୁଆସବୁ ଏକା ଏକା ବୁଲୁଥିଲେ । ନିଜର ମା’କୁ ହରାଇ ଏକା ଏକା ବୁଲୁଥିବା ଏହି ଛୁଆଗୁଡିକୁ ଏହି କୁକୁର ଆଶ୍ରୟ ଦେଇଥିଲା । ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.