ପାକିସ୍ତାନ: ମିଟିଂ ଚାଲିଥିବା ବେଳେ ବୋମା ବିସ୍ଫୋରଣ, ୨୦ରୁ ଅଧିକ ମୃତ; ୫୦ରୁ ଅଧିକ ଆହତ
ପାକିସ୍ତାନରେ ପୁଣି ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ପାକିସ୍ତାନରେ ପୁଣି ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥି ସହିତ ୫୦ରୁ ଅଧିକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପାକିସ୍ତାନର ଖୈବର ପଖତୁନ୍ଖୱାର ବାଜୋର ଅଞ୍ଚଳରେ ଜମିୟତ୍ ଉଲେମା-ଇ-ଇସଲାମ-ଫଜଲ (JUI-F)ର ବୈଠକ ଚାଲିଥିବା ବେଳେ ଏହି ବୋମା ବିସ୍ଫୋରଣ ଘଟିଥିଲା। ବୈଠକରେ ଯୋଗଦେବାକୁ ଅନେକ କାର୍ଯ୍ୟକର୍ତ୍ତା ଆସିଥିଲେ।
କୁହାଯାଉଛି ଯେ ଏତେ ସଂଖ୍ୟକ ଲୋକ ଯୋଗ ଦେଇଥିବାରୁ ଆତଙ୍କବାଦୀମାନେ ଏହି ବୈଠକକୁ ଟାର୍ଗେଟ୍ କରିଥିଲେ ଏବଂ ଏଠାରେ ବିସ୍ଫୋରଣ କରିଥିଲେ। ବୋମା ବିସ୍ଫୋରଣ ପରେ ଦୁର୍ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଛି।
ବିସ୍ଫୋରଣ ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ସେପଟେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି। ପୋଲିସ ସୂଚନା ଅନୁସାରେ, ଏହି ବିସ୍ଫୋରଣ ସଭାସ୍ଥଳ ଭିତରେ ହୋଇଛି। ତେବେ ପୋଲିସ ଏ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ କରିନାହିଁ।
“Death toll rises to 10 whereas more than 30 have been reported as injured in blast targeting JUI-F workers’ convention in Bajaur, Pakistan,” reports Pakistan’s Geo News
— ANI (@ANI) July 30, 2023