ବିଭିନ୍ନ ରଙ୍ଗରେ ସଜେଇ ହୋଇଛି ଘରର କାନ୍ଥ, ଏମିତି ସୁନ୍ଦର ଗାଁ କେବେ ଦେଖିନଥିବେ

କି ସୁନ୍ଦର ସୁନ୍ଦର ରଙ୍ଗୀନ ଚିତ୍ର । ସତେ ଯେମିତି କେଉଁ ପ୍ରଦର୍ଶନୀ ଭିତରକୁ ଚାଲିଆସିବା ଭଳି ଲାଗୁଛି । ତେବେ ଇଏ କୌଣସି ପ୍ରଦର୍ଶନୀ ନୁହେଁ ବରଂ ଏକ ଗାଁ ।

ରାଉରକେଲା(କେନ୍ୟୁଜ): କି ସୁନ୍ଦର ସୁନ୍ଦର ରଙ୍ଗୀନ ଚିତ୍ର । ସତେ ଯେମିତି କେଉଁ ପ୍ରଦର୍ଶନୀ ଭିତରକୁ ଚାଲିଆସିବା ଭଳି ଲାଗୁଛି । ତେବେ ଇଏ କୌଣସି ପ୍ରଦର୍ଶନୀ ନୁହେଁ ବରଂ ଏକ ଗାଁ । ଚକିତ ହୋଇଗଲେ ନା । ତେବେ ଏହି ସୁସଜ୍ଜିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ର ନୂଆଡେରା ଗାଁ ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ଓରାମ ସମ୍ପ୍ରଦାୟର ଲୋକମାନେ ଦୀର୍ଘଦିନ ଠାରୁ ଏଠାରେ ବସବାସ କରିଆସୁଥିବାବେଳେ, ନୂଆଡେରା ଗାଁକୁ ଏମାନେ ରଙ୍ଗୀନ ଚିତ୍ରରେ ସଜେଇ ଏକ ନୂଆ ରୂପ ଦେଇଛନ୍ତି ।

ଧନୀ ହେଉ କିମ୍ବା ଗରିବ ପର୍ବପର୍ବାଣୀ ପୂର୍ବରୁ ନିଜ ନିଜର ଘରର କାନ୍ଥ ଗୁଡିକରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଫୁଲ, ଭିନ୍ନ ଭିନ୍ନ ଡିଜାଇନର ଚିତ୍ର କରିଥାନ୍ତି ଏହି ସାନ୍ତାଳୀ ସମ୍ପ୍ରଦାୟର ମହିଳା ମାନେ । ଦେଖୁ ନାହାନ୍ତି ଏହି ଟ୍ରେନ୍ ବଗିର ଚିତ୍ର ଯାହା ପାଇଁ ଚଳିତବର୍ଷ ବେଶ୍ ଚର୍ଚ୍ଚାକୁ ଆସିଯାଇଛି ଏହି ଗାଁ । କୌଣସି ଚିତ୍ରକର ଠାରୁ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ସିମେଣ୍ଟ ଓ ଝାଟିମାଟିରେ ତିଆରି ନୁଆଣିଆ ଚାଳଘର କାନ୍ଥରେ ଏଭଳି ଜୀବନ୍ତ ରଙ୍ଗୀନ ଚିତ୍ର କରି ସେମାନଙ୍କ ପରମ୍ପରାକୁ ରକ୍ଷା କରିବାର ଉଦ୍ୟମ ବେଶ୍ ପ୍ରଶଂସନୀୟ।

ସାନ୍ତାଳୀ ସମ୍ପ୍ରଦାୟର ମହିଳା ମାନେ ପର୍ବପର୍ବାଣୀରେ ନିଜ ନିଜର ଘରକୁ ଭିନ୍ନ ଭିନ୍ନ ରଙ୍ଗରେ ସଜାଇଥାନ୍ତି । ପରିବାରର ପୁରୁଷ ସଦସ୍ୟମାନେ ଏଥିରେ ମହିଳାମାନଙ୍କୁ ସାହାଯ୍ୟ କରିଥିଲେ ମଧ୍ୟ ଖାସ୍ କରି ସାନ୍ତାଳୀ ସମ୍ପ୍ରଦାୟର ମହିଳା ମାନେ ବିଭିନ୍ନ ଆକର୍ଷଣୀୟ ଚିତ୍ର ମାନ ଆଙ୍କିଥାନ୍ତି ।

train

ପର୍ବପର୍ବାଣୀରେ ଆମର ପରମ୍ପରା ଓ ସଂସ୍କୃତି ଅନୁଯାୟୀ ଘରଦ୍ୱାର ଗୋବରରେ ଲେପିବା ଠାରୁ ଆରମ୍ଭ କରି କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର କରାଯାଇଥାଏ । ଏପଟେ ଏକ କୌତୁହଳର କଥା କି, ଏହି ପରିବାରର ଜଣେ ସଦସ୍ୟ ଟ୍ରେନ୍ ଡ୍ରାଇଭର ହୋଇଥିବା ଯୋଗୁଁ ଏହି ଘରର କାନ୍ଥରେ ଟ୍ରେନ ଚିତ୍ର ଅଙ୍କା ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଏହି ପରିବାରର ଲୋକେ । ଏହି ଚିତ୍ର ପାଇଁ ବେଶ୍ ଖୁସି ଲାଗୁଥିବାବେଳେ ବହୁତ୍ ଲୋକ ଆସି ଏହାର ଫଟୋ ଉଠାଉଛନ୍ତି ଓ ଭିଡ଼ିଓ କରୁଥିବା ଦେଖିବାକୁ ମିଳିଛି।

ସାନ୍ତାଳୀ ସମ୍ପ୍ରଦାୟର ମହିଳା ମାନେ ପର୍ବପର୍ବାଣୀରେ ବିଭିନ୍ନ ରଙ୍ଗବେରଙ୍ଗର କାନ୍ଥରେ ଚିତ୍ର କରିବା ପରମ୍ପରା ରହିଆସିଛି । ଏଥିପାଇଁ କେହି ପ୍ରଶିକ୍ଷଣ ନେଇନଥାନ୍ତି । ପ୍ରତ୍ୟେକ ପର୍ବପର୍ବାଣୀ ଅବସରରେ କେବଳ ଏହି ଚତ୍ର ଉପରେ ରଙ୍ଗ କରାଯାଇଥାଏ ।ସରକାରଙ୍କ ପ୍ରୋତ୍ସାହନରେ ଗାଁ ଗୁଡିକର ଉନ୍ନତି ହେଉଥିବା ବେଳେ ସେସବୁକୁ ଦୃଷ୍ଟି ନଦେଇ ନିଜେ ନିଜର ପରମ୍ପରା ରକ୍ଷା କରିବା ପାଇଁ ନିଜ ଗାଁକୁ ଯଥେଷ୍ଟ ଉନ୍ନତ କରିଥିବା ନୂଆଡେରା ଗାଁର ବାସିନ୍ଦା ମାନଙ୍କ ପଦକ୍ଷେପ ନିହାତୀ ସ୍ୱାଗତଯୋଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.