ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ: ବିଭିନ୍ନ ବର୍ଗର ବିଜେତାଙ୍କୁ ପୁରସ୍କୃତ କଲେ ଅତିଥି

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଈନଡୋର୍ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଛି ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ତିନି ଦିନ ଧରି ୧୯ବର୍ଷରୁ କମ୍ ବାଳକ,ବାଳିକାଙ୍କୁ ନେଇ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାର ୧୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ହିଞ୍ଜିଳିକାଟୁ (କେନ୍ୟୁଜ): ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଈନଡୋର୍ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଛି ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ତିନି ଦିନ ଧରି ୧୯ବର୍ଷରୁ କମ୍ ବାଳକ,ବାଳିକାଙ୍କୁ ନେଇ ଏହି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାର ୧୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା,ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଶୁଭ୍ରାଂଶୁ ମିଶ୍ର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ,ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇ ବିଭିନ୍ନ ବର୍ଗର ବିଜେତା ଓ ଉପବିଜେତାଙ୍କୁ ଉତ୍ସାହିତ କରିବା ପାଇଁ ଆର୍ଥିକ ରାଶି ସକାଶେ ଚେକ୍ ଏବଂ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରି ଖେଳାଳିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ରାଜ୍ୟ ସରକାର ଖେଳ ଓ ଖେଳାଳିଙ୍କୁ ଗୁରୁତର ଦେଉଥିବା ବେଳେ ଏଭଳି ଆୟୋଜନ ହିଞ୍ଜିଳିକାଟୁ ରେ ପ୍ରଥମଥର ହୋଇଥିବାରୁ ହିଞ୍ଜିଳିକାଟୁ ଅଞ୍ଚଳ ବାସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।