ଟମାଟୋ ଚାଷ କରି ଲାଲେଲାଲ୍, ୪୫ ଦିନରେ ପାଇଲେ ୪ କୋଟି ଟଙ୍କା
କେବେ ଯଦି ଭାଗ୍ୟ ସାଥି ଦେଲା ତ ମାଲାମାଲ ହୋଇଥାଏ ଚାଷୀ । ଏମିତି ଜଣେ ଚାଷୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଚନ୍ଦ୍ରମଉଳି । ମାତ୍ର ୪୫ ଦିନ ମଧ୍ୟରେ ସେ ଟମାଟର ଚାଷରୁ ୪ କୋଟି ଟଙ୍କା ଆୟ କରିଛନ୍ତି ।

ଚାଷୀ ଅଧିକାଂଶ ସମୟରେ ଫସଲରୁ କ୍ଷତି ସହିଥାଏ । କେତେବେଳେ ବର୍ଷା ପାଇଁ ତ କେତେବେଳେ ମରୁଡି ପାଇଁ । କଠିନ ପରିଶ୍ରମ କରି ଫଳାଇ ଥିବା ଫସଲ ଯେବେ ଉଜୁଡି ଯାଏ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଏ । ଏହି କ୍ଷତି କେବେ କେବେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥାଏ ।
କେବେ ଯଦି ଭାଗ୍ୟ ସାଥି ଦେଲା ତ ମାଲାମାଲ ହୋଇଥାଏ ଚାଷୀ । ଏମିତି ଜଣେ ଚାଷୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଚନ୍ଦ୍ରମଉଳି । ମାତ୍ର ୪୫ ଦିନ ମଧ୍ୟରେ ସେ ଟମାଟର ଚାଷରୁ ୪ କୋଟି ଟଙ୍କା ଆୟ କରିଛନ୍ତି ।
ଚନ୍ଦ୍ରମଉଲି ତାଙ୍କ ଫାର୍ମର ୨୨ ଏକର ଜମିରେ ଗତ ଅପ୍ରେଲ ମାସରେ ଟମାଟର ଚାଷ କରିଥିଲେ । ଚାଷରେ ସେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରିଥିଲେ । ସେ ତାଙ୍କ ଯୋଜନାରେ ସଫଳ ହୋଇଥିଲେ । ଜୁନ ଶେଷ ସୁଦ୍ଧା ସେ ଟମାଟର ଅମଳ କରିଥିଲେ ।
ଚଳିତ ଥର ଟମାଟର ଦାମ ଆଶାତୀତ ବୃଦ୍ଧି ପାଇଥିଲା । ବଜାରରେ ଟମାଟର କେଉଁଠି ୨୦୦ ଟଙ୍କା ତ କେଉଁଠି ୩୦୦ ଟଙ୍କାରେ ବିକ୍ରି ହୋଇଥିଲା । ଚନ୍ଦ୍ରମଉଳିଙ୍କୁ ଏଥର ତାଙ୍କ ଭାଗ୍ୟ ସାଥି ଦେଇଥିଲା । ସେ ପ୍ରାୟ ୪୦,୦୦୦ ବକ୍ସ ଟମାଟର ବିକି ୪ କୋଟି ଟଙ୍କା ଆୟ କରିଥିଲେ । ଏଥିରୁ ତାଙ୍କର ଖର୍ଚ୍ଚ ଯାଇ କେବଳ ୩ ଟଙ୍କା ଲାଭ କରିଥିଲେ ବୋଲି ଜଣାପଡିଛି ।
ଚନ୍ଦ୍ରମଉଳି କୁହନ୍ତି ଦୁଇ ସପ୍ତାହ ତଳେ ୨୫ କିଲୋ ଟମାଟରକୁ ୩୦୦୦ ଟଙ୍କାରେ ବିକ୍ରି କରିଥିବା ବେଳେ ହଠାତ ଟମାଟର ଦାମ କିଲୋ ପ୍ରତି ୨୦୦ ଟଙ୍କାକୁ ବୃଦ୍ଧି ହୋଇଥିଲା । ଯାହାଫଳରେ ସେ ଆଶାତୀତ ଲାଭ ପାଇଥିଲେ ।
ଗତ ବର୍ଷ ତାଙ୍କର ଚାଷରେ କ୍ଷତି ହୋଇଥିଲା । ଚଳିତ ଥର ସେ ପ୍ରାୟ ଦେଢ଼ କୋଟି ଟଙ୍କା ଋଣ କରି ଚାଷ କରିଥିଲେ । ଭଗବାନ ତାଙ୍କୁ ସହାୟତା ହୋଇଛନ୍ତି ଓ ସେ ସବୁ କରଜ ଶୁଝି ଏଥର ଟମାଟର ଚାଷରେ ୩ କୋଟି ଟଙ୍କା ଲାଭ କରିଛନ୍ତି । ଚନ୍ଦ୍ରମଉଳି ଏହି ଚାଷରୁ ତାଙ୍କର ପରିବାର ପ୍ରତିପୋଷଣ କରିବା ସହ ପୁଅକୁ ଇଂଜିନିୟର ଓ ଝିଅକୁ ଡାକ୍ତରୀ ପଢ଼ାଉଛନ୍ତି ବୋଲି ଜଣାଯାଇଛି । ଚନ୍ଦ୍ରମଉଳିଙ୍କ ଏହି ସଫଳତା ଦେଖିଲେ ମନେ ପଡେ ସେହି ପୁରୁଣା କଥା- ‘ଚାଷ ଅଛି ଯାହାର,କେତେ ସୁଃଖ ତାହାର ।’