ଲୋକସଭାରେ ଏଯାଏ କେତେଥର ସରକାର ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ଓ କଣ ହୋଇଛିି ଫଳାଫଳ ଜାଣନ୍ତୁ

ଦେଶର ପ୍ରଥମଥର ୧୯୬୩ ମସିହାରେ ଲୋକସଭାରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଆଚାର୍ଯ୍ୟ କୃପାଲାନୀ ।

ମୋଦି ସରକାରଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ବିରୋଧୀମାନେ ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଯଦିଓ ଏକଥା ସତ ଯେ ଶସକ ଦଳର ପକ୍ଷ ମଜଭୁତ ଥିବାରୁ ଏହି ଅନାସ୍ଥା ପ୍ରସ୍ତାବ କାଟ ଖାଇବ । ତଥାପି ଏହି ପ୍ରସ୍ତାବ ଜରିଆରେ ବିରୋଧୀମାନେ ଆଗାମୀ ନିର୍ବାଚନ ପୂର୍ବରୁ ସେମାନଙ୍କ କଥା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛନ୍ତି । ତେବେ ଆସନ୍ତୁ ଜାଣିବା ଲୋକସଭାରେ ଅତୀତରେ ସରକାର ବିରୋଧରେ କେତେଥର ଅନାସ୍ଥା ପ୍ରସ୍ତାବ ଆସିଛି ।

୧-ଆମ ଦେଶର ପ୍ରଥମଥର ୧୯୬୩ ମସିହାରେ ଲୋକସଭାରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଆଚାର୍ଯ୍ୟ କୃପାଲାନୀ । ତେବେ ବଡ଼ ବ୍ୟବଧାନରେ ଜିତିଥିଲେ ପଣ୍ଡିତ ନେହେରୁ । ତାଙ୍କ ସପକ୍ଷରେ ୩୪୭ ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର ୬୨ଟି ଭୋଟ୍‌ ।
୨-ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ବିପକ୍ଷରେ ତିନି ତିନିଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ତେବେ ସବୁଥର କାଟ୍‌ ଖାଇଥିଲା । ୧୯୬୪ ସେପଟେମ୍ବର ୨ ତାରିଖରେ ପ୍ରଥମଥର, ୧୯୬୫ ମାର୍ଚ୍ଚରେ ଦ୍ୱିତୀୟ ଥର ଏବଂ ୧୯୬୫ ଅଗଷ୍ଟ ମାସରେ ତୃତୀୟଥର ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ।
୩-ତେବେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସର୍ବାଧିକ ୧୫ଥର ଆସିଥିଲା ଅନାସ୍ଥା ପ୍ରସ୍ତାବ । ୧୯୬୬ରେ ଦୁଇଥର, ୧୯୬୭ରେ ଥରେ, ୧୯୬୮ରେ ଦୁଇଥର ପରେ ୧୯୭୦, ୧୯୭୩, ୧୯୭୩ ଓ ୧୯୭୪ରେ ଥରେ ଲେଖାଏଁ ତାଙ୍କୁ ଅନାସ୍ଥା ପ୍ରସ୍ତାବର ସାମନା କରିବାକୁ ପଡ଼ିଥିଲା । ପୁଣି ୧୯୮୧ରେ ଇନ୍ଦିରା ଗାନ୍ଧୀ ସରକାର ବିରୋଧରେ ଦୁଇ ଥର ଏବଂ ୧୯୮୨ରେ ଥରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ତେବେ ପ୍ରତିଥର ପ୍ରସ୍ତାବ କାଟ ଖାଇଥିଲା ।
୪-ଇନ୍ଦିରାଙ୍କ ପୂର୍ବରୁ ୧୯୭୯ରେ ମୋରାଜୀ ଦେଶାଇଙ୍କ ସରକାର ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଏଥିରେ ସରକାର ଭାଙ୍ଗି ଯାଇଥିଲା ।
୫-ସେହିପରି ୧୯୮୭ରେ ରାଜୀବ ଗାନ୍ଧୀ, ୧୯୯୨ ଓ ୧୯୯୩ରେ ତିନି ଥର ପିଭି ନରସିଂହରାଓ, ୨୦୦୩ରେ ଅଟଳ ବିହାରୀ ବାଜପେୟୀ, ୨୦୦୪ ଓ ୨୦୧୪ରେ ମନମୋହନ ସିଂହ, ୨୦୧୮ ଜୁଲାଇ ୨୦ରେ ନରେନ୍ଦ୍ର ସିଂହ ମୋଦିଙ୍କୁ ଅନାସ୍ଥା ପ୍ରସ୍ତାବର ସାମନା କରିବାକୁ ପଡ଼ିଥିଲା ।
୧୯୭୯ରେ ମୋରାରଜୀ ଦେଶାଇ ଅନାସ୍ଥାର ସାମନା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.