ମହାକାଶ ଯାତ୍ରା କରିବାକୁ ଚାହୁଁଥିଲେ କରନ୍ତୁ ଏହି ଛୋଟିଆ କାମ, କିଛି ସମୟ ମଧ୍ୟରେ ସ୍ପେସକୁ ଯାଇ ଆରାମରେ ବୁଲିପାରିବେ

ଆପଣ ବି କରିପାରିବେ ମହାକାଶ ଯାତ୍ରା । ମାତ୍ର କିଛି ଟଙ୍କା ଖର୍ଚ୍ଚ କରି ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ । ଆଉ ସିଧା ସୌର ଜଗତ ଓ ଅନ୍ୟାନ୍ୟ ଗ୍ରହକୁ ଅତି ପାଖରୁ ଦେଖିପାରିବେ ।

ଆପଣ ବି କରିପାରିବେ ମହାକାଶ ଯାତ୍ରା । ମାତ୍ର କିଛି ଟଙ୍କା ଖର୍ଚ୍ଚ କରି ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ । ଆଉ ସିଧା ସୌର ଜଗତ ଓ ଅନ୍ୟାନ୍ୟ ଗ୍ରହକୁ ଅତି ପାଖରୁ ଦେଖିପାରିବେ । ବୁଲିବା ଅନେକ ଜଣଙ୍କୁ ବହୁତ ଭଲ ଲାଗିଥାଏ । ବୁଲିବା ପ୍ରେମୀ କେବଳ ନିଜ ସହର ତଥା ଦେଶ ନୁହେଁ ବରଂ ବିଦେଶକୁ ଯାଇ ମଧ୍ୟ ବୁଲିଥାନ୍ତି ।ଏମିତିକି ଅନେକ ନୂଆ ନୂଆ ଜାଗା ବୁଲିବାକୁ ଯାଇ ଭିଡିଓ କରି ଅନ୍ୟ ମାନଙ୍କ ସହ ସେୟାର କରିଥାନ୍ତି । କିଛି ଜଣ ଦୂର ସ୍ଥାନକୁ ବୁଲିବା ତଥା ବିପଦପୂର୍ଣ୍ଣ ଜାଗା କୁ ଯାଇ ବୁଲିକି ଫେରିବା ପସନ୍ଦ କରିଥାନ୍ତି । ଯେଉଁଠି ସମ୍ଭବ ସେଠି ଥରେ କଣ ଆପଣ ଅନେକ ଥର ଯାଇ ବୁଲି ଆସିପାରିବେ । କିନ୍ତୁ ଯଦି ଆପଣଙ୍କୁ ମହାକାଶ ବୁଲିବା ପାଇଁ ସୁଯୋଗ ମିଳେ ତେବେବି କଣ ଆପଣ ସେଠାକୁ ଯିବାକୁ ପସନ୍ଦ କରିବେ କି ?

ତେବେ ଏହା କିଛି ଅସମ୍ଭବ କଥା ନୁହେଁ । ଆପଣ ଚାହିଁଲେ ନିଜେ ମଧ୍ୟ ଯାଇ ଚନ୍ଦ୍ର ବୁଲି ଆସିପାରିବେ । ଏହାକୁ ସ୍ପେସ ଟୁରିଜିମ କୁହାଯାଏ । କିନ୍ତୁ କଣ ଏହି ସ୍ପେସ ଟୁରିଜିମ? ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଖାସ ଭିଡିଓ ?

୧୯୬୧ ମସିହାରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ମହାକାଶକୁ ଅତି ନିକଟରୁ ଦେଖିଥିଲେ । ଏହି ବ୍ୟକ୍ତି ସୋଭିଏତ୍ ୟୁନିଅନର ଜ୍ୟୋତିର୍ବିତ ୟୁରୀ ଗାଗରିନ୍ ଥିଲେ । ସେବେଠାରୁ ସୌର ଜଗତ ଓ ଅନ୍ୟାନ୍ୟ ଗ୍ରହ ବୁଝିବା ପାଇଁ ଅନେକ ମହାକାଶ ମିଶନ ଆରମ୍ଭ ହୋଇଛି । ସମୟ ସହିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ଅଗ୍ରଗତି ହୋଇଛି । ଆଜି ମହାକାଶରେ କେବଳ ବିଜ୍ଞାନ ନୁହେଁ ପର୍ଯ୍ୟଟନ ପାଇଁ ଏକ ସୁଯୋଗ ମଧ୍ୟ ଖୋଲିଛି । ମହାକାଶ ପର୍ଯ୍ୟଟନ ଅର୍ଥ ମହାକାଶକୁ ଯାତ୍ରା । ଯାହାକୁ ସ୍ପେସ ଟୁରିଜିମ କୁହାଯାଏ । ଏହା ମାଧ୍ୟମରେ ଲୋକମାନେ ଟଙ୍କା ଦେଇ ସ୍ପେସ୍ ବୁଲିପାରିବେ । ମହାକାଶର ସବୁ ଗତିବିଧି କୁ ଅତି ପାଖରୁ ଦେଖିପାରିବେ । ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମନୋରଞ୍ଜନ । ଆପଣ ଜାଣିଛନ୍ତି କି ଅନେକ କମ୍ପାନୀ ମହାକାଶକୁ ଯାତ୍ରା କରିବାକୁ ଯୋଜନା ଆରମ୍ଭ କରିଛନ୍ତି ।

ସ୍ପେସ୍ ଟୁରିଜିମ୍ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ ଏବେ ଜାଣିନିଅନ୍ତୁ ?
ମହାକାଶ ବୁଲିବା ପାଇଁ କୋଟି କୋଟି ତାଙ୍କ ଖର୍ଚ କରିବାକୁ ପଡେ । ଯାହା ସମସ୍ତେ କରିବା ସମ୍ଭବ ନୁହେଁ। ବର୍ତ୍ତମାନ କେବଳ ଅଳ୍ପ କିଛି କମ୍ପାନୀ ଲୋକଙ୍କୁ ମହାକାଶକୁ ଯାତ୍ରା କରିବାରେ ସଫଳ ହୋଇଛନ୍ତି । ଏଥିରେ କମ୍ପାନୀ ସ୍ପେସ୍ ବୁଲିବା ପାଇଁ ପାଇଁ ଭିନ୍ନ ଅର୍ଥ ରଖିଥାଏ । ମାନେ ଏହି ସମସ୍ତ ମହାକାଶଯାନ ବିଭିନ୍ନ ଉଚ୍ଚତାରେ ଯାତ୍ରା କରେ । ଏହି ସ୍ପେସ୍ ଟୁରିଜିମ୍ କମ୍ପାନୀଗୁଡିକର ଅଧିକାଂଶ ଟିକେଟ୍ ମୂଲ୍ୟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ବିଲିୟନେୟାର ବ୍ୟବସାୟୀ ସାର୍ ରିଚାର୍ଡ ବ୍ରାନସନଙ୍କ ଭିରିଜିନ୍ ଗାଲାକ୍ଟିକ୍ ମହାକାଶ ପର୍ଯ୍ୟଟନରେ ଏକ ପ୍ରସିଦ୍ଧ ନାମ । ଏଥିରେ ଯାତ୍ରୀଙ୍କ ଟିକେଟ୍ ୨ କୋଟିରୁ ଆରମ୍ଭ ହେବ । ଏଥି ସହିତ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ବ୍ଲୁ ଅରିଜିନ୍‌ର ସ୍ପେସ୍ ଟ୍ରାଭେଲ୍ କମ୍ପାନୀର ମୂଲ୍ୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । କେତେକ ରିପୋର୍ଟ ଅନୁଯାୟୀ, ଟିକେଟର ମୂଲ୍ୟ ୨.୫ କୋଟି ଟଙ୍କା ହୋଇପାରେ । ମହାକାଶ ପର୍ଯ୍ୟଟନର ବଢୁଥିବା ବଜାର ମଧ୍ୟରେ ବର୍ତ୍ତମାନ ଭାରତ ମଧ୍ୟ ଏହି ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛି । ରିପୋର୍ଟ ଅନୁଯାୟୀ, ଯାତ୍ରୀଙ୍କ ପାଇଁ ୬ କୋଟି ଟଙ୍କା ବ୍ୟୟରେ ୨୦୩୦ ସୁଦ୍ଧା ଭାରତର ସ୍ପେସ୍ ଏଜେନ୍ସି ISRO ମହାକାଶ ପର୍ଯ୍ୟଟନ ଆରମ୍ଭ କରିବାକୁ ଯୋଜନା କରୁଛି ।

ଏବେ ଆପଣ କୁହନ୍ତୁ ଯଦି ଏପରି ବ୍ୟବସ୍ଥା ଆମ ଦେଶରେ ଆରମ୍ଭ ହେବ ତେବେ ଆପଣ ଏହାର ଲାଭ ଉଠାଇବାକୁ ଚାହିଁବେ କି ନା ନାହିଁ ? ଆପଣ ମହାକାଶ କୁ ଯାଇ ବୁଲିବାକୁ ଆଗ୍ରହ ହେବେ ନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.